ETV Bharat / state

ଭିତରକନିକା Eco Retreat ଉଦଘାଟିତ, ଫେବୃୟାରୀ ୨୮ ଯାଏଁ ମଜା ନେବେ ପର୍ଯ୍ୟଟକ - ଭିତରକନୀକା ଇକୋ ରିଟ୍ରିଟ ଉଦଘାଟିତ

କେନ୍ଦ୍ରାପଡାବାସୀଙ୍କ ପାଇଁ ଖୁସି ଖବର । ଭିତରକନିକାକୁ ବିକଶିତ କରିବା ପାଇଁ ଦ୍ବିତୀୟ ଥର ପାଇଁ ଆଜି ଠାରୁ ଆରମ୍ଭ ହୋଇଛି ଇକୋରିଟ୍ରିଟ୍ ଉତ୍ସବ । ଅଧିକ ପଢନ୍ତୁ

ଭିତରକନୀକା ଇକୋ ରିଟ୍ରିଟ ଉଦଘାଟିତ, ଫେବୃୟାରୀ ୨୮ ଯାଏଁ ମଜା ନେବେ ପର୍ଯ୍ୟଟକ

author img

By

Published : Dec 15, 2021, 10:16 PM IST

କେନ୍ଦ୍ରାପଡା: କେନ୍ଦ୍ରାପଡାବାସୀଙ୍କ ପାଇଁ ଖୁସି ଖବର । ଭିତରକନିକାକୁ ବିକଶିତ କରିବା ପାଇଁ ଦ୍ବିତୀୟ ଥର ପାଇଁ ଆଜି ଠାରୁ ଆରମ୍ଭ ହୋଇଛି ଇକୋରିଟ୍ରିଟ୍ ଉତ୍ସବ । ଗତବର୍ଷ ନଳିତାପାଟିଆ ଠାରେ ଏହି କାର୍ଯ୍ୟକ୍ରମ ସଫଳ ହେବା ପରେ ଚଳିତ ବର୍ଷ ପେଣ୍ଠ ବେଳାଭୂମିରେ ଇକୋରିଟ୍ରିଟ୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ପର୍ଯ୍ୟଟକ ମାନଙ୍କ ପାଇଁ ୨୫ଟି ଅସ୍ଥାୟୀ ବିଳାସପୂର୍ଣ୍ଣ କଟେଜ ନିର୍ମାଣ ହୋଇଛି । ଏଠାକୁ ଆସୁଥିବା ପର୍ଯ୍ୟଟକ ମାନଙ୍କୁ ରହିବାଠୁ ଆରମ୍ଭ କରି ଭିତରକନିକା ପେଣ୍ଠ ବେଳାଭୂମି ବୁଲିବା ସହ ସମୁଦ୍ର ଭିତରେ ବୋଟିଂ କରିବା ପାଇଁ ସୁଯୋଗ ମଧ୍ୟ ମିଳିବ ।

ଇକୋ ରିଟ୍ରିଟ ମହୋତ୍ସବର ପ୍ରତିଦିନ ସନ୍ଧ୍ୟାରେ ନାମକରା କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମରେ ମତୁଆଲା ହେବେ ପର୍ଯ୍ୟଟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ମହୋତ୍ସବକୁ ଉଦଘାଟନ କରିବା ପରେ ପେଣ୍ଠଠାରେ ପର୍ଯ୍ୟଟନ ବିଭାଗର ଅତିରିକ୍ତ ଶାସନ ସଚିବ ଅବନୀକାନ୍ତ ପଟ୍ଟନାୟକ ଯୋଗଦେଇ ଇକୋରିଟ୍ରିଟକୁ ଉଦଘାଟନ କରିଥିଲେ ।

ଭିତରକନିକାକୁ ବିକଶିତ କଲେ ସ୍ଥାନୀୟ ଅଞ୍ଚଳର ଉନ୍ନତି ହୋଇପାରିବ ଓ ଭିତରକନିକା ଜାତୀୟ ଉଦ୍ୟାନକୁ ଅଧିକ ସଂଖ୍ୟକ ପଯ୍ୟଟକ ମାନେ ଆକୃଷ୍ଟ ହେବେ ବୋଲି ସେ କହିଛନ୍ତି ।

ଏହି ଉଦଘାଟନ ଉତ୍ସବରେ ରାଜନଗର ବିଧାୟକ ଧୃବ ସାହୁ, କେନ୍ଦ୍ରାପଡା ଉପଜିଲ୍ଲାପାଳ, ରାଜନଗର ବନଖଣ୍ଡ ଅଧିକାରୀ, ଜିଲ୍ଲା ପ୍ରଶାସନର ବିଭିନ୍ନ ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲେ । ଏହି ଇକୋ ରିଟ୍ରିଟ୍ ଆସନ୍ତା ପେବୃୟାରୀ ୨୮ ଯାଏଁ ଚାଲିବ ବୋଲି ସୂଚନା ମିଳିଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.