କେନ୍ଦ୍ରାପଡ଼ା: ପୌର ନିର୍ବାଚନ ପାଇଁ ସରଗରମ ରହିଛି ରାଜନୀତି । କେନ୍ଦ୍ରାପଡା ପୌରପାଳିକା(Municipality) ଓ ପଟ୍ଟାମୁଣ୍ଡାଇ ବିଜ୍ଞାପିତ ଅଞ୍ଚଳ ପରିଷଦ(NAC) ପାଇଁ ପ୍ରାର୍ଥୀ ଘୋଷଣା କଲା ଜିଲ୍ଲା ବିଜେପି । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଅନୁମୋଦନ କ୍ରମେ କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟି ପାଇଁ ରାଜ୍ୟ କୃଷକ ମୋର୍ଚ୍ଚା ଉପ ସଭାପତି ଦୁର୍ଯ୍ୟୋଧନ ସାହୁଙ୍କ ପତ୍ନୀ ମିନାକ୍ଷୀ ଦାଶ ଏବଂ ପଟ୍ଟାମୁଣ୍ଡାଇ ଏନଏସି ଅଧ୍ୟକ୍ଷ ପଦବୀ ପାଇଁ ଶଶିକାନ୍ତ ସ୍ବାଇଁଙ୍କ ନାମରେ ମୋହର ମାରିଛି ଦଳ ।
ଏହାବି ପଢନ୍ତୁ : ଅନୁଗୋଳରେ ରାଜ୍ୟସ୍ତରୀୟ ଖଦି ମେଳା, ହସ୍ତଶିଳ୍ପୀଙ୍କୁ ରୋଜଗାର ଯୋଗାଇବା ଲକ୍ଷ୍ୟ
ମିନାକ୍ଷୀଙ୍କ ସ୍ୱାମୀ ଦୁର୍ଯ୍ୟୋଧନ ପୂର୍ବରୁ ଦୁଇ ଥର ଜିଲ୍ଲା ବିଜେପିର ସଭାପତି ଦାୟିତ୍ୱ ନିର୍ବାହ କରିଥିବା ବେଳେ ମିନାକ୍ଷୀ ନିଜେ ମଧ୍ୟ ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରି ଆସୁଥିଲେ । ସେହିପରି ଶଶିକାନ୍ତ ବିଜେପି ଦଳର ଜଣେ ଦୃଢ଼ ସଂଗଠକ ରହି ଆସିଥିବା ବେଳେ ଦଳ ପ୍ରତି ତାଙ୍କର ଆନୁଗତ୍ୟତା ପାଇଁ ତାଙ୍କୁ ଅଧ୍ୟକ୍ଷ ପଦବୀ ପାଇଁ ଚୟନ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ସଭାପତି କିଶୋର କୁମାର ପଣ୍ଡା ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