କେନ୍ଦ୍ରାପଡା: ପୋଖରୀରେ ବୁଡି ସମ୍ପର୍କୀୟ ଭାଇ ଭଉଣୀଙ୍କ ମୃତ୍ୟୁ ଘଟିଛି । କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଡଙ୍କାରୀ ଗାଁରେ ଘଟିଛି ଅଘଟଣ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁସାରେ ଘର ପାଖରେ ସମ୍ପର୍କୀୟ ଭାଇ ଭଉଣୀ ସାଙ୍ଗ ହୋଇ ଖେଳୁଥିଲେ । ହେଲେ ଦୁଇଜଣ କେଉଁ ଆଡ଼େ ନିଖୋଜ ହୋଇ ଯାଇଥିଲେ। ଚାରିଆଡ଼େ ଖୋଜାଖୋଜି କରି ନିରାଶ ହେବା ପରେ ମଧ୍ଯାହ୍ନ ସମୟରେ ବାଡି ପୋଖରୀରେ ଉଭୟଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା।
ଏହାବି ପଢନ୍ତୁ : ଚା’ ବିକାଳିଙ୍କ ଉପରେ ଭରସା କଲା ବିଜେଡି, ଦେଲା କର୍ପୋରେଟର ଟିକେଟ
ସେଠାରୁ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଉଭୟଙ୍କୁ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲେ l ରାଜକନିକା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଉଭୟ ଶିଶୁଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଶିଶୁ ଦୁଇଜଣ ହେଲେ ସେହି ଗାଁର ପ୍ରଭାତ ସାମଲଙ୍କ ଝିଅ ପ୍ରଜ୍ଞା ସାମଲ ଓ ତାଙ୍କ ସମ୍ପର୍କୀୟଙ୍କ ପୁଅ ବିଭୁ ବିବେକ ପାତ୍ର।
ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l ରାଜକନିକା ପୋଲିସ ଲିଖିତ ଅଭିଯୋଗ ପାଇବା ପରେ ଘଟଣା ସ୍ଥଳରେ ପୋଲିସ ପହଁଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ଯବଛେଦ ପାଇଁ ଆଳି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିବା ସୂଚନା ମିଳିଛି । ତେବେ, ଉଭୟ ଶିଶୁଙ୍କ ବୟସ ୫ ବର୍ଷ ବୋଲି ଜଣାପଡିଛି ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