କେନ୍ଦ୍ରାପଡା: ମହାକାଳପଡାର ଜାଲକଣା ଗ୍ରାମରେ କୁମ୍ଭୀର ଆକ୍ରମଣ । କୁମ୍ଭୀର ଆକ୍ରମଣର ଶିକାର ହୋଇଛନ୍ତି ଭଜକୃଷ୍ଣ ପ୍ରଧାନ ।
ଜାଲକଣା ଗ୍ରାମର ଭଜକୃଷ୍ଣ ପ୍ରଧାନ ସନ୍ଧ୍ୟାରେ ଚାଷକାମ ସାରି ଗୋବରୀ ନଦୀରେ ଧୂଆଧୁଇ ହେବାବେଳେ କୁମ୍ଭୀର ଆକ୍ରମଣ କରିଥିଲା । କୁମ୍ଭୀର ଆକ୍ରମଣରେ ଭାଜକୃଷ୍ଣଙ୍କର ବାମଗୋଡରେ ଆଘାତ ଲାଗିଛି। ତାଙ୍କୁ ଏବେ ମହାକାଳପଡା ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।
ନଦୀନାଳ ଘେରା ମହାକାଳପଡ଼ା ଅଞ୍ଚଳରେ କୁମ୍ଭୀର ଆକ୍ରମଣର ଶିକାର ହୋଇ ପ୍ରତ୍ୟକ ବର୍ଷ ଅନ୍ୟୁନ ୧୦ରୁ ଊର୍ଦ୍ଧ୍ବ ଲୋକଙ୍କର ପ୍ରାଣହାନି ଘଟୁଛି । କିନ୍ତୁ ଜିଲ୍ଲା ପ୍ରଶାସନର ସ୍ଥାଣୁତା ଭବିଷ୍ୟତର ଏକ ବଡଧରଣର ବିପ୍ଳବର କାରଣ ହୋଇପାରେ ବୋଲି ଅଞ୍ଚଳବାସୀ ଚେତାବନୀ କହିଛନ୍ତି ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