ETV Bharat / state

ତୁଳସୀ କ୍ଷେତ୍ରରେ ରଥଯାତ୍ରା ସମ୍ପନ୍ନ

ପ୍ରବଳ ବର୍ଷା ସତ୍ତ୍ବେ ତୁଳସୀକ୍ଷେତ୍ରରେ ବେଶ ଆଡମ୍ବରର ସହ ରଥଯାତ୍ରା ଅନୁଷ୍ଠିତ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା
author img

By

Published : Jul 4, 2019, 11:16 PM IST

କେନ୍ଦ୍ରାପଡା: ପ୍ରସିଦ୍ଧ ବଳଦେବଜୀଉଙ୍କ ଘୋଷଯାତ୍ରା ପାଇଁ ଉତ୍ସବମୁଖର ହୋଇଛି କେନ୍ଦ୍ରାପଡ଼ା । ଜିଲ୍ଲାର ଆରାଧ୍ୟ ଦେବତା ବଳଭଦ୍ର ନିଜ ଭଉଣୀ ସୁଭଦ୍ରା ଓ ଭାଇ ଜଗନ୍ନାଥଙ୍କୁ ଧରି ନଅ ଦିନ ପାଇଁ ମାଉସୀ ଘରକୁ ଯାଇଛନ୍ତି ।

