ETV Bharat / state

ଝାମ୍ପି ନେଇଥିଲା କୁମ୍ଭୀର, କୌଶଳକ୍ରମେ ଖସି ଆସିଲେ ଯୁବକ - କେନ୍ଦ୍ରାପଡ଼ାରେ କୁମ୍ଭୀର ଆକ୍ରମଣ

କେନ୍ଦ୍ରାପଡ଼ାରେ ଖରସ୍ରୋତା ନଦୀ କୂଳରୁ ଝାମ୍ପି ନେଇଥିଲା କୁମ୍ଭୀର । ଏପରିକି ନଦୀ ଭିତରକୁ ଟାଣି ନେଇଥଲା । ହେଲେ କୌଶଳ କ୍ରମେ କୁମ୍ଭୀର ପାଟିରୁ ଖସି ଆସିଲେ ଯୁବକ । ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି । ଅଧିକ ପଢ଼ନ୍ତୁ

ନଦୀ କୂଳରୁ ବ୍ୟକ୍ତିଙ୍କୁ ଝାମ୍ପିନେଲା କୁମ୍ଭୀର

author img

By

Published : Jul 3, 2022, 10:30 PM IST

କେନ୍ଦ୍ରାପଡ଼ା: ନଦୀରେ ଗାଧୋଇବା ବେଳେ ଜଣେ ଯୁବକଙ୍କୁ ଝାମ୍ପି ନେଇଥିଲା କୁମ୍ଭୀର । ଏପରିକି ନଦୀ ଭିତରକୁ ମଧ୍ୟ ଟାଣି ନେଇଥଲା । ହେଲେ ଡରି ନଯାଇ ଜୀବନ ବଞ୍ଚାଇବା ପାଇଁ ପାରୁ ପର୍ଯ୍ୟନ୍ତ ଉଦ୍ୟମ କରିଥିଲେ । ଆଉ ଶେଷରେ କୌଶଳ କ୍ରମେ କୁମ୍ଭୀର କବଳରୁ ରକ୍ଷା ପାଇ ଯାଇଥିଲେ ଯୁବକ ଜଣକ । ଏଭଳି ଏକ ଲୋମ ଟାଙ୍କୁରା ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ଅନ୍ତର୍ଗତ ଭାରିଗଦା ପଞ୍ଚାୟତ ଅଞ୍ଚଳରେ । କୁମ୍ଭୀର ପାଟିରୁ ଜୀବନ ବଞ୍ଚାଇ ଖସି ଆସିଥିବା ଯୁବକ ଜଣକ ହେଲେ ନିତ୍ୟାନନ୍ଦ ପାତ୍ର ।

ଝାମ୍ପି ନେଇଥିଲା କୁମ୍ଭୀର, କୌଶଳକ୍ରମେ ଖସି ଆସିଲେ ଯୁବକ

ସୂଚନା ଅନୁସାରେ, ନିତ୍ୟାନନ୍ଦ ନିଜ ଘରକୁ ଲାଗିଥିବା ଖରସ୍ରୋତା ନଦୀ ତୁଠରେ ଗୋଡ଼ହାତ ଧୋଉଥିଲେ । ଏହି ସମୟରେ ହଠାତ୍ କୁମ୍ଭୀର ନିତ୍ୟାନନ୍ଦଙ୍କ ଉପରେ ଆକ୍ରମଣ କରିଥିଲା । ନିତ୍ୟାନନ୍ଦଙ୍କ ବେକକୁ ଝାମ୍ପି ନେଇ ନଦୀ ଭିତରକୁ ତାଙ୍କୁ ଟାଣି ନେଇଥିଲା କୁମ୍ଭୀର । ହେଲେ ଡରି ନଯାଇ ସାହସର ସହିତ ଜୀବନ ବଞ୍ଚାଇବା ପାଇଁ ଲଢେଇ କରିଥିଲେ । କୌଶଳ କ୍ରମେ କୁମ୍ଭୀର ଆକ୍ରମଣରୁ ବର୍ତ୍ତି ଯାଇଥିଲେ । କୁମ୍ଭୀର ମୁହଁରୁ ବଞ୍ଚାଇଥିଲେ ନିଜକୁ । ତେବେ କୁମ୍ଭୀର ସହିତ ଲଢେଇ ବେଳେ ଗୁରୁତର ଭାବେ ଆହାତ ହୋଇଥିଲେ ନିତ୍ୟାନନ୍ଦ । ତାଙ୍କୁ ଗାଁ ଲୋକେ ନଦୀ କୂଳରୁ ଉଦ୍ଧାର କରି ପ୍ରଥମେ ଆଳି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ନିତ୍ୟାନନ୍ଦଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସେପଟେ ବାରମ୍ବାର ନଦୀକୂଳ ବାସିନ୍ଦା କୁମ୍ଭୀର ଆକ୍ରମଣର ଶୀକାର ହେଉଛନ୍ତି । ଏପରିକି କୁମ୍ଭୀର ଆକ୍ରମଣରେ ଅନେକ ଲୋକଙ୍କ ଜୀବନ ମଧ୍ୟ ଯାଇଛି । ଲୋକଙ୍କ ଧନଜୀବନ ସୁରକ୍ଷା ଦିଗରେ ବନବିଭାଗ ଏନେଇ ଠୋସ୍ ପଦକ୍ଷେପ ଗ୍ରହଣ କରୁନଥିବା ନେଇ ଅଭିଯୋଗ କରିଛନ୍ତି ନଦୀକୂଳ ବାସିନ୍ଦା ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.