ETV Bharat / state

ଆବାସ ଯୋଜନା ଫେଲ ! 3ବର୍ଷ ହେଲା ସ୍କୁଲ ପାଲଟିଛି ୫ ପ୍ରାଣୀଙ୍କ ଘର

author img

By

Published : Nov 8, 2021, 8:31 PM IST

ଫନି ବାତ୍ୟାକୁ ଦୁଇବର୍ଷ ବିତିଗଲା ହେଲେ ବାତ୍ୟାରେ ଘର ହରାଇଥିବା ଏକ ଅସହାୟ ପରିବାର ୫ ପ୍ରାଣୀ କୁଟୁମ୍ବ ଗାଁ ସ୍କୁଲ ଘରେ ମୁଣ୍ଡ ଗୁଞ୍ଜିଛନ୍ତି । ଏହାରି ଭିତରେ ୩ ବର୍ଷ ବିତିଯାଇଥିଲେ ସୁଦ୍ଧା ନିଜ ଭଙ୍ଗା ଘରକୁ ଫେରି ପାରୁ ନାହାନ୍ତି କେନ୍ଦ୍ରାପଡା ଜିଲ୍ଲା ସାରଙ୍ଗ ଗ୍ରାମର ବସନ୍ତ ରାଉତ ଓ ତାଙ୍କ ପରିବାର । ଅଧିକ ପଢନ୍ତୁ...

ବସନ୍ତ ରାଉତ
ବସନ୍ତ ରାଉତ

କେନ୍ଦ୍ରାପଡା: ଫନି ବାତ୍ୟାକୁ ଦୁଇବର୍ଷ ବିତିଗଲା ହେଲେ ବାତ୍ୟାରେ ଘର ହରାଇଥିବା ଏକ ଅସହାୟ ପରିବାରର ୫ ପ୍ରାଣୀ କୁଟୁମ୍ବ ଗାଁ ସ୍କୁଲ ଘରେ ମୁଣ୍ଡ ଗୁଞ୍ଜିଛନ୍ତି। ଏହାରି ଭିତରେ ୩ ବର୍ଷ ବିତିଯାଇଥିଲେ ସୁଦ୍ଧା ନିଜ ଭଙ୍ଗା ଘରକୁ ଫେରି ପାରୁ ନାହାନ୍ତି କେନ୍ଦ୍ରାପଡା ଜିଲ୍ଲା ସାରଙ୍ଗ ଗ୍ରାମର ବସନ୍ତ ରାଉତ ଓ ତାଙ୍କ ପରିବାର। ନିଜ ପାଇଁ ଆବାସ ଯୋଜନାରେ ପକ୍କା ଘର ଖଣ୍ଡେ ପାଇବା ପାଇଁ ବ୍ଲକ କାର୍ଯ୍ୟାଳୟକୁ ଦୌଡି ଦୌଡି ନିରାଶ ହେଲେଣି । ଏବେ ଭାଗ୍ୟ ଭରସାରେ ଏହି ଅସହାୟ ପରିବାର ।

କେନ୍ଦ୍ରାପଡାରେ ଫେଲ ଆବାସ ଯୋଜନା! 3ବର୍ଷ ହେଲା ସ୍କୁଲ ପାଲଟିଛି ୫ ପ୍ରାଣୀଙ୍କ ଘର

ସୂଚନା ଅନୁସାରେ ଜିଲ୍ଲାର ସାରଙ୍ଗ ଗାଁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପାଲଟିଛି ବାସଗୃହ। ଏହି ଗାଁର ବସନ୍ତ କୁମାର ରାଉତ ନିଜ ସ୍ତ୍ରୀ ଓ ୩ ପିଲାଙ୍କ ସହ ସ୍କୁଲ ଘରେ ରହୁଛନ୍ତି । ଦିନେ କି ଦୁଇ ଦିନ ନୁହେଁ ୩ ବର୍ଷ ହୋଇ ଗଲାଣି ଏଠାରେ ରହୁଛନ୍ତି । ଏହାରି ଭିତରେ କେତେ ବାତ୍ୟା,ବର୍ଷା ଓ ପ୍ରାକୃତିକ ଦୁର୍ବିପାକ ଗଲାଣି କିନ୍ତୁ ନିଜ ଘରକୁ ଫେରି ପାରୁନାହାନ୍ତି ଏହି ପରିବାର । ଗତ ଫନି ବାତ୍ୟାରେ ନିଜର ଚାଳଛପର ଘରଖଣ୍ଡିକ ଭାଙ୍ଗିଯିବା ପରେ ସେବେଠାରୁ ଗାଁ ସ୍କୁଲ ଘର ପାଲଟିଛି ଏହି ପରିବାର ପାଇଁ ଘର । ସ୍କୁଲ ଘରେ ରୋଷେଇବାସ, ଖାଇବା ପିଇବା ଓ ଶୋଇବା ସବୁ ଚାଲିଛି। ଆଉ ସ୍କୁଲଘର ଚାରି ପାଖରେ ଭର୍ତ୍ତି ହୋଇଛି ଜଙ୍ଗଲ ଗଛଲତା, ମଶା,ମାଛି ଓ ବିଷାକ୍ତ ଜନ୍ତୁ ପ୍ରାଦୁର୍ଭାବ । ତାରି ମଝିରେ ନିଜର ୩ ପିଲାଙ୍କୁ ଧରି ବଡ ଅସହାୟ ଭାବେ ରହୁଛନ୍ତି ବସନ୍ତ ଓ ତାଙ୍କ ସ୍ତ୍ରୀ ଜୟନ୍ତୀ । ନିଜ ପାଇଁ ପକ୍କା ଘର ଖଣ୍ଡେ କରିବାକୁ ବାରମ୍ବାର ପ୍ରଶାସନର ଦ୍ଵାରସ୍ଥ ହୋଇଛନ୍ତି। କିନ୍ତୁ ପ୍ରଶାସନିକ ଆଇନ କାନୁନ ଓ ନିୟମ ଆଗରେ ଛନ୍ଦି ହୋଇପଡିଛନ୍ତି ବସନ୍ତ ।

ବାତ୍ୟା ପୂର୍ବରୁ ବସନ୍ତଙ୍କ ପରିବାର ଆବାସ ଯୋଜନାରେ ଘର ପାଇଥିବା ବ୍ଲକ ପ୍ରଶାସନ କହୁଥିବା ବେଳେ ବାସ୍ତବିକ କିନ୍ତୁ ବସନ୍ତ କିମ୍ବା ତାଙ୍କ ପରିବାରର କୌଣସି ସଦସ୍ୟ ଆବାସ ଯୋଜନାରେ ଘର ପାଇନଥିବା କହିଛନ୍ତି ବସନ୍ତ। ବସନ୍ତ ଘର ପାଇବାକୁ ଅଯୋଗ୍ୟ କହି ବ୍ଲକ ପ୍ରଶାସନ ହାତ ଟେକି ଦେଉଛି ।

ଅନ୍ୟପଟେ ଆଉ ମାତ୍ର କିଛିଦିନ ପରେ ବିଦ୍ୟାଳୟ ଗୁଡିକ ଖୋଲିବାକୁ ଯାଉଥିବା ବେଳେ ବସନ୍ତଙ୍କ ପରିବାର କେଉଁଠି ରହିବେ ସେନେଇ ଚିନ୍ତାରେ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.