ETV Bharat / state

କେନ୍ଦ୍ରାପଡାରେ ବାତ୍ୟା କ୍ଷୟକ୍ଷତି ଆକଳନ କଲା କେନ୍ଦ୍ରୀୟ ଟିମ

କ୍ଷୟକ୍ଷତି ଆକଳନ କରି ଫେରିଲେ କେନ୍ଦ୍ରୀୟ ଦଳ । 3 କେନ୍ଦ୍ରୀୟ ଅଧିକାରୀ ବୁଲିଲେ ପ୍ରଭାବିତ ଅଞ୍ଚଳ, କଲେ କ୍ଷୟକ୍ଷତିର ଆକଳନ । ଅଧିକ ପଢନ୍ତୁ...

author img

By

Published : Jun 8, 2021, 8:08 PM IST

କେନ୍ଦ୍ରାପଡାରେ ବାତ୍ୟା କ୍ଷୟକ୍ଷତି ଆକଳନ କଲା କେନ୍ଦ୍ରୀୟ ଟିମ
କେନ୍ଦ୍ରାପଡାରେ ବାତ୍ୟା କ୍ଷୟକ୍ଷତି ଆକଳନ କଲା କେନ୍ଦ୍ରୀୟ ଟିମ

କେନ୍ଦ୍ରାପଡା: କ୍ଷୟକ୍ଷତି ଆକଳନ କରି ଫେରିଲେ କେନ୍ଦ୍ରୀୟ ଦଳ। ବାତ୍ୟା ‘ୟାସ’ ଜନିତ ଜିଲ୍ଲାରେ ହୋଇଥିବା ବ୍ୟାପକ କ୍ଷୟକ୍ଷତି ସମ୍ପର୍କରେ ଅବଗତ ହେବା ସହ ବାତ୍ୟା ପ୍ରଭାବିତଙ୍କ ସହ ଆଲୋଚନା କରି ଫେରିଛନ୍ତି 3 ଜଣିଆ କେନ୍ଦ୍ରୀୟ ଦଳ। ଜିଲ୍ଲାରେ ବାତ୍ୟା ୟସ୍‌ ବ୍ୟାପକ କ୍ଷୟକ୍ଷତି ଘଟାଇଥିବାବେଳେ କ୍ଷୟକ୍ଷତିର ବାସ୍ତବ ଚିତ୍ର ଦେଖିବା ପାଇଁ 3 ଜଣିଆ କେନ୍ଦ୍ରୀୟ ଟିମ କେନ୍ଦ୍ରାପଡା ଗ୍ରସ୍ତରେ ଆସିଥିଲେ।

ଟିମ ପ୍ରଥମେ ରାଜକନିକା ଭାରିଗଦାରେ ପହଞ୍ଚି ଉଦ୍ୟାନ କୃଷି ବିଭାଗ ଫସଲ ନଷ୍ଟ ସ୍ଥାନ ପରିଦର୍ଶନ କରିବା ସହ ବିଶେଷ ଭାବେ ପ୍ରଭାବିତ ହୋଇଥିବା ରାଜନଗର ବ୍ଲକ ଅଞ୍ଚଳ ଗସ୍ତକରି ଥିଲେ।ଖୋଳା-ନଳିତାପାଟିଆ ରାସ୍ତା କ୍ଷୟକ୍ଷତି ଅନୁଧ୍ୟାନ କରିବା ପରେ ଡାଙ୍ଗମାଳ ଅରଣ୍ୟ ନିବାସରେ ଏକ ବୈଠକରେ ଯୋଗଦେଇ ବାତ୍ୟା ୟାସ୍ ଯୋଗୁଁ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସମ୍ପର୍କରେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିବା ସହ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକା‌ରୀଙ୍କ ସହ ଆଲୋଚନା କରିଛନ୍ତି।

