ETV Bharat / state

ନ୍ୟାୟ ଦାବିରେ ଦଳିତ ପରିବାରର ଧାରଣା

author img

By

Published : Aug 24, 2020, 7:51 PM IST

ପ୍ରଶାସନିକ ସ୍ଥାଣୁତା ଏବଂ ନ୍ୟାୟ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବାହାରେ ଦଳିତ ଯୁବକ ଓ ତାଙ୍କ ପରିବାରର ଧାରଣା । ଅଧିକ ପଢନ୍ତୁ...

ପ୍ରଶାସନିକ ସ୍ଥାଣୁତା ଏବଂ ନ୍ୟାୟ ଦାବିରେ ଦଳିତ ଯୁବକ ଓ ପରିବାରର ଧାରଣା

କେନ୍ଦ୍ରାପଡା: ପ୍ରଶାସନିକ ସ୍ଥାଣୁତା ଏବଂ ନ୍ୟାୟ ଦାବିରେ ଦଳିତ ଯୁବକ ଓ ତାଙ୍କ ପରିବାରର ଧାରଣା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବାହାରେ ।

ସୂଚନାନୁସାରେ, ଜଣେ ଦିନ ମଜୁରିଆ ଦଳିତ ଯୁବକଙ୍କୁ ସରପଞ୍ଚଙ୍କ ଦ୍ବାରା କଙ୍ଗାରୁ କୋର୍ଟରେ ଦୋଷୀ ସାବ୍ୟସ୍ତ କରିବା ଏବଂ ଜୋର ଜବରଦସ୍ତ ଆର୍ଥିକ ଜୋରିମାନା ଲଗାଇବା ନେଇ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଗତ ଫେବୃଆରୀ ମାସରୁ ଏଭଳି ଅଭିଯୋଗ ହୋଇଥିଲେ ମଧ୍ୟ ପ୍ରଶାସନିକ ସ୍ଥାଣୁତାକୁ ବିରୋଧ କରି ଦଳିତ ଯୁବକ ଓ ପରିବାର ପକ୍ଷରୁ ସୋମବାର କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି ।

ଅଭିଯୋଗ ମୁତାବକ କେନ୍ଦ୍ରାପଡ଼ା ଧୂମାତ ପଞ୍ଚାୟତର ଦଳିତ ଯୁବକ ଜଗନ ଜେନାଙ୍କ ଉପରେ ସ୍ଥାନୀୟ ଗ୍ରାମର ଜଣେ ମହିଳାଙ୍କ ଠାକୁର ମୂର୍ତ୍ତି ଚୋରିର ଅଭିଯୋଗ ଲାଗିଥିଲା । ଗତ ଫେବୃଆରୀ 27ତାରିଖରେ ଏହି ମାମଲାରେ ତାଙ୍କୁ ଅଭିଯୁକ୍ତ ଦର୍ଶାଇ ସରପଞ୍ଚ ନରହରି ପାଣି ଜଗନକୁ ନଗଦ ପାଞ୍ଚ ହଜାର ଟଙ୍କା ଜୋରିମାନା ଲଗାଇଥିବାବେଳେ ନିକିରାଇ ଥାନାରେ ମାମଲା ରୁଜ୍ଜୁ କରାଯାଇଥିଲା । କିନ୍ତୁ କିଛିଦିନ ପରେ ଅନ୍ୟ ଜଣଙ୍କ ଘରୁ ଉକ୍ତ ମୂର୍ତ୍ତି ବାହାରିବା ପରେ ସରପଞ୍ଚଙ୍କ ନିକଟରେ ଆର୍ଥିକ ଦଣ୍ଡରୁ ମୁକୁଳିବା ଓ ଥାନାର କେସ ସମାଧାନ ପାଇଁ ଅନୁରୋଧ କରିଥିଲେ ଜଗନ । ହେଲେ ସରପଞ୍ଚ ଜଗନର କୌଣସି କଥା ନଶୁଣି ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ଏନେଇ ସେ ନିକିରାଇ ଥାନା, କେନ୍ଦ୍ରାପଡ଼ା ଆରକ୍ଷୀ ଅଧୀକ୍ଷକ ଓ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଅଭିଯୋଗ କରିଥିଲେ । ଜଗନଙ୍କୁ କୌଣସି ନ୍ୟାୟ ନମିଳିବାରୁ ଆଜି ଜଗନ ସପରିବାରେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.