କେନ୍ଦ୍ରାପଡ଼ା: ରାଜନଗର ବ୍ଲକ ଅଧୀନ କେରଡ଼ାଗଡ଼ରେ ଅଘଟଣ । ଯାତ୍ରା ଆରମ୍ଭରୁ ବୁଡିଲା ଡଙ୍ଗା । ଆଳି ଓ ରାଜନଗର ବ୍ଳକକୁ ସଂଯୋଗ କରୁଥିବା ବ୍ରାହ୍ମଣୀ ନଦୀରେ ଘଟିଛି ଏହି ଅଘଟଣ । ଗାଡି ଗୁଡିକ ବୁଡି ଯାଇଥିବା ବେଳେ ଗାଡି ସହ ଯାତ୍ରୀଙ୍କୁ ଉଦ୍ଧାର କରିବା ନେଇ କାର୍ଯ୍ୟ ଆରମ୍ଭ କରିଛନ୍ତି ସ୍ଥାନୀୟ ଲୋକେ ।
ଆଜି ମଧ୍ୟାହ୍ନରେ ଆଳି ବ୍ଲକ ନଳପାଇରୁ ରାଜନଗର ବ୍ଲକ ଏକମାଣିଆକୁ ଏକ ଯାତ୍ରୀବାହୀ ଡଙ୍ଗା ଆସୁଥିବା ବେଳେ ଯାତ୍ରା ଆରମ୍ଭ କରିବା ସମୟରେ କୌଣସି ଏକ ପଦାର୍ଥ ଡଙ୍ଗାରେ ଲାଗିଥିଲା । ତେବେ ଡଙ୍ଗା ଚାଳକ ଓ ସହାୟକ ଡଙ୍ଗାଟିକୁ ଜୋରରେ ଠେଲି ଦେବାରୁ ଡଙ୍ଗାଟି ବୁଡି ଯାଇଥିବା କୁହାଯାଇଛି । ତେବେ ଡଙ୍ଗାରେ ରହିଥିବା ଗାଡିଗୁଡିକ ବ୍ରାହ୍ମଣୀ ନଦୀରେ ବୁଡି ଯାଇଛି । ତେବେ ଏହି ଅଘଟଣରେ ଯାତ୍ରୀମାନଙ୍କର କୌଣସି ଅଘଟଣ ହୋଇନଥିବା ନେଇ ସୂଚନା ରହିଛି । ଯାତ୍ରୀମାନଙ୍କ ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ ଜାରି ରହିଥିବା ବେଳେ ଗାଡି ଓ ଯାତ୍ରୀ ଉଭୟଙ୍କ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ସ୍ଥାନୀୟ ଲୋକେ।
ଏହା ମଧ୍ୟ ପଢନ୍ତୁ: Repo Rate Hike: ଆହୁରି ମହଙ୍ଗା ହେବ ଋଣ, ୨୫ ବେସିସ୍ ପଏଣ୍ଟ ବଢିଲା ରେପୋ ରେଟ୍
ପ୍ରକାଶଥାଉକି, ଗତ ଜାନୁଆରୀ ୧୦ ତାରିଖ ଦିନ ଗୋହିରା ଜଳଭଣ୍ଡାରରେ ଡଙ୍ଗା ବୁଡି ଯାଇଥିଲା । ଏହି ଅଘଟଣରେ ଜଣେ ବ୍ୟକ୍ତି ବୁଡି ଯାଇଥିଲେ । ତିଳେଇବଣି ବ୍ଲକର ଗୋହିରା ଡ୍ୟାମ ଅପରପାର୍ଶ୍ବରେ ଥିବା ଖଳିନାଳୀ ଗ୍ରାମକୁ ଡଙ୍ଗାରେ ଯାଇ ଫେରୁଥିବା ବେଳେ ଏହି ଅଘଟଣ ଘଟିଥିଲା । ଗ୍ରାମରେ ହେବାକୁ ଥିବା ନାମଯଜ୍ଞ ପାଇଁ ମାଟି ପାତ୍ର ବରାଦ ଦେବାକୁ ଖଡିନାଳି ଗ୍ରାମକୁ ଯାଉଥିବା ବେଳେ ଏଭଳି ଅଘଟଣ ଘଟିଥିଲା । ଫଳରେ ତିଲେଇବଣୀ ବ୍ଲକ ଅନ୍ତର୍ଗତ ବରଘାଟ ଗ୍ରାମର ନିଳାମ୍ବର ସ୍ବାଇଁ ବୁଡି ଯାଇଥିଲେ ।
ପରିବାର ଲୋକଙ୍କ ପକ୍ଷରୁ ଖୋଜାଖୋଜି କରାଯାଇଥିଲେ ସୁଦ୍ଧା ପତ୍ତା ମିଳିନଥିଲା । ପରିବାର ଲୋକେ ନିରାଶ ହେବାପରେ ସ୍ଥାନୀୟ ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ । ଅଗ୍ନିଶମ ଟିମ ମଧ୍ୟ ଖୋଜାଖୋଜି କରିଥିଲେ । ତେବେ ଅଗ୍ନିଶମ ବାହିନୀକୁ ଡଙ୍ଗା ଓ ଜାଲ ମିଳିଥିବା ବେଳେ ତାଙ୍କର କୌଣସି ପତ୍ତା ମିଳିପାରିନଥିଲା । ଏହାପରେ ଓଡ୍ରାଫ ଟିମ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ।
ଇଟିଭି ଭାରତ, କେନ୍ଦ୍ରାପଡା