କେନ୍ଦ୍ରାପଡା: ରାଜରାସ୍ତା ପାର ହେଉଛି ବଉଳା କୁମ୍ଭୀର । ପଦଲାପୁର ରାସ୍ତାରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । କୁମ୍ଭୀରର ଲମ୍ବ ୧୦ ଫୁଟ ହେବା ନେଇ ଅନୁମାନ କରାଯାଉଛି । ଖବର ପ୍ରଘଟ ହେବାପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । କୁମ୍ଭୀର ମାନଙ୍କ ଅଭୟାରଣ୍ୟ କୁହାଯାଉଥିବା ଭିତରକନିକା ଜାତୀୟ ଉଦ୍ୟାନ ମୁଖ୍ୟ ରାସ୍ତାର ପଦଲାପୁର ରାସ୍ତାରେ ଶୁକ୍ରବାର ଏକ ୧୦ ଫୁଟରୁ ଉର୍ଦ୍ଧ୍ବ ଲମ୍ବର କୁମ୍ଭୀର ପାର ହେଉଥିବା ବେଳେ କିଛି ସ୍ଥାନୀୟଲେକେ ଦେଖିଥିଲେ ।
ରାସ୍ତାରେ ବାଇକ ଯୋଗେ ଯାଉଥିବା ଜଣେ ଆରୋହି ଏହି ଭିଡ଼ିଓଟିକୁ ଉତ୍ତୋଳନ କରିଥିବା ବେଳେ ସ୍ଥାନୀୟ ଲୋକେ କୁମ୍ଭୀର ରାସ୍ତାରେ ବୁଲୁଥିବା ଦେଖି ଆତଙ୍କିତ ହୋଇ ପଡିଛନ୍ତି । ଭିତରକନିକା କୁମ୍ଭୀର ମାନଙ୍କ ଏନ୍ତୁଡ଼ିଶାଳ ରୂପେ ବିଶ୍ୱରେ ପରିଗଣିତ ହେଉଥିବା ବେଳେ ଏଠାରେ ଥିବା ନଦୀ ନାଳ ମାନଙ୍କରେ ବସା ବାନ୍ଧି ରହିଥାନ୍ତି ବଉଳା କୁମ୍ଭୀର ।
ଏହା ମଧ୍ୟ ପଢନ୍ତୁ: ଗୁଜୁରାଟ ଗସ୍ତରେ ମୋଦି, ଗଣ ବିବାହ କାର୍ଯ୍ୟକ୍ରମରେ ହେବେ ସାମିଲ
ତେବେ ଏନେଇ ଭିତରକନିକା ରେଞ୍ଜର ମାନସ ଦାସଙ୍କ ସହ ଯୋଗାଯୋଗ କରିବାରୁ ସେ କହିଥିଲେ ଯେ, ସାଧାରଣତଃ କୁମ୍ଭୀରମାନେ ବିଳମ୍ବିତ ରାତିରେ ଖାଦ୍ୟ ଅନ୍ୱେଷଣରେ ରାସ୍ତାକୁ ଆସିଥାନ୍ତି । ପଦଲାପୁର ଅର୍ଥାତ ଶୁକ୍ରବାର ସନ୍ଧ୍ୟାରେ କୁମ୍ଭୀର ଯେଉଁ ରାସ୍ତା ଉପରେ ଥିବା ଦେଖାଯାଇଛି ସେହି ସ୍ଥାନଟି ଗୋଟିଏ ଶାଖା ନଦୀ ଓ ଗୋଟିଏ ନଦୀ ଦ୍ୱାରା ଆବଦ୍ଧ ଅଞ୍ଚଳ ତେଣୁ ଏଥିରେ କୁମ୍ଭୀର ବୁଲିବା କୌଣସି ଭୟର କଥା ନୁହେଁ ।
ସାଧାରଣତଃ କୁମ୍ଭୀରମାନେ ସ୍ଥଳଭାଗରେ ଆକ୍ରମଣ କରୁନଥିବାରୁ ଲୋକେ ଏଥିରେ ଭୟଭୀତ ନହୋଇ ଯଥାସମ୍ଭବ ନିରାପଦ ଦୂରତା ଅନୁଯାୟୀ ନଦୀମାନଙ୍କରେ ଗାଧୋଇବା, ଶୌଚ ହେବା ପାଇଁ ପରାମର୍ଶ ଦେଇଛନ୍ତି । ତେବେ ଖବର ପାଇବା ମାତ୍ରେ ମୁଁ ସଙ୍ଗେସଙ୍ଗେ ଟିମକୁ ଘଟଣାସ୍ଥଳକୁ ପଠାଇବା ସହ ଶନିବାର ଦିନ ନିଜେ ଉକ୍ତ ଅଞ୍ଚଳ ଗସ୍ତ କରି ଏହାର ଅନୁସନ୍ଧାନ କରିଛି ।"
ଇଟିଭି ଭାରତ, କେନ୍ଦ୍ରାପଡା