କେନ୍ଦ୍ରାପଡ଼ା: ପୌର ନିର୍ବାଚନ ପାଇଁ ସରଗରମ କେନ୍ଦ୍ରାପଡ଼ା ସହର । କେନ୍ଦ୍ରାପଡ଼ା ପୌର ପରିଷଦ ଅଧ୍ୟକ୍ଷା ପ୍ରାର୍ଥୀ ପାଇଁ ୪ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ପ୍ରଚାର ମଇଦାନରେ ଜୋରଦାର ଚାଲିଛି ଲଢେଇ । ସାଧାରଣ ନିର୍ବାଚନରେ ସହରର ୨୧ଟି ୱାର୍ଡର ଜନସାଧାରଣ ବିଜେଡି ଅପେକ୍ଷା କଂଗ୍ରେସ ଉପରେ ଅଧିକ ଭରସା କରିଥାନ୍ତି । ତେବେ ଚ଼ଳିତ ନିର୍ବାଚନରେ ଅଧ୍ୟକ୍ଷା ପଦବୀ ପାଇଁ ସିଧାସଳଖ ନିର୍ବାଚ଼ନ ହେଉଥିବାବେଳେ କଂଗ୍ରେସ ଏହାର ପୁରୁଣା ମୁହଁକୁ ପ୍ରାର୍ଥୀ କରାଇଛି ।
ସୂଚନାନୁସାରେ କଂଗ୍ରେସ ପକ୍ଷରୁ ଗତ ୨୦୧୧ରେ କାଉନସିଲର ପ୍ରାର୍ଥୀ ହୋଇଥିବା ଲକ୍ଷ୍ମୀପ୍ରିୟା ବାରିକଙ୍କୁ ଚଳିତ ନିର୍ବାଚନରେ ଅଧ୍ୟକ୍ଷା ପ୍ରାର୍ଥୀ କରାଯାଇଥିବାବେଳେ ବିଜେଡି ଶାସନର ଦୁର୍ନୀତି ଓ ସହରର ଗଳିକନ୍ଦିରେ ଥିବା ସମସ୍ୟାକୁ ନେଇ ସେ ଲଢେଇ ଆରମ୍ଭ କରିଥିବା କହିଛନ୍ତି। ସାମାନ୍ୟ ବର୍ଷାରେ ସହରର ରାସ୍ତାଘାଟରେ ପାଣି ଉବୁଟୁବୁ ହେବା ସହ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ବିରୋଧରେ ତାଙ୍କର ଏ ଲଢେଇ ବୋଲି କହିଛନ୍ତି କଂଗ୍ରେସ ଅଧ୍ୟକ୍ଷା ପ୍ରାର୍ଥୀ ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