ETV Bharat / state

କେନ୍ଦ୍ରାପଡାରେ 600 ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

author img

By

Published : May 3, 2021, 1:07 PM IST

କେନ୍ଦ୍ରାପଡାରେ ଆକ୍ରାନ୍ତଙ୍କ ସଂଖ୍ୟା 600 ଟପିବା ପରେ ଜିଲ୍ଲା ପ୍ରଶାସନ ନିୟମକୁ କଡାକଡି କରିଛି । ଅଧିକ ପଢନ୍ତୁ...

କେନ୍ଦ୍ରାପଡାରେ 600 ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା
କେନ୍ଦ୍ରାପଡାରେ 600 ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

କେନ୍ଦ୍ରାପଡ଼ା: ଜିଲ୍ଲାରେ ବେକାବୁ ହେଲାଣି କୋରୋନା । ସୋମବାର ଜିଲ୍ଲାରେ 132ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ତନ୍ମଧ୍ୟରୁ 20ଜଣ ବାହାର ଜିଲ୍ଲାରେ ରହି ଚିକିତ୍ସିତ ହେଉଛନ୍ତି । ଆଜି ସୁଦ୍ଧା ଜିଲ୍ଲାରେ 600ରୁ ଊର୍ଦ୍ଧ୍ବ କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ 90% ଆକ୍ରାନ୍ତ ବର୍ତ୍ତମାନ ଗୃହ ସଙ୍ଗରୋଧରେ ରହିଛନ୍ତି । ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 600 ଟପିବା ପରେ ଜିଲ୍ଲା ପ୍ରଶାସନ ଟ୍ରେସିଂ, ଟ୍ରାକିଂ ଉପରେ ଅଧିକ ଗୁରୁତ୍ବ ଦେଇଛି ।

ଜିଲ୍ଲାକୁ ଫେରୁଥିବା ପ୍ରବାସୀଙ୍କୁ 7 ଦିନିଆ ହୋମ କ୍ବାରେଣ୍ଟାଇନ ବାଧ୍ୟତାମୂଳକ କରାଯାଇଛି । ଏହି ସମୟରେ କୌଣସି ଲକ୍ଷଣ ଦେଖାଦେଲେ ସେମାନେ ନିଜେ ଆସି ଟେଷ୍ଟ କରାଇ ନେବାକୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ। ସେହିପରି ଜିଲ୍ଲାର ଛତା ସ୍ଥିତ ସମ କୋଭିଡ ହସ୍ପିଟାଲରେ 180ଟି ଅକ୍ସିଜେନ ସିଲିଣ୍ଡର ଓ ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରୀୟ ଚିକିତ୍ସାକେନ୍ଦ୍ରରେ 40ଟି ଅକ୍ସିଜେନ ସିଲିଣ୍ଡର ମହଜୁଦ ରହିଛି । ଅକ୍ସିଜେନ ଶେଷ ହେବା ପୂର୍ବରୁ ଚଣ୍ଡୀଖୋଲ ଅକ୍ସିଜେନ ରିଫିଲିଙ୍ଗ ସେଣ୍ଟରରେ ଭର୍ତ୍ତି ହୋଇ ଆସୁଛି।

ଜିଲ୍ଲାରେ ବର୍ତ୍ତମାନ ଭୟଭୀତ ହେବା ଭଳି ସ୍ଥିତି ନାହିଁ ବୋଲି ଜିଲ୍ଲାପାଳ କହିଛନ୍ତି । ସେପଟେ ଲକଡାଉନକୁ ଜିଲ୍ଲାରେ କଡାକଡି ପାଳନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ଏଥିସହିତ ପୂର୍ବରୁ ସକାଳ 7ରୁ ଦିନ 2 ପର୍ଯ୍ୟନ୍ତ ଦୋକାନବଜାର ବନ୍ଦ ରହିବା ନିଷ୍ପତ୍ତି ମଙ୍ଗଳବାର ଯାଏଁ ବଳବତ୍ତର ରହିବ ଓ ଆସନ୍ତା 5 ତାରିଖ ସକାଳ 5ରୁ ରାଜ୍ୟ ସରକାରଙ୍କ ପ୍ରଦର୍ଶିତ ଲକଡାଉନ ନିୟମ କାର୍ଯ୍ୟକାରୀ ହେବ । ଲକଡାଉନ ସମୟରେ ଟେଷ୍ଟିଂ, ଟୀକାକରଣ ଓ କ୍ଷୁଦ୍ର ବ୍ୟବସାୟୀମାନେ କିପରି ହଇରାଣ ନହେବ ସେ ନେଇ ଜିଲ୍ଲା ପ୍ରଶାସନ ବୈଠକ କରି ନିଷ୍ପତ୍ତି ନେବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.