ETV Bharat / state

ବଉଳା କୁମ୍ଭୀରଙ୍କ ମଝିରେ ବିତୁଛି ଜୀବନ, ପରିଶ୍ରମ ତୁଳନାରେ ପାରିଶ୍ରମିକ ନ୍ୟୁନ - କେନ୍ଦ୍ରାପଡା ରାଜନଗର-ସାତଭାୟା

ରାଜନଗର-ସାତଭାୟାକୁ ସଂଯୋଗ କରୁଥିବା ଏ ହେଉଛି ବାଉଁଶଗଡ ନଦୀ । ବର୍ଷକ ବାରମାସ ଏହି ନଦୀ ଉପରେ ନିର୍ଭରଶୀଳ ସାତଭାୟା,ମଗରକନ୍ଦା,ଅଢାସୋଲ ଆଦି ସମୁଦ୍ରକୂଳିଆ ଲୋକେ । ପାରିଶ୍ରମିକ ଦିନକୁ ଶହେ ଟଙ୍କା ମିଳୁଛି ହେଲେ ନିଜ କର୍ତ୍ତବ୍ୟରୁ କେବେ ଓହରି ଯାଇନାହାନ୍ତି କରୁଣାକର । ଅଧିକ ପଢନ୍ତୁ...

ବାଉଁଶଗଡ ନଦୀର କରୁଣାକର
ବାଉଁଶଗଡ ନଦୀର କରୁଣାକର
author img

By

Published : Jun 15, 2021, 9:51 PM IST

କେନ୍ଦ୍ରାପଡା: ରାଜନଗର-ସାତଭାୟାକୁ ସଂଯୋଗ କରୁଥିବା ଏ ହେଉଛି ବାଉଁଶଗଡ ନଦୀ । ବର୍ଷକ ବାରମାସ ଏହି ନଦୀ ଉପରେ ନିର୍ଭରଶୀଳ ସାତଭାୟା,ମଗରକନ୍ଦା,ଅଢାସୋଲ ଆଦି ସମୁଦ୍ରକୂଳିଆ ଲୋକେ । ଆଉ ଜୀବନକୁ ବାଜି ଲଗାଇ ଲୋକଙ୍କୁ ଡଙ୍ଗାରେ ନଦୀ ପାର କରାନ୍ତି ଏକମାତ୍ର ନାଉରୀ କରୁଣାକର ବେହେରା ।

