ETV Bharat / state

Rahul Gandhi Disqualification: ବିଜେପି ସରକାରରେ ଗଣତନ୍ତ୍ର ବିପଦରେ କହିଲା କେନ୍ଦ୍ରାପଡ଼ା କଂଗ୍ରେସ

author img

By

Published : Mar 31, 2023, 9:17 PM IST

ବିଜେପି ଉପରେ ବର୍ଷିଲା କଂଗ୍ରେସ । କେନ୍ଦ୍ର ସରକାର ଷଡଯନ୍ତ୍ର କରି ସଦସ୍ୟତା ରଦ୍ଦ କରିଥିବା ଅଭିଯୋଗ କଲା କଂଗ୍ରେସ । କେନ୍ଦ୍ରଙ୍କ ସରକାର ବିରୋଧରେ ରାଜରାସ୍ତକୁ ଓହ୍ଲାଇବାକୁ ଚେତାବନୀ । ଅଧିକ ପଢ଼ନ୍ତୁ

କେନ୍ଦ୍ର ସରକାର ଷଡଯନ୍ତ୍ର ରେ ରଦ୍ଦ ହେଲା ରାହୁଲ ଗାନ୍ଧୀଙ୍କ ଲୋକସଭା ପଦ

କେନ୍ଦ୍ର ସରକାର ଷଡଯନ୍ତ୍ରରେ ରଦ୍ଦ ହେଲା ରାହୁଲ ଗାନ୍ଧୀଙ୍କ ଲୋକସଭା ପଦ

କେନ୍ଦ୍ରାପଡା: ସଂସଦରୁ ରାଜରାସ୍ତା ସବୁଠି କଂଗ୍ରେସ କରିଛି ବିରୋଧ। ରାହୁଲ ଗାନ୍ଧୀଙ୍କ ଲୋକସଭା ସଭ୍ୟ ପଦ ରଦ୍ଦକୁ ନେଇ ଦେଶରୁ ରାଜ୍ୟ ସବୁଠି ସରଗରମ ରାଜନୀତି । ସମ୍ବିଧାନର 103 ଧାରା ଉଲଘଂନ କରି ରାହୁଲଙ୍କ ଲୋକସଭା ସଭ୍ୟପଦ ରଦ୍ଦ କରାଯାଇଥିବା କଂଗ୍ରେସ ଅଭିଯୋଗ କରିଛି । ରାହୁଲ ଗାନ୍ଧୀଙ୍କ ଲୋକସଭା ସଭ୍ୟ ପଦ ରଦ୍ଦକୁ ନେଇ କେନ୍ଦ୍ରାପଡା କଂଗ୍ରେସ କେନ୍ଦ୍ର ସରକାର ଉପରେ କ୍ଷୋଭ ପ୍ରକାଶ କରିଛି ।

କଂଗ୍ରେସ ନେତା ବିଶ୍ୱରଞ୍ଜନ ମହାନ୍ତି କହିଛନ୍ତି, "ବିପଦରେ ଗଣତନ୍ତ୍ର, ରାହୁଲ ଗାନ୍ଧୀଙ୍କ "ମୋଦି" ଟିପ୍ପଣୀରେ ତ୍ୱରିତ ରାୟ ପ୍ରକାଶ, ଦିନକ ପରେ ସଦସ୍ୟତା ରଦ୍ଦ କେନ୍ଦ୍ର ସରକାରଙ୍କ ଷଡଯନ୍ତ୍ରର ମୁକସାକ୍ଷୀ । ପରଦିନ ଘର ଖାଲି କରିବା ନୋଟିସକୁ ନେଇ ଗଣତନ୍ତ୍ର ବିପଦରେ ଥିବା ଦର୍ଶାଇଛି ବୋଲି ଅଭିଯୋଗ କରିଛନ୍ତି ପୂର୍ବତନ ଏଆଇସିସି ପୂର୍ବତନ ସମ୍ପାଦକ ବିଶ୍ୱରଞ୍ଜନ ମହାନ୍ତି । ଆଜି କେନ୍ଦ୍ରାପଡା କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ମହାନ୍ତି କେନ୍ଦ୍ରର ମୋଦି ସରକାରଙ୍କୁ ଟାର୍ଗେଟ କରିଥିଲେ ।"

