ETV Bharat / state

ମେଡ଼ିକାଲ ଛାତରୁ ଖସିଲା ସିଲିଂ, ଅଳ୍ପକେ ବର୍ତ୍ତିଲେ 10ରୁ ଊର୍ଦ୍ଧ୍ବ ଶିଶୁ

author img

By

Published : Apr 14, 2023, 8:12 AM IST

କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଛାତରୁ ଖସିଲା ସିଲିଂ। ପୂର୍ତ୍ତ ବିଭାଗର କାର୍ଯ୍ୟ ଦକ୍ଷତା ଉପରେ ଉଠିଲା ପ୍ରଶ୍ନ। ଅଧିକ ପଢନ୍ତୁ

Etv Bharat
Etv Bharat
ମେଡ଼ିକାଲ ଛାତରୁ ଖସିଲା ସିଲିଂ

କେନ୍ଦ୍ରାପଡା: ନବନିର୍ମିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଛାତରୁ ଖସିଲା ସିଲିଂ । ଅଳ୍ପକେ ବର୍ତ୍ତିଗଲା 10ରୁ ଊର୍ଦ୍ଧ୍ବ ଶିଶୁଙ୍କ ଜୀବନ । ଏଭଳି ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଂକ୍ରାମକ ବିଭାଗରେ । ନବନିର୍ମିତ ହସ୍ପିଟାଲ ଛାତରୁ ସିଲିଂ ଖସିବା ନେଇ ପୂର୍ତ୍ତ ବିଭାଗର କାର୍ଯ୍ୟ ଦକ୍ଷତା ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଚଳିତବର୍ଷ ଜାନୁଆରୀ ୯ ତାରିଖରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଶ୍ୟାମଗୁଡ଼ିଆକୁ ସ୍ଥାନାନ୍ତର କରାଯିବା ପରେ ଶିଶୁ ବିଭାଗକୁ ଏହାର ଦେଢମାସ ପରେ ସ୍ଥାନାନ୍ତର କରାଯାଇଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଗୋଟିଏ ବିଲ୍ଡିଂ ପରେ ନିର୍ମିତ ମାତୃ ଓ ଶିଶୁ ଚିକିତ୍ସାକେନ୍ଦ୍ର ଏବଂ ଏହା ପରେ ସଂକ୍ରାମକ ବିଭାଗରେ ଶିଶୁ ମାନଙ୍କ ପାଇଁ ନ୍ୟୁଟ୍ରି ରିହାବିଲେସନ ସେଣ୍ଟର ଚାଲିଥିଲା । ଏହି ସମୟରେ ଗତକାଲି ସନ୍ଧ୍ୟାରେ ହଠାତ୍‌ ବିଲ୍ଡିଂର ଛାତରୁ କଂକ୍ରିଟ ଖସିଥିଲା । କିନ୍ତୁ ସୌଭାଗ୍ୟବଶତଃ ଏହା ଶିଶୁ ମାନଙ୍କ ଉପରେ ନପଡି ତଳେ ପଡିଯାଇଥିଲା । ଫଳରେ ଘଟଣାସ୍ଥଳରେ 10ରୁ ଊର୍ଦ୍ଧ୍ବ ଜଣ ଶିଶୁ ଚିକିତ୍ସିତ ହେଉଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଥିଲେ ଓ ସେମାନଙ୍କ ସମ୍ପର୍କୀୟ ସିଲିଂ ଖସିବା ସମୟରେ ଦୌଡି ପଳାଇଥିଲେ ।

କେନ୍ଦ୍ରାପଡ଼ାରେ ଏହି ମାତୃ ଓ ଶିଶୁ ଚିକିତ୍ସା କେନ୍ଦ୍ର ଖୋଲାଯିବା ପାଇଁ ଗତ 2014 ମସିହାରେ ଶୁଭ ଦିଆଯାଇଥିବା ବେଳେ ପୂର୍ତ୍ତ ବିଭାଗ ଏହି କାମକୁ ଦୀର୍ଘଦିନ ଧରି ଠିକା ସଂସ୍ଥା ମାଧ୍ୟମରେ ବର୍ଷ ପରେ ବର୍ଷ ଗଡାଇଥିଲା । ତେବେ ପରେ ପୂର୍ତ୍ତ ବିଭାଗର ବରିଷ୍ଠ ଯନ୍ତ୍ରୀ ପହଞ୍ଚିବା ସହ 5T ସଚିବ ଏହି କାମକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଗତକାଲିର ଏହି ଘଟଣା ପରେ ଶିଶୁ ରୋଗୀଙ୍କ ସମ୍ପର୍କୀୟମାନେ ଭୟଭୀତ ହୋଇ ହସ୍ପିଟାଲ ଛାଡିଥିଲେ । ଏହାପରେ ଶିଶୁ ରୋଗୀଙ୍କୁ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିବା ଜଣାପଡିଛି ।

ଅନ୍ୟପଟେ ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ମୁଖ୍ୟ ଚିକିତ୍ସାଳୟର ସୁପରିଟେଣ୍ଡେଣ୍ଟଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଏହି ଦୁଇ ଅଧିକାରୀ ଫୋନ ଉଠାଇ ନାହାନ୍ତି । ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଏନେଇ ସେ କୌଣସି ପ୍ରକ୍ରିୟା ଜାଣିନାହାନ୍ତି ବୋଲି କହିଛନ୍ତି । ଗତ ମାସରେ ଗୋବରୀ ନଦୀ ଉପରେ ନିର୍ମାଣାଧୀନ ଦ୍ଵିତୀୟ ବାଇପାସ ପୋଲ ଗାର୍ଡର ଭୁଶୁଡି ପଡିଥିଲା । ଏହି ପୋଲ ନିର୍ମାଣରେ ନିମ୍ନମାନର କାମ ହୋଇଥିବା କାରଣରୁ ପୋଲର ଏକ ବିରାଟ ଅଂଶ(ଗାର୍ଡର) ସେତୁର ବେସ୍ ସହ ଖଞ୍ଜା ଯିବାର 12 ଘଣ୍ଟା ମଧ୍ୟରେ ଭାଙ୍ଗି ଭୁଶୁଡି ପଡିଥିଲା । ଏହାଛଡ଼ା ଏହି ପୋଲ ଗାର୍ଡର ଭୁଶୁଡିବା ଘଟଣାରେ ପୂର୍ତ୍ତ ବିଭାଗ ପକ୍ଷରୁ ଏକ ତଦନ୍ତ କରାଯାଇଥିଲା । ଏହି ଘଟଣାର କିଛି ଦିନ ପରେ ନିର୍ବାହୀ ଯନ୍ତ୍ରୀଙ୍କ ସମେତ 3 ଜଣଙ୍କୁ ନିଲମ୍ବନ କରାଯାଇଥିଲା ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.