ବାଉଁଶଗଡ ନଦୀର କରୁଣାକର

ବର୍ଷକ ୩୬୫ ଦିନ,କି ଖରା କି ବର୍ଷା କି ଶୀତ ସକାଳ ୫ରୁ ରାତି ୧୦ ପର୍ଯ୍ୟନ୍ତ ବିନା ଦ୍ବିଧାରେ କୁମ୍ଭୀରପୂର୍ଣ୍ଣ ବାଉଁଶଗଡ଼ ନଦୀରେ ଲୋକମାନଙ୍କୁ ପାର କରାଇଥାନ୍ତି । ଆମେ କହୁଛୁ କେନ୍ଦ୍ରାପଡା ରାଜନଗର-ସାତଭାୟାକୁ ସଂଯୋଗ କରୁଥିବା ବାଉଁଶଗଡ଼ ନଦୀରେ ନାଆ ବାହୁଥିବା କରୁଣାକର ବେହେରାଙ୍କ କଥା। ବାଉଁଶଗଡ଼ ନଦୀର ଓସାର(ପ୍ରସ୍ଥ)୨୦୦ ମିଟରରୁ ଉର୍ଦ୍ଧ୍ବ ହୋଇଥିବା ବେଳେ ନଦୀଟି ସଦାସର୍ବଦା ଜୁଆରପୁର୍ଣ୍ଣ ଓ ଭୟଙ୍କର ବଉଳା କୁମ୍ଭୀରପୁର୍ଣ୍ଣ ହୋଇ ରହିଥାଏ। ସାଧାରଣତଃ ବିଭିନ୍ନ ନଦୀକୁ ପାର ହେବାପାଇଁ ନାବିକ ମାନେ ଆହୁଲା ବ୍ୟବହାର କରୁଥିବା ବେଳେ କରୁଣାକର ଏହି ନଦୀ ପାର ହେବା ପାଇଁ ନଦୀରେ ଦଉଡି ବାନ୍ଧି ଓ ଖୁଣ୍ଟ ପୋତି ହାତରେ ଦଉଡିକୁ ଧରିଧରି ନଦୀ ପାର କରାଇଥାନ୍ତି । ନଦୀର ଅପରପାର୍ଶ୍ଵରେ ଥିବା ସାତଭାୟା,ମଗରକନ୍ଦା,ଅଢାସୋଲ ଆଦି ସମୁଦ୍ରକୂଳିଆ ଲୋକଙ୍କୁ ନଦୀ ପାର କରାଇଥାନ୍ତି କରୁଣାକର। ବନବିଭାଗର ନଦୀପାର ହୋଇ ପାଟ୍ରୋଲିଂ ହେଉ ଅବା ବାତ୍ୟା ସମୟରେ ସ୍ଥାନନ୍ତରଣ ହେଉ ସବୁଥିରେ ନିଜ ଜୀବନକୁ ବାଜି ଲଗାଇଥାନ୍ତି କରୁଣାକର।

ସାତଭାୟାରେ ସମୁଦ୍ରର କରାଳ ରୂପ ଦେଖିବା ପାଇଁ ବିଭିନ୍ନ ସମୟରେ ଗବେଷକ,ବୈଜ୍ଞାନିକ,ଜଳବାୟୁ ବିଶେଷଜ୍ଞ ଏଠାକୁ ଆସୁଥିବା ବେଳେ ଏଠାକାର ଯାତାୟତର ଏକମାତ୍ର ମାଧ୍ୟମ କରୁଣାକରଙ୍କ ଏହି ଡଙ୍ଗା ଓ ଭରଷା କରୁଣାକର। ତେବେ ଶୀତଦିନେ ସାତଭାୟାକୁ ବିଭିନ୍ନ ଦେଶୀ ଓ ବିଦେଶୀ ପକ୍ଷୀଙ୍କ ଆଗମନ ହେଉଥିବା ବେଳେ ଏଠାରେ ପର୍ଯ୍ୟଟକ ମାନଙ୍କ ଭିଡ଼ ପରିଲକ୍ଷିତ ହୋଇଥାଏ ।

ତେବେ ନିଜ ଜୀବନକୁ ବାଜି ଲଗାଇ ଜିଲ୍ଲାର ପର୍ଯ୍ୟଟନ ବିକାଶରେ ସାରଥି ଓ ଗବେଷକଙ୍କ ସାଧନର ମାଧ୍ୟମ ସାଜିଥିବା କରୁଣାକରଙ୍କ ତେଲଲୁଣର ସଂସାର ପାଇଁ ବନବିଭାଗ ଯେପରି ନିଦାବିଷ୍ଣୁ ପାଲଟିଛି । ବର୍ଷା ଛାଡ଼ିଗଲେ ଛତା ଅଲୋଡା ପରି ବର୍ଷଯାକର କାମକରି ପାରିଶ୍ରମିକ ବାବଦକୁ କାଣିଚାଏ ପାଇଥାନ୍ତି କରୁଣାକର। ଏନେଇ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ଲୋଡିବାରୁ କରୁଣାକରଙ୍କ ବିଷୟରେ ସେ ଇଟିଭି ଭାରତରୁ ଅବଗତ ହେଲେ ଓ ସ୍ଥାନୀୟ ପ୍ରଶାସନ ସହ କଥାହୋଇ କରୁଣାକରଙ୍କୁ ସହଯୋଗ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.