ETV Bharat / state

ପୂର୍ବ ଶତ୍ରୁତାରୁ ଗୋଷ୍ଠୀ ସଂଘର୍ଷ, ୧୦ରୁ ଊର୍ଦ୍ଧ୍ବ ଆହତ - ଗୋଷ୍ଠୀ ସଂଘର୍ଷ

ପୂର୍ବ ଶତ୍ରୁତାକୁ ନେଇ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଳପୁଆ ଗ୍ରାମର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ହୋଇଛି । ଅଧିକ ପଢନ୍ତୁ...

୧୦ରୁ ଉର୍ଦ୍ଧ୍ବ ଆହତ
୧୦ରୁ ଉର୍ଦ୍ଧ୍ବ ଆହତ
author img

By

Published : Apr 2, 2021, 7:47 AM IST

କେନ୍ଦ୍ରାପଡା: ପୂର୍ବ ଶତ୍ରୁତାକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ତୁମୁଳକାଣ୍ଡ । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଳପୁଆ ଗ୍ରାମର ଜେନାସାହିରେ ଗୋଷ୍ଠୀ ବିବାଦକୁ ନେଇ ଗଣ୍ଡଗୋଳ ହେବା ସହିତ ପରସ୍ପର ମଧ୍ୟରେ ମାରପିଟ ମଧ୍ୟ ହୋଇଛନ୍ତି । ଫଳରେ 10ରୁ ଅଧିକ ଜଣ ଆହତ ହୋଇଛନ୍ତି ।

ପୂର୍ବ ଶତ୍ରୁତାରୁ ଗୋଷ୍ଠୀ ସଂଘର୍ଷ

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା । ପରେ ପରେ ଏହା ଉଗ୍ରରୂପ ଧାରଣ କରିଥିଲା । ଗାଁ ଭିତରେ ଅଶାନ୍ତିର ବାତାବରଣ ସହିତ ପାଇପ ଓ ଠେଙ୍ଗା ସାହାଯ୍ୟରେ ଉଭୟ ପକ୍ଷ ପରସ୍ପରକୁ ଆକ୍ରମଣ କରିଥିଲେ। ଯାହା ଫଳରେ ଉଭୟ ପକ୍ଷରୁ ୧୦ରୁ ଅଧିକ ପୁରୁଷ ଓ ମହିଳା ଆହତ ହୋଇଛନ୍ତି ।

ସମସ୍ତ ଆହତ ପଟ୍ଟାମୁଣ୍ଡାଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ସେଥି ମଧ୍ୟରୁ ୭ ଜଣକୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ଅଳପୁଆ ଗ୍ରାମରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ସୂଚନା ଅନୁଯାୟୀ ଏହା ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଘଟିଥିବା କହିଛି ପୋଲିସ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.