ପ୍ରଧାନମନ୍ତ୍ରୀଙ୍କ ଦୁର୍ନୀତିକୁ ବିରୋଧ କରି ଗଣତନ୍ତ୍ରକୁ ବଞ୍ଚାଇବା ରାହୁଲ ଗାନ୍ଧୀ ଲୋକଙ୍କୁ ଆହ୍ବାନ ଦେଉଥିଲେ ବୋଲି କହିଛି କଂଗ୍ରେସ । ସମସ୍ତ ବିପକ୍ଷ ରାଜନୈତିକ ଦଳ ଓ ଲୋକମାନଙ୍କୁ ଏକଜୁଟ କରି କାଶ୍ମୀରଠାରୁ କନ୍ୟାକୁମାରୀ ଯାଏଁ ରାହୁଲ ଗାନ୍ଧୀଙ୍କ ଦ୍ୱାରା ଦୀର୍ଘ ୩୭୪୦ କିଲୋମିଟର ପଦଯାତ୍ରାରେ ବିଜେପି ସରକାର ଭୟଭୀତ ହୋଇଛନ୍ତି । ଆଦାନୀ କମ୍ପାନୀକୁ ୮୦ ହଜାରରୁ ୧ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଛାଡ କରାଯାଇଥିବା ବେଳେ ସାରା ଦେଶରେ ୧୧ ଲକ୍ଷ କୋଟି ଟଙ୍କା ପୁଞ୍ଜିପତିମାନଙ୍କୁ ଋଣ ଛାଡ କରାଯାଇଥିବା ମଧ୍ୟ ଅଭିଯୋଗ କରିଛି କଂଗ୍ରେସ ।

ତେବେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଧାୟକ ଦେବେନ୍ଦ୍ର ନାଥଶର୍ମା, ଯୁବ କଂଗ୍ରେସ ସଭାପତି ସତ୍ୟପ୍ରିୟ ସାମଲ, ଜିଲ୍ଲା କଂଗ୍ରେସ ନେତା ପ୍ରଫୁଲ୍ଲ ଦାସ ପ୍ରମୁଖ ଉପସ୍ଥିତ ରହି ମୋଦି ସରକାର ଓ ବିଜେପି ଜନମାରଣା ନୀତି ଅବଲମ୍ବନ କରୁଥିବା କହିଥିଲେ । ରାହୁଲ ଗାନ୍ଧୀ ୨୦୧୯ ମସିହାର ଅପରାଧିକ ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୨ ବର୍ଷ ଜେଲ୍‌ ଦଣ୍ଡରେ ଦଣ୍ଡିତ ହେବା ଯୋଗୁଁ ଲୋକସଭା ସଦସ୍ୟତା ହରାଇଛନ୍ତି ବୋଲି ଲୋକସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଜନପ୍ରତିନିଧି ଆଇନର ଧାରା ୧୦୨( ୧)(G)ରେ ଥିବା ବ୍ୟବସ୍ଥା ଅନୁଯାୟୀ ରାହୁଲ ଗାନ୍ଧୀ ୨୩ ମାର୍ଚ୍ଚଠାରୁ ଆଉ ଲୋକସଭା ସଦସ୍ୟତା ହରାଇଛନ୍ତି । କେରଳର ୱାୟନାଡ ସଂସଦୀୟ ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା ଲୋକସଭା ସଦସ୍ୟ ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ ହେବାପରେ ଲୋକସଭା ସଚିବାଳୟ ପକ୍ଷରୁ ଏହି ବିଜ୍ଞପ୍ତି ଜାରି କରାଯାଇ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା ।

ଇଟିଭି ଭାରତ, କେନ୍ଦ୍ରପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.