ଆଜି ରଥଯାତ୍ରା ପାଇଁ ପ୍ରଭାତରୁ ମହାପ୍ରଭୁଙ୍କ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଜୟମଙ୍ଗଳା ଆଳତୀ, ନୀତିସ୍ନାନ, ବଲ୍ଲଭମଣୋହି, ଖେଚୁଡ଼ିଧୂପ ଆଦି ଚତୁର୍ଦ୍ଧା ମୂର୍ତ୍ତୀଙ୍କ ନିକଟରେ ଲାଗି କରାଯାଇଥିଲା । ପରେ ସେନାପଟା ଲାଗି ଆରମ୍ଭ ହୋଇଥିଲା । ପରବର୍ତ୍ତୀ ସମୟରେ ମଙ୍ଗଳାର୍ପଣ ରୀତି ସେବାୟତଙ୍କ ଦ୍ବାରା ସମାପନ କରାଯାଇଥିଲା । ଅପରାହ୍ନ 3ଟା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଧାଡି ପହଣ୍ଡିରେ ମନ୍ଦିରରୁ ନିଆଯାଇ ରଥାରୁଢ କରାଯାଇଥିଲା । ମନ୍ଦିରର ରାଜପୁରୋହିତ ଛେରା ପହଁରା କରିବା ପରେ ରଥଟଣା ଆରମ୍ଭ ହୋଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ପରମ୍ପରା ଅନୁଯାୟୀ ବ୍ରହ୍ମ ତାଳଧ୍ବଜ ରଥକୁ ମାତ୍ର ଗୋଟିଏ ଦଉଡିରେ ଟଣାଯାଇଥାଏ । ଆଜି ଦେବୋତ୍ତର ବିଭାଗ କାର୍ଯ୍ୟାଳୟ ନିକଟରେ ରଥକୁ ରଖାଯାଇଛି । ସେହିଠାରେ ରଥର ସମସ୍ତ ନୀତିକାନ୍ତି ସମାପନ କରାଯିବ ସହ ଆସନ୍ତାକାଲି ରଥ ଟଣାଯିବ । କଥିତ ଅଛି ଯେ, ବଳଦେବଜୀଉଙ୍କ ରଥରେ ଶ୍ରୀଜୀଉ ମାନଙ୍କୁ ଦର୍ଶନ କରି ରଥ ଟାଣିଲେ ସର୍ବ ପାପକ୍ଷୟ ହେବା ସହ ମୋକ୍ଷ ପ୍ରାପ୍ତି ହୋଇଥାଏ । ତେଣୁ ଗୁଣ୍ଡିଚା ପରଦିନ ଅର୍ଥାତ ପୁରୀ ରଥ ଟଣାଯିବା ପରଦିନ ରଥ ଟଣାଯାଇ ଚକଡ଼ା ଲଗାଯାଇଥାଏ । ସେହିପରି ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯିବା ସହ ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ବ ଦିଆଯାଇଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:04.07.2019
Radhakanta Mohanty, Kendrapada (PKG)
Slug-od_kpr_01_car festival_script_7204459
Anchor-ଶ୍ରୀକ୍ଷେତ୍ରର ଘୋଷଯାତ୍ରା ପାଇଁ ସାରା ବିଶ୍ୱ ଉତ୍ସବମୁଖର।କେନ୍ଦ୍ରାପଡ଼ାର ପ୍ରସିଦ୍ଧ ବଡ଼ଠାକୁର ହଳାୟୁଧ ବଳଦେବଜୀଉଙ୍କ ରଥଯାତ୍ରା ସବୁଠାରୁ ନିଆରା।ପ୍ରଭୁ ହଳଧର,ଭଉଣୀ ସୁଭଦ୍ରା,ଜଗନ୍ନାଥ ମହାପ୍ରଭୁଙ୍କୁ ଧରି ମାଉସୀ ଘର ଅଭିମୁଖେ ବାହାରିଛନ୍ତି।
Body:VO1-ପ୍ରତିକୂଳ ପାଗ ଓ ବର୍ଷା ସତ୍ତ୍ୱେ କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ସିଦ୍ଧ ବଳଦେବଜୀଉଙ୍କ ନିବାସ ସ୍ଥାନ ତୁଳସୀକ୍ଷେତ୍ରରେ ଧର୍ମୀୟ ଭାବନାର ସହ ପ୍ରତ୍ୟକ ବର୍ଷ ପରି ଚଳିତ ବର୍ଷ ଶ୍ରୀଗୁଣ୍ଡିଚା ଅବସରରେ ଘୋଷଯାତ୍ରା ଅନୁଷ୍ଠିତ ହେଉଛି।ଆଜି ରଥଯାତ୍ରା ପାଇଁ ପ୍ରଭାତରୁ ମହାପ୍ରଭୁଙ୍କ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା।ପ୍ରଥମେ ଜୟମଙ୍ଗଳା ଆଳତି,ନୀତିସ୍ନାନ,ବଲ୍ଲଭମଣୋହି,ଖେଚୁଡ଼ିଧୂପ ଚତୁର୍ଦ୍ଧା ମୂର୍ତ୍ତିଙ୍କ ନିକଟରେ ଲାଗି କରାଯିବା ପରେ ଆରମ୍ଭ ହୋଇଥିଲା ସେନାପଟା ଲାଗି।ପରେ ମଙ୍ଗଳାର୍ପଣ ରୀତି ସେବାୟତ ମାନଙ୍କ ଦ୍ୱାରା ସମାପନ କରାଯାଇଥିଲା।ଅପରାହ୍ନ ୩ଟା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଧାଡି ପହଣ୍ଡିରେ ମନ୍ଦିରରୁ ନିଆଯାଇ ବ୍ରହ୍ମ ତାଳଧ୍ଵଜ ରଥରେ ରଥାରୂଢ କରାଯାଇଥିଲା।ମନ୍ଦିରର ରାଜପୁରୋହିତ ଛେରା ପହଁରା କରିବା ପରେ ଆରମ୍ଭ ହୋଇଥିଲା ରଥ ଟଣା।
Byte-ନୃସିଂହ ଚରଣ ପତ୍ରୀ(ସେବକ)
Byte-ଦେବକୀ ସାହାଣୀ(ଭକ୍ତ)
VO2-ପରମ୍ପରା ଅନୁଯାୟୀ ବ୍ରହ୍ମ ତାଳଧ୍ୱଜ ରଥକୁ ମାତ୍ର ଗୋଟିଏ ଦଉଡି ଟଣାଯାଇ ଦେବୋତ୍ତର ବିଭାଗ କାର୍ଯ୍ୟାଳୟ ନିକଟରେ ରଖାଯାଇଛି।ସେହିଠାରେ ଆଜି ବ୍ରହ୍ମ ତାଳଧ୍ୱଜ ରଥର ସମସ୍ତ ନୀତିକାନ୍ତି ସମାପନ କରାଯିବା ସହ ଆସନ୍ତାକାଲି ରଥ ଟଣାଯିବ।କଥିତ ଅଛି ଯେ,ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ୱଜ ରଥରେ ଶ୍ରୀଜୀଉ ମାନଙ୍କୁ ଦର୍ଶନ କରି ରଥ ଟାଣିଲେ ସର୍ବ ପାପକ୍ଷୟ ହେବାସହ ମୋକ୍ଷ ପ୍ରାପ୍ତି ହୋଇଥାଏ।ଯେତେବେଳେ ଏହି ରଥ ଚାଲିଥାଏ ତାହା ଏକ ଚଳନ୍ତି ମନ୍ଦିରର ଭ୍ରମ ସୃଷ୍ଟି କରିଥାଏ।ତେଣୁ ଗୁଣ୍ଡିଚା ପରଦିନ ଅର୍ଥାତ ପୁରୀ ରଥ ଟଣାଯିବା ପରଦିନ ବ୍ରହ୍ମ ତାଳଧ୍ୱଜ ରଥ ରଥ ଟଣାଯାଇ ଚକଡ଼ା ଲଗାଯାଇଥାଏ।ସେହିପରି ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯିବା ସହ ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି।
Byte-ଚିତ୍ତରଞ୍ଜନ ସାହୁ(ଭକ୍ତ)
Byte-ଅରୁଣ କୁମାର ଜେନାଅତିରିକ୍ତ ଆରକ୍ଷୀ ଅଧିକ୍ଷକ)Conclusion:Visual sent before
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.