କେନ୍ଦ୍ରାପଡା: ନିର୍ମାଣ ସଚିବଙ୍କ କେନ୍ଦ୍ରାପଡା ଗସ୍ତ । କେନ୍ଦ୍ରାପଡା ଜିଲ୍ଲା ଗସ୍ତରେ ନିର୍ମାଣ ସଚିବ ତଥା କମିଶନର ଡ଼ଃ କ୍ରିଶାନ କୁମାର । ଏହି ଅବସରରେ ଜିଲ୍ଲାର ସମସ୍ତ ବିଭାଗର ଅଧିକାରୀ ଉପସ୍ଥିତ ରହି ଏହି ନିର୍ମାଣର ରୂପରେଖ ସମ୍ପର୍କରେ ଆଲୋଚନା କରିଥିଲେ।
ଜିଲ୍ଲାର ଶ୍ୟାମଗୁଡ଼ିଆ ଠାରେ ନିର୍ମାଣାଧୀନ ମାତୃଶିଶୁ ହସ୍ପିଟାଲ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଆଇଏନଏଫ ବିଭାଗର ଗୃହ ଗୁଡିକର କାର୍ଯ୍ୟକୁ ତଦାରଖ କରିଛନ୍ତି ସଚିବ।
ତେବେ ଏହି ହସ୍ପିଟାଲ ଗୁଡିକ ନିର୍ମାଣରେ ବିଳମ୍ବ ହୋଇଥିବା କାରଣରୁ ସଚିବ ଅସନ୍ତୋଷ ପ୍ରକାଶ କରିଥିଲେ ଓ ଆଉ ଆସନ୍ତା 3 ମାସ ମଧ୍ୟରେ ଏହି କାର୍ଯ୍ୟ ଗୁଡିକୁ ଶେଷ କରିବା ପାଇଁ କମ୍ପାନୀକୁ ଚେତାବନୀ ଦେଇଛନ୍ତି।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