ETV Bharat / state

ମାଛଧରା ଜାଲରେ ପଡିଲା କୁମ୍ଭୀର ଛୁଆ, ଲୋକେ ଆତଙ୍କିତ

କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ବ୍ଲକ ପେଣ୍ଠପାଳ ପଞ୍ଚାୟତ ବ୍ରାହ୍ମଣୀ ନଦୀରୁ କୁମ୍ଭୀର ଛୁଆ ଉଦ୍ଧାର । ମାଛ ମାରିବା ସମୟରେ ଜାଲରେ ପଡିଥିଲା କୁମ୍ଭୀର ଛୁଆ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Sep 11, 2023, 12:46 PM IST

Crocodile rescued Instead Of Fish
Crocodile rescued Instead Of Fish
Crocodile rescued Instead Of Fish

କେନ୍ଦ୍ରାପଡା: ଜିଲ୍ଲାରେ ଥମୁନି କୁମ୍ଭୀର ଆତଙ୍କ । କୁମ୍ଭୀର ପଞ୍ଝାରେ ଯାଉଛି ନିରିହ ଜୀବନ । କୁମ୍ଭୀର ଆକ୍ରମଣରେ ଗତ ତିନି ମାସ ମଧ୍ୟରେ ୫ ଜଣଙ୍କ ଜୀବନ ଯାଇଥିବା ବେଳେ ଏନେଇ ଆତଙ୍କିତ ଅଞ୍ଚଳବାସୀ । ଏହାରି ମଧ୍ୟରେ ମାଛ ମାରିବା ସମୟରେ ଉଦ୍ଧାର ହୋଇଛି କୁମ୍ଭୀର ଛୁଆ । କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ବ୍ଲକ ପେଣ୍ଠପାଳ ପଞ୍ଚାୟତ ବ୍ରାହ୍ମଣୀ ନଦୀତରୁ କୁମ୍ଭୀର ଛୁଆ ଉଦ୍ଧାର ହୋଇଛି । ମାଛ ମାରିବା ସମୟରେ ଜାଲରେ ପଡିଥିଲା କୁମ୍ଭୀର ଛୁଆ । ଯାହାକୁ ଦେଖି ଲୋକଙ୍କ ମନରେ ଭୟ ବଢି ଯାଇଛି ।

ସୂଚନା ମୁତାବକ, କେନ୍ଦ୍ରାପଡା ପେଣ୍ଠପାଳ ପଞ୍ଚାୟତ ବ୍ରାହ୍ମଣୀ ନଦୀରେ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ଚକ୍ରଧର ସେଠି ନାମକ ଜଣେ ମାଛୁଆରୀ ଓ ତାଙ୍କ ସାଥୀମାନେ ବ୍ରାହ୍ମଣୀ ନଦୀରେ ସନ୍ଧ୍ୟା ସମୟରେ ମାଛ ମାରୁଥିଲେ । ସେହି ସମୟରେ ଉକ୍ତ ଜାଲରେ କୁମ୍ଭୀର ଛୁଆ ପଡିଥିଲା । ଏହି କୁମ୍ଭୀର ଥୁଆକୁ ଗ୍ରାମବାସୀ ମାନେ ସୁରକ୍ଷିତ ଭାବେ ଉଦ୍ଧାର କରି ରାଜନଗର ବନ ବିଭାଗକୁ ଖବର ଦେଇଥିଲେ । ଏନେଇ ବନ ବିଭାଗ ପେଣ୍ଠପାଳକୁ ଗ୍ରାମକୁ ଯାଇ କୁମ୍ଭୀର ଛୁଆକୁ ଉଦ୍ଧାର କରିଛି । ତେବେ ମାତ୍ର ଅଢେ଼ଇ ମାସ ବ୍ୟବଧାନରେ ଜିଲ୍ଲାର ୫ଟି ଅମୂଲ୍ୟ ଜୀବନ କୁମ୍ଭୀର ଆକ୍ରମଣରେ ଯାଇଥିବା ବେଳେ ନଦୀ ଉପରେ ନିର୍ଭର କରି ଜୀବନ ଯାପନ କରୁଥିବା ଲୋକେ ଏବେ ଆତଙ୍କିତ।

ଏହା ମଧ୍ୟ ପଢନ୍ତୁ- ବ୍ରାହ୍ମଣୀ ନଦୀକୁ ଶୌଚ ହେବାକୁ ଯାଇଥିଲେ, ମଇଁଷି ଚରାଳିଙ୍କୁ ଟାଣି ନେଲା କୁମ୍ଭୀର

ଏହା ମଧ୍ୟ ପଢନ୍ତୁ- କଶୋଟିବାଲି ଗାଁରେ କୁମ୍ଭୀର ଆତଙ୍କ, କୁମ୍ଭୀର ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ଜନୈକ ବ୍ୟକ୍ତି

ପ୍ରକାଶ ଥାଉକି, ଗତ କିଛି ଦିନ ପୂର୍ବେ ଜିଲ୍ଲାର ରାଜନଗର ବ୍ଲକର ରାଜପୁର ପଞ୍ଚାୟତରେ ଜଣେ ବ୍ୟକ୍ତିଙ୍କୁ ଟାଣି ନେଇଥିଲା କୁମ୍ଭୀର । ଶୌଚ ପାଇଁ ଯାଇଥିବା ବେଳେ ମଇଁଷି ଚରାଳିଙ୍କୁ କୁମ୍ଭୀର ଟାଣି ନେଇଥିଲା। ତେବେ ରାଜପୁର ଗାଁର ଭାସ୍କର ମଇଁଷି ଚରାଇବାକୁ ଯାଇଥିବା ବେଳେ ରାଜନଗର ସଂଲଗ୍ନ ବ୍ରାହ୍ମଣୀ ନଦୀକୁ ଶୌଚ ହେବାକୁ ଯାଇଥିଲେ ଅଭୟ ରାଉତ । ଏହି ସମୟରେ କୂଳରେ ଛକି ବସିଥିବା କୁମ୍ଭୀର ତାଙ୍କୁ ଟାଣି ନେଇଥିଲା । ଅଭୟ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହାପରେ ଅଭୟଙ୍କୁ ଖୋଜା ଖୋଜି କରିଥିଲେ । ସେହିପରି ଜୁଲାଇ 28 ତାରିଖରେ ପଟ୍ଟାମୁଣ୍ଡାଇ ବ୍ଳକରେ ଜଣେ ବାବାଙ୍କୁ ଟାଣି ନେଇଥିଲା କୁମ୍ଭୀର । ପେଣ୍ଠପାଳ ପଞ୍ଚାୟତ କୂଳସାହିରେ ଥିବା ବ୍ରାହ୍ମଣୀ ନଦୀ ତୁଠକୁ ଅମୂଲ୍ୟ ଦାସ ଓରଫ ଟିକିଲି ବାବା ଶୌଚ ହେବାକୁ ଯାଇବା ବେଳେ କୁମ୍ଭୀର ହାବୁଡରେ ପଡିଥିଲେ । କୁମ୍ଭୀର ତାଙ୍କୁ ନଦୀ ମଧ୍ୟକୁ ଟାଣି ନେଇଥିଲା । ଖୋଜା ଖୋଜି ପରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.