ETV Bharat / state

ଦଳିତ ପରିବାରକୁ ନ୍ୟାୟ ଦାବି, ତୃତୀୟ ଦିନରେ ପହଞ୍ଚିଲା ବିଜେପିର ଗଣଧାରଣା

author img

By

Published : Jul 17, 2021, 8:00 PM IST

କେନ୍ଦ୍ରାପଡାର ଦଳିତ ପରିବାରକୁ ନ୍ୟାୟ ଦାବିରେ ବିଜେପିର ଗଣଧାରଣା ତୃତୀୟ ଦିନରେ ପହଞ୍ଚିଛି । ଅଧିକ ପଢନ୍ତୁ...

ଦଳିତ ପରିବାରକୁ ନ୍ୟାୟ ଦାବି, 3ୟ ଦିନରେ ପହଞ୍ଚିଲା ବିଜେପିର ଗଣଧାରଣା

କେନ୍ଦ୍ରାପଡା: ଜିଲ୍ଲାର ପଞ୍ଚାୟତ ସମ୍ପର୍କିତ ବିଭିନ୍ନ ଦୁର୍ନୀତି ସମ୍ବନ୍ଧରେ ସାମାଜିକ ଗଣମାଧ୍ୟମରେ ଜଣେ ଯୁବକ ପୋଷ୍ଟ କରିବା ପରେ ତାଙ୍କ ନିକଟକୁ ମରଣାନ୍ତକ ଆକ୍ରମଣ ହୋଇଥିଲା । ତେବେ ଏହି ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୋଲିସର ଟାଳଟୁଳ ନୀତିକୁ ବିରୋଧ କରିଛି ବିଜେପି । ଏହାସହିତ IICଙ୍କ ବଦଳି ଦାବି କରି ଗତ ଗୁରୁବାର ଠୁ ଦଳ ଗଣଧାରଣା ଦେଇଛି ।

କେନ୍ଦ୍ରାପଡା ଆଳି ଥାନା ବାଳକାଟି ଗାଁର ନବକିଶୋର ମଲ୍ଲିକଙ୍କ ପୁଅ ହରିଶ ମଲ୍ଲିକ ପଞ୍ଚାୟତ କାର୍ଯ୍ୟରେ ହେଉଥିବା ବିଭିନ୍ନ ଦୁର୍ନୀତି ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ଅଭିଯୋଗ କରିଥିଲେ । ଏଥିରେ ପ୍ରତିଶୋଧ ପରାୟଣ ହୋଇ ଗତ ୧ ତାରିଖ ଦିନ ସ୍ଥାନୀୟ ସରପଞ୍ଚ ଦେବ ନାୟକ, ତାଙ୍କ ପୁଅ ଓ ସହଯୋଗୀ ନବକିଶୋରଙ୍କ ପରିବାର ଉପରେ ଆକ୍ରମଣ କରିଥିଲେ । ଭୁଜାଲିରେ ସେମାନଙ୍କୁ ଆକ୍ରମଣ କରିବା ସହି ମାରିଦେବା ପାଇଁ ଉଦ୍ୟମ କରିଥିଲେ ।

ଏନେଇ ଆଳି ଥାନାରେ ଅଭିଯୋଗ କରିବାକୁ ପହଞ୍ଚିବାରୁ IIC ଏମାନଙ୍କ ଅଭିଯୋଗ ରଖିନଥିବା ବେଳେ ସରପଞ୍ଚଙ୍କ ଦ୍ବାରା ଦିଆଯାଇଥିବା ଲିଖିତ ଏତଲା ଉପରେ ମାମଲା ରୁଜୁ କରିଥିଲେ । ଅପରପକ୍ଷରେ ସରପଞ୍ଚ ଓ ସହଯୋଗୀଙ୍କ ଆକ୍ରମଣ ଶିକାର ହୋଇ ନବକିଶୋର ଗୁରୁତର ହୋଇ ବର୍ତ୍ତମାନ ପର୍ଯ୍ୟନ୍ତ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଘଟଣା ପରେ ବିଜେପି ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ପ୍ରମୁଖ ବିଭୁ ତରାଇ ଘଟଣାସ୍ଥଳ ପରିଦର୍ଶନ କରି ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଦାବି କରିଥିଲେ । ତେବେ ସରପଞ୍ଚ ଶାସକ ଦଳର ବିଧାୟକ ତଥା ବିଜେଡି ରାଜ୍ୟ ମୁଖପାତ୍ର ପ୍ରତାପ କେଶରୀ ଦେବଙ୍କ ପାଖଲୋକ ହୋଇଥିବାରୁ ପୋଲିସ ଏଯାବତ ସେମାନଙ୍କୁ ଗିରଫ କରୁନାହିଁ ବୋଲି ଅଭିଯୋଗ କରିଛି ବିଜେପି ।

୩ ଦିନ ଧରି ଗଣଧାରଣା ଚାଲିଥିବା ବେଳେ କେନ୍ଦ୍ରାପଡ଼ା SP ସେମାନଙ୍କ ପାଖରେ ଆଲୋଚନା ପାଇଁ ପହଞ୍ଚି ନଥିବା ଓ ଦିଆଯାଇଥିବା ସମୟସୀମା ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରାନଯିବାକୁ ନେଇ ଜିଲ୍ଲା ପୋଲିସ ଉପରେ ବର୍ଷିଛନ୍ତି କେନ୍ଦ୍ରାପଡ଼ା ବିଜେପି ସଭାପତି । ପୋଲିସ ଶାସକ ଦଳର ହାତବାରିସୀ ସାଜିଥିବା ଅଭିଯୋଗ କରିବା ସହ ଯେପର୍ଯ୍ୟନ୍ତ ଦଳିତ ପରିବାରବର୍ଗଙ୍କୁ ନ୍ୟାୟ ନମିଳିଛି ସେପର୍ଯ୍ୟନ୍ତ ଏହି ଗଣଧାରଣା ଚାଲୁ ରହିବ ବୋଲି କହିଛି ବିଜେପି । ଅନ୍ୟପଟେ ଆକ୍ରମଣ ପରେ ଅଭିଯୁକ୍ତମାନେ ଖୁଲମଖୁଲା ବୁଲୁଥିବାରୁ ଜୀବନ ପ୍ରତି ବିପଦ ଥିବା ନେଇ ନିଜ ଘରକୁ ଫେରିନପାରି ବାର ଦୁଆର ହେଉଛନ୍ତି ନବଙ୍କ ପରିବାର ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.