ETV Bharat / state

ହେନ୍ତାଳ ବଣ ସୃଷ୍ଟି ପାଇଁ ବଡକୋଟ ଗ୍ରାମବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା - କେନ୍ଦ୍ରାପଡା ଜିଲ୍ଲାକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ସବୁଜ ହେନ୍ତାଳ ବଣ ସୃଷ୍ଟି ପାଇଁ କେନ୍ଦ୍ରାପଡା ରାଜନଗର ବ୍ଲକ ଅନ୍ତର୍ଗତ ବଡକୋଟ ଗ୍ରାମବାସୀଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ...

ହେନ୍ତାଳ ବଣ ସୃଷ୍ଟି ପାଇଁ ବଡକୋଟ ଗ୍ରାମବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

author img

By

Published : Mar 16, 2021, 11:00 PM IST

କେନ୍ଦ୍ରାପଡା: ଜିଲ୍ଲାର ରାଜନଗର ବ୍ଲକ ଅନ୍ତର୍ଗତ ବଡକୋଟ ଗ୍ରାମବାସୀଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ । ଗ୍ରାମବାସୀ ଗାଁରେ ଓ ଗାଁ ଚାରିପାଖରେ ସବୁଜ ହେନ୍ତାଳ ବଣ ସୃଷ୍ଟି କରିଛନ୍ତି । ଯାହା ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସୁରକ୍ଷା କବଚ ଭାବେ କାର୍ଯ୍ୟ କରୁଛି । ଏହି ସବୁଜ ବଳୟ ସୃଷ୍ଟି ପାଇଁ ମୁଖ୍ୟମନ୍ତ୍ରୀ ଗ୍ରାମବାସୀଙ୍କୁ ପ୍ରଶଂସା କରିଛନ୍ତି ।

ହେନ୍ତାଳ ବଣ ସୃଷ୍ଟି ପାଇଁ ବଡକୋଟ ଗ୍ରାମବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା
ହେନ୍ତାଳ ବଣ ସୃଷ୍ଟି ପାଇଁ ବଡକୋଟ ଗ୍ରାମବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

କେନ୍ଦ୍ରାପଡା ଉପକୂଳବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ପ୍ରାକୃତିକ ଦୁର୍ବିପାକ ସମୟରେ ଏହାର ବିଶେଷ ପ୍ରଭାବିତ ହୋଇଥାଏ । ମାତ୍ର ବାତ୍ୟା ସମୟରେ ଏହି ହେନ୍ତାଳ ବଣ ଅଞ୍ଚଳବାସୀଙ୍କ ସୁରକ୍ଷା ପ୍ରାଚୀର ରୂପେ ଉଭା ହୋଇଥାଏ । ବାତ୍ୟା କାଳରେ ଏହା ପବନର ବେଗକୁ ନିୟନ୍ତ୍ରଣ କରିବା ସହ ଅନ୍ୟ ଛୋଟବଡ ବୃକ୍ଷରାଜିଙ୍କୁ ମଧ୍ୟ ବାତ୍ୟା ପ୍ରଭାବରୁ ସୁରକ୍ଷିତ ରଖିଥାଏ ।

କେନ୍ଦ୍ରାପଡାରେ ବାରମ୍ବାର ପ୍ରାକୃତିର ତାଣ୍ଡବ ଅନେକଙ୍କୁ ବାସହରା କରିଥିଲା । ତେଣୁ ଏହାର ମୁକାବିଲା କରିବାକୁ ବାଡକୋଟ ଗ୍ରାମବାସୀ ଅଣ୍ଟା ଭିଡିଥିଲେ । ଏହାପରେ 2008 ମସିହାରେ ଗ୍ରାମବାସୀ ମିଳିତ ଭାବେ 'ମା ଖାରଖାଇ ଲୁଣି ଜଙ୍ଗଲ ସୁରକ୍ଷା ସମିତି' ପ୍ରତିଷ୍ଠା କରିଥିଲେ । ଏହି ସମିତି ସଦସ୍ୟଙ୍କ ମିଳିତ ପରିଶ୍ରମରେ ପ୍ରାୟ 25 ଏକର ଜମିରେ ହେନ୍ତାଳ ବଣ ସୃଷ୍ଟି ହୋଇପାରିଛି । ଯାହା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସେମାନଙ୍କୁ ସୁରକ୍ଷା ଯୋଗାଉଛି । ଏନେଇ ମୁଖ୍ୟମନ୍ତ୍ରୀ ନିଜ ଟ୍ବିଟର ହ୍ୟାଣ୍ଡେଲରେ ଲେଖିଛନ୍ତି, '12 ବର୍ଷ ମଧ୍ୟରେ 25 ଏକର ହେନ୍ତାଳ ବଣ ସୃଷ୍ଟି କରିଥିବା କେନ୍ଦ୍ରାପଡାର ବଡକୋଟ ଗ୍ରାମର ପରିବେଶବିତ୍ ବିଜୟ କୁମାର କବି ଏବଂ ସ୍ଥାନୀୟ ଗ୍ରାମବାସୀଙ୍କ ଉଦ୍ୟମକୁ ପ୍ରଶଂସା ଖୁବ ପ୍ରଶଂସା ଯୋଗ୍ୟ । ଗ୍ରାମବାସୀଙ୍କ ଏହି ପଦକ୍ଷେପ ଅନ୍ୟମାନଙ୍କୁ ବୃକ୍ଷରୋପଣ ଏବଂ ପରିବେଶର ସୁରକ୍ଷା ପାଇଁ ପ୍ରେରଣା ଯୋଗାଇବ ।'

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.