ETV Bharat / state

ମୁଣ୍ଡ ବଦଳରେ ମଣ୍ଡାରେ ସନ୍ତୁଷ୍ଟ ହୁଅନ୍ତି ଚଣ୍ଡିଦେବୀ, ଉପାସନା କଲେ ଦୂର ହୁଏ ମହାମାରୀ ! - ମଣ୍ଡା ଦେଲେ ଦୂର ହୁଏ ମହାମାରୀ

ଚଣ୍ଡିଦେବୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ମୁଣ୍ଡ ବଦଳରେ ଲାଗିହୁଏ ମଣ୍ଡା । ବିଶ୍ବାସ ରହିଛି ମଣ୍ଡା ଦେଲେ ଦୂର ହୁଏ ମହାମାରୀ । ଜାଣନ୍ତୁ ମା' ଚଣ୍ଡିଦେବୀଙ୍କ କିମ୍ବଦନ୍ତୀ

indupur chandi devi pitha
indupur chandi devi pitha
author img

By

Published : May 12, 2023, 4:08 PM IST

ମୁଣ୍ଡ ବଦଳରେ ମଣ୍ଡାରେ ସନ୍ତୁଷ୍ଟ ହୁଅନ୍ତି ଚଣ୍ଡିଦେବୀ

କେନ୍ଦ୍ରାପଡା: କେନ୍ଦ୍ରାପଡା ଓ ଯାଜପୁର ଜିଲ୍ଲାର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଥିବା ମା' ଚଣ୍ଡିଦେବୀଙ୍କ ଅନେକ ମହିମା । ଏଠାରେ ବର୍ଷକୁ ୬ଥର ହୋଇଥାଏ ଭିନ୍ନ ଭିନ୍ନ ପୂଜୋତ୍ସବ। ଦୁଇଟି ଜିଲ୍ଲାର ମଧ୍ୟଭାଗରେ ଥିବା ମା' ଚଣ୍ଡୀଦେବୀଙ୍କ ପ୍ରତି ମାନସିକଧାରୀ ଓ ଅଞ୍ଚଳବାସୀଙ୍କ ରହିଛି ପ୍ରଗାଢ ବିଶ୍ୱାସ ଓ ଭକ୍ତି । ମା' ଚଣ୍ଡିଦେବୀଙ୍କୁ ହଜାରେ ଭେଣ୍ଡା ବଦଳରେ ହଜାରେ ମଣ୍ଡା ଦେଇ ମା'ଙ୍କୁ ସନ୍ତୁଷ୍ଟ କରିଥାନ୍ତି ବ୍ରତଧାରୀ ।

ମୁଣ୍ଡ ବଦଳରେ ମଣ୍ଡା ଦେବାର କିମ୍ବଦନ୍ତୀ: ମା'ଙ୍କ କୋପ ଆଗରେ ପରାଜିତ ଓ ଅସହାୟ ମାନବ ସମାଜ । ବିଶ୍ୱାସ ଓ ଲୋକକଥା ଅନୁଯାୟୀ ମା' ଚଣ୍ଡୀଦେବୀଙ୍କୁ ଶାନ୍ତ କରିବା ପାଇଁ ମୁଣ୍ଡ ବଦଳରେ ମଣ୍ଡାପିଠା ଦେଇଥାନ୍ତି ଶ୍ରଦ୍ଧାଳୁ। ବିଶ୍ୱାସ ଓ ପରମ୍ପରା ଅନୁଯାୟୀ ପ୍ରାୟ ୪୦୦ରୁ ୫୦୦ ବର୍ଷ ପୂର୍ବେ କେନ୍ଦ୍ରାପଡ଼ା ଜିଲ୍ଲା ଇନ୍ଦୁପୁର ଅଞ୍ଚଳରେ ମହାମାରୀ ହଇଜା ବ୍ୟାପୀ ଅନେକ ଲୋକଙ୍କ ଜୀବନହାନି ହୋଇଥିଲା । କିଏ ନିଜର ପୁଅକୁ ହରାଇଥିଲା ତ ଆଉ କିଏ ନିଜ ସ୍ୱାମୀକୁ ଓ ଆଉ କିଏ ନିଜ ବାପାଙ୍କୁ ହରାଇ ପରିବାର ସର୍ବଶ୍ବାନ୍ତ ହୋଇଥିଲା । ଫଳରେ ଅଧିଷ୍ଠାତ୍ରୀ ଦେବୀ ମା' ଚଣ୍ଡୀଦେବୀଙ୍କ ନିକଟରେ ମା'ଙ୍କ ପୂଜକ ମାଳି ସମେତ ଭକ୍ତମାନେ ଅଧିଆ ପଡ଼ିଥିଲେ । ଫଳରେ ମା' ଉଗ୍ର ରୂପରେ ସ୍ୱପ୍ନାଦେଶ ହୋଇ ଏକ ହଜାର ମୁଣ୍ଡ ନେବେ ବୋଲି କହିଥିଲେ । ତେବେ ମା'ଙ୍କୁ ଶାନ୍ତ କରାଇ ହଜାର ମୁଣ୍ଡ ବଦଳରେ ହଜାର ମଣ୍ଡା ଦେବାକୁ କହି ମା'ଙ୍କୁ ଶାନ୍ତ କରାଇଥିଲେ ଶ୍ରଦ୍ଧାଳୁ ଓ ପୀଡିତ ।ଲୋକଶ୍ରୁତି ଅନୁସାରେ ସେହିଦିନଠାରୁ ଏହି ମଣ୍ଡାପିଠା ପରମ୍ପରା ଚାଲି ଆସୁଛି । ମା' ଚଣ୍ଡୀଦେବୀ ମୁଣ୍ଡ ପାଇଁ ମହାମାରୀ "ଡାକ" ଦେଇଥିବାରୁ ଏହାକୁ "ଡାକମଣ୍ଡା" କୁହାଯାଏ । ପ୍ରତ୍ୟେକ ବର୍ଷ ବୈଶାଖ ମାସ ଆରମ୍ଭ ଅର୍ଥାତ ପଣା ସଂକ୍ରାନ୍ତିଠାରୁ ଜ୍ୟେଷ୍ଠ ମାସ ସଂକ୍ରାନ୍ତି ମଧ୍ୟରେ ପଡ଼ୁଥିବା ସମସ୍ତ ଗୁରୁବାରରେ ମା' ଚଣ୍ଡୀଦେବୀଙ୍କ ଉଦ୍ଦେଶ୍ୟରେ ମଣ୍ଡା ତିଆରି କରିଥାଆନ୍ତି ବ୍ରତଧାରୀ । କେନ୍ଦ୍ରାପଡ଼ା, ଯାଜପୁର, କଟକ, ଖୋର୍ଦ୍ଧା, ଭଦ୍ରକ, ବାଲେଶ୍ୱର, ସୁନ୍ଦରଗଡ଼ ଭଳି ଜିଲ୍ଲାମାନଙ୍କରୁ ମହିଳାମାନେ ଧାଇଁ ଆସି ମଣ୍ଡାପିଠା ତିଆରି କରି ମା'ଙ୍କୁ ସନ୍ତୁଷ୍ଟ କରିଥାଆନ୍ତି ।

