ETV Bharat / state

କେନ୍ଦ୍ରାପଡ଼ାରେ ଅଙ୍ଗନବାଡ଼ି ଚାଉଳ ହରିଲୁଟ, ତଦନ୍ତ ଦାବି କଲା ଜିଲ୍ଲା କଂଗ୍ରେସ ଓବିସି ସେଲ - ଜିଲ୍ଲା କଂଗ୍ରେସ ଓବିସି ସେଲ

କେନ୍ଦ୍ରାପଡ଼ା ଜିଲ୍ଲାରେ ଅଙ୍ଗନବାଡ଼ି ଛାତ୍ରଛାତ୍ରୀଙ୍କ ଚାଉଳ ହେରଫେର ହେଉଥିବା ଅଭିଯୋଗ କରିଛି ଜିଲ୍ଲା କଂଗ୍ରେସ ଓବିସି ସେଲ। ଅଙ୍ଗନବାଡି ଛାତ୍ରଛାତ୍ରୀଙ୍କୁ ପୁଷ୍ଟିକର ଚାଉଳ ମିଳିବା ବଦଳରେ ଅପମିଶ୍ରିତ ଚାଉଳ ଦିଆଯାଉଥିବା ଅଭିଯୋଗ ହୋଇଛି। ଅଧିକ ପଢ଼ନ୍ତୁ...

corruption in Anganwadi rice distribution in Kendrapara district congress obc cell demands inquiry
କେନ୍ଦ୍ରାପଡ଼ାରେ ଅଙ୍ଗନବାଡ଼ି ଚାଉଳ ହରିଲୁଟ, ତଦନ୍ତ ଦାବି କଲା ଜିଲ୍ଲା କଂଗ୍ରେସ ଓବିସି ସେଲ
author img

By

Published : Dec 13, 2020, 7:54 PM IST

କେନ୍ଦ୍ରାପଡ଼ା: କୋରୋନା କାଳରେ ମହାଘୋଟାଲା। ଅଙ୍ଗନବାଡ଼ି ଛାତ୍ରଛାତ୍ରୀଙ୍କ ପାଖରେ ଚାଉଳ ପହଞ୍ଚିବା ପୂର୍ବରୁ ହେଉଛି ବାଟମାରଣା। କେନ୍ଦ୍ରାପଡ଼ା ଜିଲ୍ଲାରେ ଏଭଳି ଅଭିଯୋଗ ଆଣିଛି କଂଗ୍ରେସ ଓବିସି ସେଲ। ୩-୫ବର୍ଷ ବୟସ ଶିଶୁ ତଥା ଅଙ୍ଗନବାଡି ଛାତ୍ରଛାତ୍ରୀଙ୍କୁ ପୁଷ୍ଟିକର ଚାଉଳ ମିଳିବା ବଦଳରେ ଅପମିଶ୍ରିତ ଚାଉଳ ଦିଆଯାଉଥିବା ଅଭିଯୋଗ ହୋଇଛି। ଗତ ନଭେମ୍ବର ୧ରୁ ୧୦ତାରିଖ ମଧ୍ୟରେ ଲକ୍ଷ୍ମୀନାରାୟଣପୁର ସ୍ଥିତ ଗୋଦାମ ଘରୁ ଅଙ୍ଗନବାଡ଼ି ଛାତ୍ରଛାତ୍ରୀଙ୍କ ପାଇଁ ଚାଉଳ ଉଠାଣ ହୋଇଥିବା ବେଳେ ଜିଲ୍ଲାର ଉପାନ୍ତ ଅଞ୍ଚଳରେ ଏହି ଚାଉଳ ପହଞ୍ଚି ପାରିନଥିବା ଅଭିଯୋଗ ହୋଇଛି। ସେପଟେ ଘଟଣାର ତଦନ୍ତ ହେବ ବୋଲି କହିଛନ୍ତି କେନ୍ଦ୍ରାପଡ଼ା ଉପଜିଲ୍ଲାପାଳ।

