ETV Bharat / state

ସରପଞ୍ଚ ପ୍ରାର୍ଥୀନିଙ୍କ ପାଇଁ ଟଙ୍କା ବାଣ୍ଟୁଛନ୍ତି ମିଶନ ଶକ୍ତି ବିଭାଗର CRP, ଭିଡିଓ ଭାଇରାଲ - ଟଙ୍କା ବାଣ୍ଟୁଛନ୍ତି ମିଶନ ଶକ୍ତି CRP

ଭାଇରାଲ ଭିଡିଓଟି ହେଉଛି କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ କୁରୁଜଙ୍ଗା ପଞ୍ଚାୟତର । ଏଠି ସରପଞ୍ଚ ପଦବୀ ପାଇଁ ସୂର୍ଯ୍ୟ ଚିହ୍ନରେ ପ୍ରତିଦ୍ବନ୍ଦିତା କରୁଛନ୍ତି ବର୍ତ୍ତମାନର ସରପଞ୍ଚ ଚନ୍ଦ୍ରକାନ୍ତ ପ୍ରଧାନଙ୍କ ପତ୍ନୀ ନମିତା ପ୍ରଧାନ । ଅଧିକ ପଢନ୍ତୁ

ସରପଞ୍ଚ ପ୍ରାର୍ଥୀନିଙ୍କ ପାଇଁ ଟଙ୍କା ବାଣ୍ଟୁଛନ୍ତି  ମିଶନ ଶକ୍ତି ବିଭାଗର CRP

author img

By

Published : Feb 15, 2022, 9:14 PM IST

କେନ୍ଦ୍ରାପଡା: ଦୁଇ ହଜାର ନିଅ ସୂର୍ଯ୍ୟ ଚିହ୍ନକୁ ଭୋଟ ଦେବ। ତୁମ ଗ୍ରୁପରେ କେତେ ଜଣେ ସଦସ୍ୟ ଅଛନ୍ତି ? ସଭାନେତ୍ରୀ ଓ ସମ୍ପାଦିକାଙ୍କୁ ଡାକ । ସମସ୍ତଙ୍କ ଉପସ୍ଥିତିର ଖୋଲିବ । ଭାଗ ବଣ୍ଟା କରି ଟଙ୍କା ନେବ । ଯଦି କମ ପଡେ ପରେ ନେବ । ସମସ୍ତଙ୍କୁ କହିବ ସୂର୍ଯ୍ୟ ଚିହ୍ନ ପ୍ରାର୍ଥୀନି ଟଙ୍କା ଦେଇଛନ୍ତି । ଆଉ ଭୋଟ ସୂର୍ଯ୍ୟ ଚିହ୍ନରେ ହିଁ ଦେବ । ଆଉ ଏହା କହି କିଛି ସିଲ ଲଗା ଖାମ(ଲଫାପା) ଭର୍ତ୍ତି ଟଙ୍କା ବଢାଇ ଦେଉଛନ୍ତି ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟଙ୍କୁ ଜଣେ ମିଶନ ଶକ୍ତି ବିଭାଗର ମହିଳା କର୍ମଚାରୀ । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ସରପଞ୍ଚ ପ୍ରାର୍ଥୀନିଙ୍କ ପାଇଁ ଟଙ୍କା ବାଣ୍ଟୁଛନ୍ତି ମିଶନ ଶକ୍ତି ବିଭାଗର CRP , ଭିଡିଓ ଭାଇରାଲ

ଭାଇରାଲ ଭିଡିଓଟି ହେଉଛି କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ କୁରୁଜଙ୍ଗା ପଞ୍ଚାୟତର । ଏଠି ସରପଞ୍ଚ ପଦବୀ ପାଇଁ ସୂର୍ଯ୍ୟ ଚିହ୍ନରେ ପ୍ରତିଦ୍ବନ୍ଦିତା କରୁଛନ୍ତି ବର୍ତ୍ତମାନର ସରପଞ୍ଚ ଚନ୍ଦ୍ରକାନ୍ତ ପ୍ରଧାନଙ୍କ ପତ୍ନୀ ନମିତା ପ୍ରଧାନ । ଆଉ ତାଙ୍କ ତରଫରୁ ଗାଁ ଗାଁ ବୁଲି ସ୍ବୟଂ ସହାୟିକା ଗୋଷ୍ଠୀ ମହିଳାଙ୍କୁ ଟଙ୍କା ବାଣ୍ଟୁଛନ୍ତି ମିଶନ ଶକ୍ତି ବିଭାଗର CRP ମିତାଲି ମଧୁସ୍ମିତା ଦାସ । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ନିର୍ବାଚନ କମିଶନଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ଓ ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ସ୍ବଚ୍ଛ,ନିରପେକ୍ଷ ଓ ଅବାଧ ନିର୍ବାଚନ କରିବା ପାଇଁ ଜୋର ଦେଉଥିବାବେଳେ ଏଭଳି ସ୍ଥିତିରେ ମିଶନ ଶକ୍ତି ଭଳି ଏକ ଗୁରୁତ୍ବପୂର୍ଣ୍ଣ ବିଭାଗରେ କାର୍ଯ୍ୟ କରୁଥିବା ଜଣେ ମହିଳା ଜଣେ ସରପଞ୍ଚ ପ୍ରାର୍ଥୀନୀଙ୍କ ପାଇଁ କୁରୁଜଙ୍ଗା ଦଳିତ ସାହିରେ ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ଟଙ୍କା ବାଣ୍ଟିବା ନିର୍ବାଚନର ସ୍ବଚ୍ଛ ଓ ନିରପେକ୍ଷତାକୁ ନେଇ ବଡ ପ୍ରଶ୍ନ ଉଠିଛି ।

ଏନେଇ ଡେରାବିଶ ବ୍ଲକ ମିଶନ ଶକ୍ତି ଅଧିକାରିଣୀଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ସେ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.