ETV Bharat / state

ଅନ୍ୟକୁ ଜୀବନ ଦେଇ ଆଜି ନିଜେ ବେସାହାରା

ଥରେ କି ଦୁଇ ଥର ନୁହେଁ ୧୨୦ଥର ରକ୍ତଦାନ । ଏମିତି ଏକ ବ୍ୟକ୍ତି ବିଶେଷ ହେଉଛନ୍ତି କେନ୍ଦ୍ରାପଡ଼ା ବ୍ଲକ ଚଉଦକୁଲାଟ ଗାଁର କେ ଏମ ଅନ୍ନଦା ପ୍ରସାଦ । ମାତ୍ର ଆଜି ଅର୍ଥାଭାବରୁ ସେ ଅସହାୟ ହୋଇପଡିଛନ୍ତି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, କେନ୍ଦ୍ରାପଡା
author img

By

Published : Aug 13, 2019, 2:22 PM IST

କେନ୍ଦ୍ରାପଡା: ପେଶା ବଗିଚାରେ ମାଳି କାମ, ନର୍ସରୀ କାମ ସାଙ୍ଗକୁ ଚାରାଗଛ ବିକ୍ରି କରି ପରିବାର ପ୍ରତିପୋଷଣ । ଆଉ ନିଶା ହେଲା ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚାଇବା ଓ ପରିବେଶ ସନ୍ତୁଳନ ପାଇଁ ଗଛ ଲଗାଇବା । ହେଲେ ଡାକ୍ତରଙ୍କ ଟିକିଏ ଭୁଲ ପାଇଁ ଆଜି ଅନ୍ୟର ସାହାଯ୍ୟ ଲୋଡୁଛନ୍ତି ସେ।

ଥରେ କି ଦୁଇ ଥର ନୁହେଁ ୧୨୦ଥର ରକ୍ତଦାନ । ଆପଣ ଆଶ୍ଚର୍ଯ୍ୟ ହେବା ସୁନିଶ୍ଚିତ । ୟେ ସେହି ସହୃଦୟ ବ୍ୟକ୍ତି ଯିଏ ରକ୍ତଦାନ କରି ନୂଆ ଜୀବନ ଦାନ କରିଛନ୍ତି । କେନ୍ଦ୍ରାପଡ଼ା ବ୍ଲକ ଚଉଦକୁଲାଟ ଗାଁର କେ ଏମ ଅନ୍ନଦା ପ୍ରସାଦ । ଅତୀତର କିଛି ଘଟଣାକୁ ନିଜ ଆଖି ଆଗରେ ଦେଖି ଅନୁପ୍ରାଣିତ ହୋଇଥିଲେ ଅନ୍ନଦା । ଆଉ ସେବେଠାରୁ ପ୍ରତିଜ୍ଞା କରିଥିଲେ ଯେ ରକ୍ତଦାନ କରି ଅନ୍ୟ ମାନଙ୍କ ଜୀବନ ବଞ୍ଚାଇବାରେ ସହାୟକ ହେଉଛନ୍ତି । ହେଲେ ଏହାରି ଭିତରେ ଅନ୍ନଦା ଏବେ ନିଜ ଜୀବନ ବଞ୍ଚାଇବାରୁ ସଂଗ୍ରାମ କରୁଛନ୍ତି ।

କାରଣ ଡାକ୍ତରଙ୍କ ଏକ ଭୁଲ ପାଇଁ ଏବେ ସମସ୍ୟାରେ ଜୁଝି ହୋଇପଡିଛନ୍ତି ଅନ୍ନଦା । ଅର୍ଶ ହେବା ପରେ ଭୁବନେଶ୍ବରର ଏକ ଘରୋଇ ମେଡିକାଲରେ ଅସ୍ତ୍ରୋପଚାର କରାଯାଇଥିଲା । ଅସ୍ତ୍ରୋପଚାର ହେବା ସମୟରେ ମେରୁଦଣ୍ଡରେ ଦିଆଯାଉଥିବା ଆନାସ୍ଥେସିଆକୁ ଭୁଲ ଭାବରେ ଦେଇଥିବାରୁ 9 ମାସ ହେବ ଠିକସେ ଚାଲି ପାରୁନାହାଁନ୍ତି ଅନ୍ନଦା । ଅନ୍ୟପଟେ ଅନେକ ଲୋକଙ୍କ ଜୀବନ ବଞ୍ଚାଇଥିବା ଏହି ସେଞ୍ଚୁରିଆନ ରକ୍ତଦାତା ଆଜି ଅସହାୟ ହୋଇପଡିଥିବା ବେଳେ ଜିଲ୍ଲାପାଳ ସହାୟତା କରିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ।

ବେସରକାରୀ ସ୍ତରରେ ସ୍ଥାନୀୟ ବିଦ୍ୟାଳୟର ଜଣେ ଶିକ୍ଷକ ଗତ କିଛିଦିନ ତଳେ ୫୦୦ଟଙ୍କା ଦେବାପରେ ଔଷଧ ଆଣି ଖାଉଛନ୍ତି ଅନ୍ନଦା ତାହା ପୁଣି ଡାକ୍ତର ଲେଖିଥିବା ଔଷଧ ନହୋଇ ତା'ର ବଦଳ ଔଷଧ । ସେପଟେ ଏଭଳି ଜଣେ ଯୋଗ୍ୟ ଆଉ ପରୋପକାରୀ ବ୍ୟକ୍ତିଙ୍କୁ ସରକାରୀ ସ୍ତରରେ ସହାୟତା ପାଇଁ ଅନୁରୋଧ କରିବା ସହ କିଛି ବଦାନ୍ୟ ବ୍ୟକ୍ତି ଅନ୍ନଦାଙ୍କ ଚିକିତ୍ସା ପାଇଁ ଅର୍ଥ ଦେବାପାଇଁ ନିବେଦନ କରାଯାଇଛି ।

ଅନ୍ୟପଟେ ଜିଲ୍ଲାପାଳ ଅନ୍ନଦାଙ୍କ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିଙ୍କ ଠାରୁ ଖବର ପାଇ ଖୁବଶୀଘ୍ର ତାଙ୍କର ଚିକିତ୍ସା କରାଯିବାର ସମସ୍ତ ବ୍ୟବସ୍ଥା କରାଇବା ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି । ଆହୁରି ମଧ୍ୟ ଅନ୍ନଦାଙ୍କୁ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଯୋଗାଇ ଦେଵେ ବୋଲି କହିଛନ୍ତି ଜିଲ୍ଲାପାଳ ।

ପରିବେଶ ସୁରକ୍ଷା ଏବଂ ବୃକ୍ଷରୋପଣ ପାଇଁ ୨୦୦୯ ମସିହାରେ ପ୍ରକୃତି ବନ୍ଧୁ ପୁରସ୍କାର ପାଇଥିବା ତଥା ୧୦୦ରୁ ଊର୍ଦ୍ଧ୍ଵ ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚାଇଥିବା ଅନ୍ନଦାଙ୍କୁ ଯଦି ସରକାରୀ ଭାବରେ ଅବହେଳା କରାଯାଇଥାଏ ତେବେ ଏଥିପାଇଁ ଦାୟୀ କିଏ ତାହା ନେଇ ପ୍ରଶ୍ନ ଉଠିଛି।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.