ETV Bharat / state

କେନ୍ଦ୍ରାପଡ଼ାରେ ଯାତ୍ରୀବାହୀ ରେଳ ଚଳାଚଳ ଦାବି, ମାର୍ଶାଘାଇରେ ବିଜେଡିର ରେଳରୋକ - ମାର୍ଶାଘାଇ ରେଳ ଷ୍ଟେସନ

କେନ୍ଦ୍ରାପଡାରେ ମାଲବାହୀ ରେଳ ଚଳାଚଳକୁ ଦୁଇ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଯାତ୍ରୀବାହୀ ରେଳ ଚଳାଚଳ କରିନାହିଁ । ଏନେଇ ମାର୍ଶାଘାଇ ରେଳ ଷ୍ଟେସନଠାରେ ବିଜେଡି ପକ୍ଷରୁ ଖୁବଶୀଘ୍ର ଯାତ୍ରୀବାହୀ ଟ୍ରେନ ଚଳାଇବା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅଧିକ ପଢ଼ନ୍ତୁ

ମାର୍ଶାଘାଇରେ ବିଜେଡିର ରେଳରୋକ
ମାର୍ଶାଘାଇରେ ବିଜେଡିର ରେଳରୋକ
author img

By

Published : Dec 20, 2022, 8:08 AM IST

ମାର୍ଶାଘାଇରେ ବିଜେଡିର ରେଳରୋକ

କେନ୍ଦ୍ରାପଡ଼ା: ଶିଳ୍ପବିହୀନ ଜିଲ୍ଲା କେନ୍ଦ୍ରାପଡାରେ ମାଲବାହୀ ରେଳ ଚଳାଚଳକୁ ଇତିମଧ୍ୟରେ ଦୁଇ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଯାତ୍ରୀବାହୀ ରେଳ ଚାଲିବା ଏବେ ବି ସ୍ବପ୍ନ ପାଲଟିଛି । ଏନେଇ ଆଜି ମାର୍ଶାଘାଇ ରେଳ ଷ୍ଟେସନଠାରେ କେନ୍ଦ୍ରାପଡା ବିଜୁ ଜନତା ଦଳ ପକ୍ଷରୁ ଖୁବଶୀଘ୍ର ଯାତ୍ରୀବାହୀ ଟ୍ରେନ ଚଳାଇବା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

କେନ୍ଦ୍ରାପଡା ଜିଲ୍ଲା ମଧ୍ୟ ଦେଇ ଯାଇଥିବା ଫାଟକ ବିହୀନ ହରିଦାସପୁର-ପାରାଦ୍ବୀପ ୮୨ କିଲୋମିଟର ରେଳଧାରଣାରେ ମାଲବାହୀ ଟ୍ରେନ ୨ ବର୍ଷ ୪ ମାସରୁ ଅଧିକ ଦିନ ହେବ ଚଳାଚଳ କରୁଛି । ଯେଉଁଥିରେ କମ୍ପାନୀ ଓ କେନ୍ଦ୍ର ସରକାର ମୁନାଫା ପାଉଛନ୍ତି । ପୂର୍ବରୁ ଗତ ୩୧ ଜୁଲାଇ ୨୦୨୦ରେ ପ୍ରଥମକରି ପାରାଦ୍ବୀପରୁ ଏକ ଲୁହାପଥର ବୋଝେଇ ଟ୍ରେନ ହରିଦାସପୁର ବାହାରିଥିଲା । ରେଳ ଧାରଣା ନିର୍ମାଣ ପାଇଁ ଜମି ହରାଇଥିବା ଲୋକେ ମହାକାଳପଡା ନୂଆଗାଁ ଷ୍ଟେସନଠାରେ ପ୍ରଥମେ ପାସେଞ୍ଜର ଟ୍ରେନ ଚଳାଇବା ଦାବି କରି ମାଲବାହୀ ଟ୍ରେନକୁ ଅଟକ ରଖିଥିଲେ । ପରେ ସେହି ମାଲବାହୀ ଟ୍ରେନକୁ ନଛାଡିବାରୁ ଟ୍ରେନଟି ପାରାଦ୍ବୀପ ଫେରିଯାଇଥିଲା ।

ପୁନର୍ବାର ୨୦୨୦ ଅଗଷ୍ଟ ମାସରେ କେନ୍ଦ୍ରାପଡା ଜିଲ୍ଲାର ସାଂସଦ, ସମସ୍ତ ବିଧାୟକ ଏବଂ ପାରାଦ୍ବୀପ ପୋର୍ଟ ଟ୍ରଷ୍ଟର ମୁଖ୍ୟଙ୍କ ସହିତ ତତ୍କାଳୀନ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଆବାସିକ କାର୍ଯ୍ୟାଳୟରେ ଆଲୋଚନା ହୋଇଥିଲା । ସେହି ଆଲୋଚନାରେ ଖୁବଶୀଘ୍ର ଯାତ୍ରୀବାହୀ ଟ୍ରେନ ଚାଲିବ ବୋଲି ସେ ସମୟର ପାରାଦ୍ବୀପ ପୋର୍ଟର ମୁଖ୍ୟ କହିଥିଲେ । ଇତି ମଧ୍ୟରେ ୨ ବର୍ଷରୁ ଅଧିକ ଦିନ ବିତିଯାଇଥିଲେ ମଧ୍ୟ ଯାତ୍ରୀବାହୀ ଟ୍ରେନ ଚଳାଚଳ ହୋଇପାରିନାହିଁ । ଯାହାକୁ ନେଇ କେନ୍ଦ୍ରାପଡାବାସୀଙ୍କୁ କେନ୍ଦ୍ର ସରକାର ଅବହେଳା କରୁଥିବା ଅଭିଯୋଗ କରିଛି ବିଜେଡି । ଏନେଇ ସୋମବାର ରେଳରୋକ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ରେଳରୋକ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ବିଜୁ ଜନତା ଦଳର କର୍ମୀ ଯୋଗ ଦେଇଛନ୍ତି । ତେବେ ଏହି ବିକ୍ଷୋଭସ୍ଥଳରେ ଅତିରିକ୍ତ ଜିଲ୍ଲାପାଳ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.