ଏହା ପରେ ତାଳଚୁଆ-ରାଜନଗର ରାସ୍ତାକୁ ପରିଦର୍ଶନ କରି କ୍ଷତିଗ୍ରସ୍ତ ରାସ୍ତାଘାଟ,ମାଛ ଜେଠି,ବିଦ୍ୟୁତ ସବଷ୍ଟେସନ ସହ ବିଭିନ୍ନ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ। କେନ୍ଦ୍ରୀୟ ପ୍ରତିନିଧି ଦଳରେ କେନ୍ଦ୍ର କୃଷି ମନ୍ତ୍ର‌ଣାଳୟର ନିର୍ଦ୍ଦେଶକ ବିପୁଲ କୁମାର ଶ୍ରୀବାସ୍ତବ, ଅର୍ଥ ମନ୍ତ୍ରଣାଳୟର ଜଏଣ୍ଟ ଡାଇରେକ୍ଟର ସୁରଜ କୁମାର ପ୍ରଧାନ, ରାସ୍ତା ପରିମଳ ଓ ଜାତୀୟ ରାଜପଥ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶାଶ୍ବତ ମହପାତ୍ର ପ୍ରମୁଖଙ୍କ ସମେତ ଜିଲ୍ଲାପାଳଙ୍କ ଏବଂ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

କେନ୍ଦ୍ରାପଡା ଜିଲ୍ଲାରେ ବାତ୍ୟାରେ କ୍ଷୟକ୍ଷତିର ପ୍ରାଥମିକ ଆକଳନ କରାଯାଇଥିବା ବେଳେ ପ୍ରାୟ ୯୦ କୋଟି ଟଙ୍କାର ସାଧାରଣ ଓ ଘରୋଇ ସମ୍ପତ୍ତି ନଷ୍ଟ ହୋଇଥିବା ରିପୋର୍ଟ ଦିଆଯାଇଛି। ବାତ୍ୟାରେ ୭୯୯ ଟି ଘର ଭାଙ୍ଗିଥିବା ବେଳେ ୨୭୭ ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଛି। ୨୭୯ ପଶୁପକ୍ଷୀଙ୍କ ଜୀବନ ଯାଇଥିବାବେଳେ ୪୦୨ ଟି ମାଛ ପୋଖରୀ, ୭୬୯ ବିଦ୍ୟୁତ ଖୁଣ୍ଟ, ୨୯୩ କିଲୋମିଟର ରାସ୍ତା, ୭୮୧ ଟି ସରକାରୀ କୋଠା ନଷ୍ଟ ହୋଇଥିବା ଦର୍ଶାଇଛି ଜିଲ୍ଲା ପ୍ରଶାସନ ।

ବଙ୍ଗୋପସାଗର ସଂଲଗ୍ନ କେନ୍ଦ୍ରାପଡ଼ା ରାଜନଗର ନିର୍ବାଚନ ମଣ୍ଡଳୀର ୧୫ଟି ପଞ୍ଚାୟତ ବାତ୍ୟା ଆସିଲେ ଭୟଭୀତ ହୋଇ ରହିଥାନ୍ତି। ଅଧିକ ପରିମାଣର ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ, ପ୍ରଧାନମନ୍ତ୍ରୀ ଆବାସ ଘର ଯୋଗାଇବା ସହ NCRMP(National Cyclone Risk Mitigation Project)ଅନୁଯାୟୀ ଉକ୍ତ ରାସ୍ତାକୁ ଉଚ୍ଚ କରିବା ଓ ପଥର ପ୍ୟାକିଂ କରିବା ପାଇଁ କେନ୍ଦ୍ରୀୟ ଦଳକୁ ଭେଟି ଦାବି ଜଣାଇଛନ୍ତି ରାଜନଗର ବିଧାୟକ ଧ୍ରୁବ ସାହୁ।

କେନ୍ଦ୍ରୀୟ ପ୍ରତିନିଧି ଦଳରେ ଆସିଥିବା ବି.କେ.ଶ୍ରୀବାସ୍ତବଙ୍କ ସୂଚନାନୁଯାୟୀ ରାଜ୍ୟରେ ବାତ୍ୟା ପ୍ରଭାବିତ 4 ଟି ଜିଲ୍ଲାରେ 7 ଜଣିଆ ଟିମ ଦୁଇଦିନ ଧରି କ୍ଷୟକ୍ଷତି ଆକଳନ କରି ରିପୋର୍ଟ ପ୍ରସ୍ତୁତ କରିବା ସହ ଲୋକମାନଙ୍କୁ ଭେଟୁଛନ୍ତି ଓ ଆସନ୍ତାକାଲି ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରି କେନ୍ଦ୍ରକୁ ରିପୋର୍ଟ ପ୍ରଦାନ କରିବେ ବୋଲି କହିଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.