ମଣ୍ଡା ପିଠା ତିଆରିର ନିୟମ: ଜିଲ୍ଲା ଏବଂ ଜିଲ୍ଲା ବାହାରୁ ଆସୁଥିବା ଓଡ଼ିଆଣିମାନେ ପୂର୍ବଦିନ ଅରୁଆ ଚାଉଳକୁ ଢ଼ିଙ୍କି କିମ୍ବା ହେମଦସ୍ତାରେ କୁଟି ପିଠା ପାଇଁ ଚୁନା ପ୍ରସ୍ତୁତ କରିଥାନ୍ତି । ଚଣ୍ଡୀ ଦେବୀଙ୍କ ପୀଠରେ ପହଁଚିବା ପରେ ନୂଆ ମାଟିହାଣ୍ଡିରେ ସିନ୍ଦୂର, ଫୁଲହାର ଇତ୍ୟାଦି ଲାଗିକରି ଆଣ ଜନ୍ତି ଏବଂ ବିନା ନଡ଼ିଆରେ ପୁର ପ୍ରସ୍ତୁତ କରି ତିଆରି କରିଥାଆନ୍ତି ମଣ୍ଡାପିଠା । କାଠ ଚୁଲିରେ ସିଝାଇବା ପରେ ମା' ଚଣ୍ଡୀଦେବୀଙ୍କ ପାଖରେ ଲାଗି କରାଯାଇଥାଏ । ଏହାପରେ ହାଣ୍ଡିର ପିଠାକୁ ନେଇ ଦୂରରେ ବିସର୍ଜ୍ଜନ କରି ହାଣ୍ଡିକୁ ଭାଙ୍ଗିଥାଆନ୍ତି ବ୍ରତଧାରୀ । ନିଃସନ୍ତାନ ମାନସିକ କଲେ ସନ୍ତାନ ପ୍ରାପ୍ତି, ବିଭିନ୍ନ ମାଲି ମୋକଦ୍ଦମାରେ ବିଜୟ ପାଇଁ ମାନସିକ ସହ ପୁଅ ଅବା ଝିଅର ଚାକିରି ପାଇଁ ମା'ମାନେ ଏହି ଡାକମଣ୍ଡା ଓଷା କରିଥାଆନ୍ତି। ଅଧିଷ୍ଠାତ୍ରୀ ଦେବୀ ମା' ଚଣ୍ଡୀଦେବୀଙ୍କ ପୀଠର ଅନ୍ୟ ଏକ ବୈଶିଷ୍ଟ୍ୟ ମଧ୍ୟ ରହିଛି । ଏଠାରେ ବ୍ରାହ୍ମଣ ପୂଜକଙ୍କ ବଦଳରେ ମାଳି ସମ୍ପ୍ରଦାୟର ବ୍ୟକ୍ତିମାନେ ମା'ଙ୍କୁ ଦୀର୍ଘବର୍ଷ ଧରି ପୂଜା କରି ଆସୁଛନ୍ତି । ତେବେ ପିଠା କରିସାରିବା ପରେ ଏହି ମାଟି ହାଣ୍ଡିକୁ ବିସର୍ଜ୍ଜନ କରି ହାଣ୍ଡି ଭାଙ୍ଗୁଥିବାରୁ ଏହାକୁ ହାଣ୍ଡିଭଙ୍ଗା ଓଷା ବୋଲି କୁହାଯାଏ । ବିଶ୍ବବାସୀଙ୍କୁ ଘଣ୍ଟ ଘୋଡ଼ାଇ ରଖିବା ସହ କୋଭିଡ୍‌ ଭଳି ମହାମାରୀ ନହେଉ ବୋଲି ମଣ୍ଡା ଦେଇ ମା'ଙ୍କୁ ପୂଜା କରୁଛନ୍ତି ମାନସିକଧାରୀ ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.