କେନ୍ଦ୍ରାପଡା: ରାଜ୍ୟ ଶାସନ ବ୍ୟବସ୍ଥାରେ ସ୍ବଚ୍ଛତା ଆଣିବା ଏବଂ ଜନସାଧାରଣଙ୍କୁ ସରକାରୀ ସେବା ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏପଟେ ଗୁରୁବାରଠୁ ରାଜ୍ୟର ବିଭିନ୍ନ ମେଡ଼ିକାଲ ଓ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) ଅଫିସରେ ବୃଦ୍ଧି ପାଉଥିବା ଦଲାଲଙ୍କ ଦାଦାଗିରି ଉପରେ ରୋକ ଲଗାଇବା ପାଇଁ କଡା ପଦକ୍ଷେପ ଗ୍ରହଣ କରାଯାଇଛି ।
ଗୁରୁବାର ଜିଲ୍ଲା ପୋଲିସ ପକ୍ଷରୁ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟ,ପଟ୍ଟାମୁଣ୍ଡାଇ ଉପଖଣ୍ଡ ଚିକିତ୍ସାଳୟ ଓ କେନ୍ଦ୍ରାପଡ଼ା RTO ଅଫିସରେ ଚଢ଼ାଉ କରାଯାଇଛି । ଟାଉନ ପୋଲିସ ପକ୍ଷରୁ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟରେ ଚଢ଼ାଉ ବେଳେ ଦୁଇ ମହିଳା ଓ ଜଣେ ଯୁବକଙ୍କୁ ଗିରଫ କରାଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପ୍ରତିକ୍ରିୟାରେ କହିଛନ୍ତି ଚିକିତ୍ସାଳୟ ପରିସରରେ ରୋଗୀଙ୍କୁ ବାହାରେ ମେଡ଼ିସିନ କିଣିବା, ବାହାରେ ପରୀକ୍ଷା କରିବା ପାଇଁ ପ୍ରବର୍ତ୍ତାଇବା ଅଭିଯୋଗରେ ଏମାନଙ୍କୁ ଗିରଫ କରାଯାଇଛି । ଗିରଫ କରାଯାଇଥିବା ଦଲାଲ ଅଭିଯୁକ୍ତମାନଙ୍କୁ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