ETV Bharat / state

କେନ୍ଦ୍ରାପଡାରୁ ଲକ୍ଷାଧିକ ଟଙ୍କାର ବାଣ ଜବତ, ଜଣେ ବ୍ୟବସାୟୀ ଗିରଫ

author img

By

Published : Oct 24, 2019, 12:19 PM IST

ଗତ ବୁଧବାର ରାତି  10ଟା ସମୟରେ କେନ୍ଦ୍ରାପଡ଼ା ଟାଉନ ପୋଲିସ ସହରର ବଡ଼କୋଠା ଅଞ୍ଚଳର ଏକ ଘରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ବାଣ ଜବତ କରିଥିବା ବେଳେ ଜଣଙ୍କୁ ଗିରଫ କରିଛି।

ଫାଇଲ ଫଟୋ

କେନ୍ଦ୍ରାପଡା: ଦୀପାବଳି ପୂର୍ବରୁ ବାଣ ବ୍ୟବସାୟୀଙ୍କୁ ବଡ଼ ଝଟକା। ଗତ ବୁଧବାର ରାତି 10 ଟା ସମୟରେ କେନ୍ଦ୍ରାପଡ଼ା ଟାଉନ ପୋଲିସ ସହରର ବଡ଼କୋଠା ଅଞ୍ଚଳର ଏକ ଘରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ବାଣ ଜବତ କରିଥିବା ବେଳେ ଜଣଙ୍କୁ ଗିରଫ କରିଛି।

ସୂଚନା ଅନୁଯାୟୀ, ଆଗକୁ ଦୀପାବଳି ଥିବାରୁ ମାନ୍ୟବର ଉଚ୍ଚତ୍ତମ ନ୍ୟାୟାଳୟଙ୍କ ଗାଇଡ଼ଲାଇନ ଅନୁଯାୟୀ ବାଣ ବ୍ୟବସାୟ ପାଇଁ ବୈଧ ଲାଇସେନ୍ସ ଓ ପରିବେଶ ପ୍ରଦୂଷଣ ଠାରୁ ଦୂରରେ ବାଣ ବ୍ୟବସାୟ କରିବା ପାଇଁ ନିର୍ଦ୍ଦେଶ ରହିଛି।

ଏହି ବ୍ୟବସାୟ ପାଇଁ କିଛି ବ୍ୟବସାୟୀ ଲାଇସେନ୍ସ କରିଥିବା ବେଳେ ଆଉକିଛି ବାଣ ବ୍ୟବସାୟୀ ଆଇନ ଆଖିରେ ଧୂଳି ଦେବାପାଇଁ ଚେଷ୍ଟା ଜାରି ରଖିଥିଲେ। ତେବେ ସହରରେ ବେଆଇନ ବାଣ ଗଚ୍ଛିତ ଥିବା ଓ ଏହାର ପ୍ରସାର ଘଟୁଥିବା ଖବର ପାଇବା ପରେ ଗତ ବୁଧବାର ଟାଉନ ପୋଲିସ ସହରର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ ।

ଚଢାଉ ପରେ ବଡ଼କୋଠା ଅଞ୍ଚଳର ଜନୈକ ବ୍ୟକ୍ତି ଲକ୍ଷାଧିକ ଟଙ୍କାର ବାଣ ବିନା ଲାଇସେନ୍ସରେ ଗଛିତ ରଖିଥିବା ଜଣାପଡିଥିଲା। ତେବେ ପୋଲିସ ପକ୍ଷରୁ ଏହି ବାଣ ଗୁଡିକୁ ଜବତ କରାଯିବା ସହ ଅଭିଯୁକ୍ତକୁ ଗିରଫ କରାଯାଇଛି।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:23.10.2019
Radhakanta Mohanty,Kendrapada
Slug-od_kpr_02_crackers seized_script_7204459
Anchor-ଦୀପାବଳି ପୁର୍ବରୁ ବାଣ ବ୍ୟବସାୟୀଙ୍କୁ ବଡ଼ ଝଟକା।ଆଜି ରାତ୍ର 10 ଘଟିକା ସମୟରେ କେନ୍ଦ୍ରାପଡ଼ା ଟାଉନ ପୋଲିସ ସହରର ବଡ଼କୋଠା ଅଞ୍ଚଳର ଏକ ଘରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ବାଣ ଜବତ କରିଥିବା ବେଳେ ଜଣଙ୍କୁ ଗିରଫ କରିଛି।ସୂଚନା ଅନୁଯାୟୀ ଆଗକୁ ଦୀପାବଳି ଥିବାରୁ ମାନ୍ୟବର ଉଚ୍ଚତ୍ତମ ନ୍ୟାୟାଳୟଙ୍କ ଗାଇଡ଼ଲାଇନ ଅନୁଯାୟୀ ବାଣ ବ୍ୟବସାୟ ପାଇଁ ବୈଧ ଲାଇସେନ୍ସ ଓ ପରିବେଶ ପ୍ରଦୂଷଣ ଠାରୁ ଦୂରରେ ବାଣ ବ୍ୟବସାୟ କରିବା ପାଇଁ ନିର୍ଦ୍ଦେଶ ରହିଛି।ଏଥି ବ୍ୟବସାୟ ପାଇଁ କିଛି ବ୍ୟବସାୟୀ ଲାଇସେନ୍ସ କରିଥିବା ବେଳେ ଆଉକିଛି ବାଣ ବ୍ୟବସାୟୀ ଆଇନ ଆଖିରେ ଧୂଳି ଦେବାପାଇଁ ଚେଷ୍ଟା ଜାରି ରଖିଥିଲେ।ତେବେ ସହରରେ ବେଆଇନ ବାଣ ଗଛିତ ଥିବା ଓ ଏହାର ପ୍ରସାର ଘଟୁଥିବା ଖବର ପାଇବା ପରେ ଆଜି ଟାଉନ ପୋଲିସ ସହରର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିବା ବେଳେ ବଡ଼କୋଠା ଅଞ୍ଚଳର ଜନୈକ ବ୍ୟକ୍ତି ଲକ୍ଷାଧିକ ଟଙ୍କାର ବାଣ ବିନା ଲାଇସେନ୍ସରେ ଗଛିତ ରଖିଥିବା ଜଣାପଡିଥିଲା।ତେବେ ପୋଲିସ ପକ୍ଷରୁ ଏହି ବାଣ ଗୁଡିକୁ ଜବତ କରାଯିବା ସହ ଅଭିଯୁକ୍ତକୁ ଗିରଫ କରାଯାଇଛି।Body:2Conclusion:3
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.