ETV Bharat / state

ପାଟକୁରାରେ ସରକାରୀ ଯୋଜନାରେ ବ୍ୟାପକ ଅନିୟମିତତା ଅଭିଯୋଗ ଆଣିଲା ବିଜେପି

author img

By

Published : Nov 13, 2022, 9:58 AM IST

କେନ୍ଦ୍ରାପଡ଼ା ପାଟକୁରା ନିର୍ବାଚନ ମଣ୍ଡଳୀରେ ସରକାରୀ ଯୋଜନାରେ ବ୍ୟାପକ ଅନିୟମିତତା ଅଭିଯୋଗ । ବିଭିନ୍ନ ଦାବି ନେଇ ସାମ୍ବାଦିକ ସମ୍ମିଳନୀରେ ଶାସକ ଦଳକୁ ଟାର୍ଗେଟ କଲେ ରାଜ୍ୟ ବିଜେପି ମୁଖପାତ୍ର ତେଜେଶ୍ବର ପରିଡା । ଅଧିକ ପଢ଼ନ୍ତୁ

ବିଭିନ୍ନ ଦାବି ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ, ଦାବି ପୂରଣ ନହେଲେ ଆନ୍ଦୋଳନ ଚେତାବନୀ

କେନ୍ଦ୍ରାପଡ଼ା: ପାଟକୁରା ନିର୍ବାଚନ ମଣ୍ଡଳୀରେ ଲୋକକଲ୍ୟାଣ ଯୋଜନାରେ ଦୁର୍ନୀତି ଅଭିଯୋଗ । ଲୋକ ପ୍ରତିନିଧିଙ୍କୁ ଅଣଦେଖା କରି ସ୍ଥାନୀୟ ବିଧାୟିକାଙ୍କ ପ୍ରତିନିଧି ଶାସନ ଚଳାଇଥିବା ଅଭିଯୋଗ କରିଛି ବିଜେପି । ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଅଗ୍ନିଶମ ବିଭାଗ ସମେତ ଥାନା ପ୍ରତିଷ୍ଠା ନହେବା ଏବଂ ନିର୍ବାଚନ ମଣ୍ଡଳୀର ଏକ ନିର୍ଦ୍ଦିଷ୍ଟ ପଞ୍ଚାୟତରେ ମନରେଗା ଯୋଜନାରେ ହୋଇଥିବା ଆଖିବୁଜା ଦୁର୍ନୀତି ବିରୋଧରେ ସାମ୍ବାଦିକ ସମ୍ମିଳନୀରେ ବର୍ଷିଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ତଥା ପାଟକୁରାର ଯୁବ ନେତା ତେଜେଶ୍ବର ପରିଡା ।

ପାଟକୁରା ନିର୍ବାଚନ ମଣ୍ଡଳୀ ଡେରାବିଶ ବ୍ଲକ ଅଧିନ ଚାନ୍ଦୋଳ ବଜାରର ଏକ ଘରୋଇ ମଣ୍ଡପରେ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା । ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ମୁଖପାତ୍ର ତେଜେଶ୍ବରଙ୍କ ସମେତ ଜିଲ୍ଲା ବିଜେପି ସଭାପତି କିଶୋର ପଣ୍ଡା, ପୂର୍ବତନ ଦାନପୁର ସରପଞ୍ଚ ବିଭୁଦେନ୍ଦୁ ପଣ୍ଡା ଉପସ୍ଥିତ ରହିଥିଲେ । ଏଥିରେ ଚାନ୍ଦୋଳ ବଜାର ପାଟକୁରା ନିର୍ବାଚନ ମଣ୍ଡଳୀର ଏକ ପ୍ରମୁଖ ବଜାର ହୋଇଥିବା ସତ୍ତ୍ବେ ଏଠାରେ ସରକାରଙ୍କ କୌଣସି ବିକାଶ ମୂଳକ ଯୋଜନା କାର୍ଯ୍ୟକାରୀ ହୋଇ ନଥିବା ଅଭିଯୋଗ କରାଯାଇଛି । ସେହିଭଳି ବଜାର ଆଲୋକୀକରଣ ସମୟରେ ସ୍ଥାନୀୟ ସରପଞ୍ଚ ବିଜେପି ସମର୍ଥିତ ହୋଇଥିବା କାରଣରୁ ତାଙ୍କୁ ଡକାଯାଇନଥିବା ଅଭିଯୋଗ କରିଛି ବିଜେପି ।

ଡେରାବିଶ ବ୍ଲକର ନଦୀ କୂଳରେ ଅବସ୍ଥିତ ୯ଟି ପଞ୍ଚାୟତରେ କୌଣସି ଅଘଟଣ ଘଟିଲେ ଅଗ୍ନିଶମ ବିଭାଗ ପହଞ୍ଚିବାରେ ବିଳମ୍ବ ହେଉଥିବା କାରଣରୁ ଏଠାରେ ଦୀର୍ଘଦିନ ଧରି ଅଗ୍ନିଶମ କେନ୍ଦ୍ରର ପ୍ରତିଷ୍ଠା ପାଇଁ ଦାବି ହୋଇ ଆସୁଛି । କିନ୍ତୁ ଏହାକୁ ଅଣଦେଖା କରାଯାଉଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ କରିଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ତେଜେଶ୍ବର ପରିଡା । ସେହିଭଳି ଚାନ୍ଦୋଳ ଅଞ୍ଚଳରେ ଫାଣ୍ଡି ବଦଳରେ ଥାନା ପ୍ରତିଷ୍ଠା ପାଇଁ ଦାବି ହୋଇ ଆସୁଥିଲେ ମଧ୍ୟ ଏହି ଦାବିକୁ ସରକାର ଶୁଣୁନଥିବା ଘଟଣା ବିରୋଧରେ ସାମ୍ବାଦିକ ସମ୍ମିଳନୀରେ ସ୍ବର ଉତ୍ତୋଳନ କରିଛି ବିଜେପି ।

ସାମ୍ବାଦିକ ସମ୍ମିଳନୀରେ ତେଜେଶ୍ବର କହିଛନ୍ତି, "ପଲେଇ ପଞ୍ଚାୟତରେ ମନରେଗା ଯୋଜନାରେ କୋଟି କୋଟି ଟଙ୍କା ଶାସକ ଦଳର ନେତାଙ୍କ ଦ୍ବାରା ବାଟମାରଣା ହୋଇଛି । ଏହାର ବିଦ୍ଧିବଧ ତଦନ୍ତ କରାନଗଲେ ଭବିଷ୍ୟତରେ ବିଜେପି ପକ୍ଷରୁ ଗାଁ ଗାଁରେ ଶାସକ ଦଳ ବିରୋଧରେ ସ୍ବର ଉଠିବ ।" ସେହିଭଳି ଚାନ୍ଦୋଳ ଅଞ୍ଚଳରେ ଏକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା ସହ ଅଗ୍ନିଶମ ବିଭାଗ ଏବଂ ଥାନା ଖୋଲାନଗଲେ ବିଜେପି ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି ରାଜ୍ୟ ବିଜେପି ମୁଖପାତ୍ର । ତେବେ ଏହି ଅବସରରେ ଦୁଇଜଣ ସମାଜସେବୀ ମହିଳାଙ୍କୁ ବିଜେପିର ସଦସ୍ୟତା ପ୍ରମାଣପତ୍ର ଦେଇ ଆନୁଷ୍ଠାନିକ ଭାବେ ଦଳରେ ସାମିଲ କରାଯାଇଥିଲା ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.