ETV Bharat / state

ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଗଲା କାର୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଭୋଜି ଖାଇବା ପାଇଁ ସରକାରୀ ଅଧିକାରୀଙ୍କ ଘରକୁ ଆସିଥିଲେ । ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଗଲା କାର୍ । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ଅଧିକ ପଢ଼ନ୍ତୁ

ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
author img

By

Published : Feb 13, 2023, 8:06 AM IST

ଭୋଜି ଖାଇବା ପାଇଁ ଯାଉଥିଲେ, ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଗଲା କାର୍

କେନ୍ଦ୍ରାପଡା: ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଗଲା କାର୍ ଆଉ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା କୁଦାନଗରୀ ଥାନା ଅନ୍ତର୍ଗତ ଗୋପେଇ-ପଣସୁଆ ପଡା ରାସ୍ତାରେ । ତେବେ ରବିବାର ମଧ୍ୟାହ୍ନରେ କେନ୍ଦ୍ରାପଡା ଜିଲ୍ଲା କୁଦାନଗରୀ ଥାନା ଅନ୍ତର୍ଗତ ଗୋପେଇ-ପଣସୁଆ ପଡା ରାସ୍ତାର ବନ୍ଧମୁଣ୍ଡା ଠାରେ ରାସ୍ତାରେ ଚାଲୁଥିବା ଅବସ୍ଥାରେ କାରଟି ହଠାତ୍‌ ଜଳିଯାଇଥିବା ଦେଖିବାକୁ ମିଳିଛି ।

ସୂଚନାନୁସାରେ, ଜଣେ ଜେଇଙ୍କ ଭୋଜି ଖାଇବା ପାଇଁ ୪ ଜଣ ବ୍ୟକ୍ତି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲରୁ କୁଦାନଗରୀ ଥାନା ନଡିଆବରେଇ ଗାଁକୁ ଆସୁଥିଲେ । ତେବେ କୌଣସି କାରଣରୁ ନାଲି ରଙ୍ଗର ସ୍ୱିଫ୍ଟ ଡିଜାୟାର କାରଟିର ଯାନ୍ତ୍ରିକ ତୃଟି ଯୋଗୁଁ ଗାଡି ଇଞ୍ଜିନରୁ ପ୍ରଥମେ ଧୂଆଁ ବାହାରିଥିଲା । ଗାଡି ଇଞ୍ଜିନରୁ ଧୂଆଁ ବାହାରିବା ଦେଖି ଡ୍ରାଇଭର ଗାଡିଟି ରଖି ଦେଇଥିଲା । ପରେ ସମସ୍ତ ଯାତ୍ରୀ ପ୍ରାଣ ବିକଳରେ ଗାଡିରୁ ବାହାରି ଆସିଥିଲେ । ଫଳରେ ଅଳ୍ପକେ ବର୍ତ୍ତିଯାଇଥିଲେ ଯାତ୍ରୀ । ପରେ ନିଆଁ କାରଟିର ଅନ୍ୟ ଅଂଶକୁ ବ୍ୟାପିଯାଇ ହୁତୁହୁତୁ ହୋଇ ରାସ୍ତା ଉପରେ ହିଁ ଜଳି ଯାଇଥିଲା । ଏହା ଦେଖି ରାସ୍ତା ମଝିରେ ଭିଡ ଲାଗିଥିବା ଦେଖିବାକୁ ମିଳିଥିଲା ।

ଏହାମଧ୍ୟ ପଢନ୍ତୁ: ନାର୍କୋ ଟେଷ୍ଟ ପରେ ଝାରସୁଗୁଡା ଫେରିଲା ଗୋପାଳ, ଆଜି କୋର୍ଟରେ ହେବ ହାଜର

ଖବର ପାଇ ପାଟକୁରା ଅଗ୍ନିଶମ ବିଭାଗ ପହଞ୍ଚିବା ବେଳକୁ ଗାଡିଟି ସମ୍ପୂର୍ଣ୍ଣ ଭାବେ ଜଳିଯାଇଥିଲା । ସମସ୍ତ ୪ ଜଣ ଯାତ୍ରୀ ସୁରକ୍ଷିତ ଅଛନ୍ତି। ତେବେ ଏହି ଗାଡିଟି ଜଳିବା ସମୟରେ ଏଥିରୁ ବିସ୍ଫୋରଣ ହେବା ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଥିଲା । କାରରେ ଥିବା ଜଣେ ଯାତ୍ରୀ କହିଛନ୍ତି, ସେମାନେ ଭୋଜି ଖାଇବା ପାଇଁ ସରକାରୀ ଅଧିକାରୀଙ୍କ ଘରକୁ ଆସିଥିଲେ । ହେଲେ ଅଧରାସ୍ତାରେ ହିଁ କାରଟି ହୁତୁହୁତୁ ହୋଇ ଜଳିଯାଇଥିଲା ।

ତେବେ କିଛି ଦିନ ପୂର୍ବରୁ ଢେଙ୍କାନାଳରେ ଟ୍ରକର ଦୁର୍ଘଟଣା ପରେ ଟ୍ରକରେ ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଥିଲା। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ବାରିହାପୁର ଆଦର୍ଶ ବିଦ୍ୟାଳୟ ନିକଟରେ ଏଭଳି ଘଟଣା ଘଟିଥିଲା । ଡ୍ରାଇଭର ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଡ୍ରାଇଭରର ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ । ମିଳିଥିବା ସୂଚନା ଅନୁଯାୟୀ, ତାଳଚେରରୁ କୋଇଲା ବୋଝେଇ କରି ଏହି ଟ୍ରକଟି ପାରାଦ୍ବୀପ ଯାଉଥିଲା । ସେହି ସମୟରେ ଘଟିଥିଲା ଏଭଳି ଅଘଟଣ ।

ଇଟିଭି ଭାରତ,କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.