କେନ୍ଦ୍ରାପଡ଼ାରେ ଅଙ୍ଗନବାଡ଼ି ଚାଉଳ ହରିଲୁଟ, ତଦନ୍ତ ଦାବି କଲା ଜିଲ୍ଲା କଂଗ୍ରେସ ଓବିସି ସେଲ

ଲକ୍ଷ୍ମୀନାରାୟଣପୁର ଗୋଦାମ ଘରଠାରୁ ମାତ୍ର ମାତ୍ର ୧୦ କିଲୋମିଟର ଦୂରରେ ଥିବା ସାହସପୁର ଅଙ୍ଗନବାଡ଼ି କେନ୍ଦ୍ରରେ ଚାଉଳ 8 ଦିନ ପରେ ପହଞ୍ଚିଥିଲା। ଯାହାକୁ ନେଇ ପ୍ରଶ୍ନ କରିଛି ଜିଲ୍ଲା କଂଗ୍ରେସ ଓବିସି ସେଲ। କେନ୍ଦ୍ରାପଡ଼ା ଜିଲ୍ଲାରେ ୨୧୪୭ଟି ଅଙ୍ଗନବାଡି ଓ ମିନି ଅଙ୍ଗନବାଡି ଥିଲାବେଳେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଦୈନିକ ୮୦ଗ୍ରାମ FAQ (Fair Average Quality) ଚାଉଳର ରନ୍ଧାଖାଦ୍ୟ ଯୋଗାଇଯିବାର ବ୍ୟବସ୍ଥା ରହିଛି। ତେବେ କୋରୋନା କଟକଣା ଯୋଗୁଁ ଛାତ୍ରଛାତ୍ରୀ ମାନଙ୍କୁ ଶୁଖିଲା ଖାଦ୍ୟ ସ୍ୱରୂପ ସେମାନଙ୍କ ଘରେ ଦୈନିକ ୮୦ଗ୍ରାମର ଚାଉଳ,୧୦୦ ଗ୍ରାମର ଡାଲି, ୧୦୦ ଗ୍ରାମର ତେଲ, ୫୦ଗ୍ରାମର ପରିବା ଯୋଗାଇ ଦିଆଯାଉଛି। ୨୫ଟି କାର୍ଯ୍ୟ ଦିବସରେ 20 ଟି ଅଣ୍ଡା ସହ ପ୍ରତ୍ୟେକ ଅଙ୍ଗନବାଡ଼ି ଛାତ୍ରଛାତ୍ରୀଙ୍କୁ ୨ କିଲୋ ଚାଉଳ ଯୋଗାଇ ଦେଉଛନ୍ତି ଅଙ୍ଗନବାଡ଼ି କର୍ମୀ।

ଜିଲ୍ଲାରେ ମୋଟ ୩୯ ହଜାର ୧୪୦ ଜଣ ଅଙ୍ଗନବାଡି ଛାତ୍ରଛାତ୍ରୀ ରହିଛନ୍ତି। ସେମାନଙ୍କ ପାଇଁ ତ୍ରୈମାସିକ ସ୍ବରୂପ ୨ ହଜାର ୬୪୩ କିଲୋଗ୍ରାମ ଚାଉଳ ଉଠାଣ ହୋଇଛି। ଏନେଇ ପ୍ରକ୍ୟୁରମେଣ୍ଟ ଇନସ୍ପେକ୍ଟର ସୂଚନା ଦେଇଛନ୍ତି। କଂଗ୍ରେସ ଓବିସି ସେଲର ଅଭିଯୋଗ ଯଦି ସତ ହୋଇଥାଏ ତେବେ ତ୍ରୈମାସିକ ବଣ୍ଟନ ବ୍ୟବସ୍ଥାରେ କେତେ ଯେ ଚାଉଳ ହେରଫେର ହେଉଥିବ ତାହା କଳନା କରିବା ଅସମ୍ଭବ । ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଅଧିନରେ ଚାଲୁଥିବା ସମସ୍ତ ଶିଶୁ ସମନ୍ବିତ ବିକାଶ ବିଭାଗର କାର୍ଯ୍ୟ ସମ୍ପର୍କରେ ଇଟିଭି ଭାରତ ପୁର୍ବରୁ ଖୁଲାସା କରିଥିବା ବେଳେ ଏବେ ଛୋଟ ପିଲାଙ୍କ ଚାଉଳ ହଡ଼ପ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ତେବେ ଜିଲ୍ଲାରେ ଚାଉଳ ଉଠାଣ କରି ଦୀର୍ଘଦିନ ପର୍ଯ୍ୟନ୍ତ ଟ୍ରାନ୍ସପୋର୍ଟ ଠିକାଦାର କେଉଁଠାରେ ରଖିଛନ୍ତି ସେନେଇ ପ୍ରଶାସନ ନିକଟରେ କୌଣସି ତଥ୍ୟ ନାହିଁ।

ଚାଉଳ ଯୋଗାଣ ପାଇଁ ଜିଲ୍ଲାର ଲକ୍ଷ୍ମୀନାରାୟଣପୁର ଓ ଛଘରିଆ ପଣ୍ୟଗାରକୁ ଅନୁମତି ଦିଆଯାଇଛି। ତେବେ ପୁର୍ବରୁ ଗହମ ଚୋରା ଚାଲାଣ ଘଟଣାରେ ଛଘରିଆ ୱେୟାର ହାଉସ ବଦନାମ ହୋଇସାରିଛି। ତେଣେ ଏତେ ପରିମାଣର ଚାଉଳ ହେରଫେର ଘଟଣା ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି। ଘଟଣାକୁ ନେଇ କେନ୍ଦ୍ରାପଡ଼ା ଉପ ଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ରଙ୍କୁ ପଚାରିବାରୁ ସେ ଘଟଣାର ତଦନ୍ତ କରାଇବେ ବୋଲି କହିଛନ୍ତି। ତେବେ ଦେଖିବାକୁ ବାକି ରହିଲା କେବେ ପ୍ରଶାସନ ଅଙ୍ଗନବାଡ଼ି ଚାଉଳ କେଳେଙ୍କାରୀର ପର୍ଦ୍ଦାଫାସ କରୁଛି।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.