ETV Bharat / state

ପାଣ୍ଡିଆନଙ୍କ ଫଟୋ ନେଇ ରାଜନୈତିକ ହଟଚମଟ, BJP-BJD ମୁହାଁମୁହିଁ

ମହାକାଳପଡ଼ା ଅଞ୍ଚଳରେ ଷ୍ଟିଲ ପ୍ଲାଣ୍ଟ ନିର୍ମାଣ ଲାଗି ଏକ ପୋଷ୍ଟରରେ ଲାଗିଛି ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ଫଟୋ । ଯାହାକୁ ନେଇ ବିଜେପି ବିଜେଡି ମୁହାଁମୁହିଁ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Sep 5, 2023, 8:42 PM IST

Etv Bharat
Etv Bharat
ପାଣ୍ଡିଆନଙ୍କ ଫଟୋ ନେଇ ରାଜନୈତିକ ହଟଚମଟ

କେନ୍ଦ୍ରାପଡ଼ା: ପ୍ରଥମେ ଅଞ୍ଚଳବାସୀ ଆଉ ଏବେ ରାଜନୈତିକ ଦଳ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5T ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କ ପୋଷ୍ଟରକୁ ବିଜେପିର ବିରୋଧ । ଷ୍ଟିଲ ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟ ଲାଗି ମହାକାଳପଡ଼ା ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଲାଗିଛି ଭିକେ ପାଣ୍ଡିଆନଙ୍କ ଫଟୋ । ଏହାକୁ ନେଇ ବିଜେପି ଓ ବିଜେଡି କର୍ମକର୍ତ୍ତାଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିବା ଦେଖିବାକୁ ମିଳିଛି ।

ଜିଲ୍ଲାର ମହାକାଳପଡ଼ା ନିର୍ବାଚନ ମଣ୍ଡଳୀର ରାମନଗର ଅଞ୍ଚଳରେ ନିପନ୍ ଷ୍ଟିଲ୍ ପକ୍ଷରୁ ଏକ ସର୍ବବୃହତ ଷ୍ଟିଲ ପ୍ଲାଣ୍ଟ ହେବାକୁ ଯାଉଥିବା ବେଳେ ଏହାକୁ ନେଇ ମହାକାଳପଡ଼ା ଅଞ୍ଚଳରେ ବଡ ବଡ ପୋଷ୍ଟର ଲଗାଯାଇଛି ଯେଉଁ ପୋଷ୍ଟରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ସମେତ 5T ସଚିବ ଭି.କେ.ପାଣ୍ଡିଆନଙ୍କ ଫଟୋ ଚିତ୍ର ରହିଛି । ତେବେ ଷ୍ଟିଲ ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟ ତ ଦୂରର କଥା ଏପର୍ଯ୍ୟନ୍ତ ଜମି ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ ହୋଇନଥିବା ବେଳେ ଅଞ୍ଚଳରେ ଲାଗିଥିବା ପୋଷ୍ଟରରେ 5T ସଚିବ ଭି.କେ.ପାଣ୍ଡିଆନଙ୍କ ଫଟୋକୁ ବିରୋଧ କରିଛନ୍ତି କେନ୍ଦ୍ରାପଡା ଜିଲ୍ଲା ବିଜେପିର କାର୍ଯ୍ୟକର୍ତ୍ତାମାନେ ।

ଏହା ବି ପଢନ୍ତୁ- କୁଆଡ଼େ ଗଲା ମୁଖ୍ୟମନ୍ତ୍ରୀଙ୍କ ୬ଟି ? ସଚିବ ବୁଲିଲେ, ଦେଖା ଦେଲେନି ମନ୍ତ୍ରୀ

କେନ୍ଦ୍ରାପଡା ଜିଲ୍ଲା ବିଜେପି ସଭାପତି କିଶୋର ପଣ୍ଡାଙ୍କ ନେତୃତ୍ବରେ ଶତାଧିକ ବିଜେପି କର୍ମୀମାନେ ମାର୍ଶାଘାଇ କ୍ରସିଂ ଛକଠାରେ ଏକତ୍ରିତ ହୋଇ ସେଠାରେ ଲଗାଯାଇଥିବା ଭିକେ ପାଣ୍ଡିଆନଙ୍କ ଫଟୋକୁ ବିରୋଧ କରିଥିଲେ । ଅପରପକ୍ଷରେ ବିଜେଡିର କିଛି କର୍ମୀ ସେଠାରେ ପହଞ୍ଚି ପୋଷ୍ଟର ପାଖକୁ ବିଜେପି କର୍ମୀମାନଙ୍କୁ ଯିବାପାଇଁ ବାରଣ କରିବାରୁ କିଛି ସମୟ ପାଇଁ ରାଜନୈତିକ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ତେବେ ଜିଲ୍ଲା ବିଜେପି ସଭାପତି ଓ ରାଜ୍ୟ ମୁଖପାତ୍ରଙ୍କ ବୁଝାମଣା ଫଳରେ ବିଜେପି କର୍ମୀମାନେ ପୋଷ୍ଟରଠାରୁ ଟିକିଏ ଦୂରରେ ରହି ବିଜେପି କର୍ମୀ କେବଳ ପ୍ରତିବାଦକରି ଫେରିଥିଲେ ।

ଏନେଇ ବିଜେପି ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡା କହିଛନ୍ତି, "ମହାକାଳପଡ଼ାବାସୀଙ୍କ ପାଇଁ ଯେଉଁ ଇସ୍ପାତ କାରଖାନା କରାଯିବା ଲାଗି ପ୍ରତିଶୃତି ଦିଆଯାଇଛି ତାହା ଡାହା ମିଛ କଥା । ଏଠାରେ ଥର୍ମାଲ ପାୱାର ପ୍ଲାଣ୍ଟ, ବନ୍ଦର ଭିତ୍ତିକ ଯୋଜନା କଥା ହେଉ ନିର୍ବାଚନ ଆସିଲେ ବିଜେଡି ସରକାର ଏପରି ମିଛ ପ୍ରତିଶୃତି ଦିଅନ୍ତି । ନିର୍ବାଚନ ପ୍ରଚାର ଲାଗି ଏଭଳି ଡାହା ମିଛ କଥା କୁହନ୍ତି । ୫ଟି ସଚିବ ଗଣତନ୍ତ୍ରକୁ ହତ୍ୟା କରି ଚାରିଆଡେ ବୁଲୁଛନ୍ତି । ଏଠାରେ ପୋଷ୍ଟରରେ ମଧ୍ୟ ୫ଟି ସଚିବଙ୍କ ଫଟୋ ରହିଛି । ଯାହାକୁ ବିଜେପି ଦୃଢ ନିନ୍ଦା କରୁଛି । ଏହା ସମ୍ପୂର୍ଣ୍ଣ ରୂପେ ଗଣତନ୍ତ୍ରର ହତ୍ୟା ।"

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.