ETV Bharat / state

ଜୈବବିବିଧତା ନଷ୍ଟ ପାଇଁ ବଡଧରଣର ଷଡଯନ୍ତ୍ର ହୋଇଥିବା ଅଭିଯୋଗ କଲେ ଅନଶନକାରୀ - ଭିତରକନିକା ଇକୋ ସେନସିଟିଭି ଜୋନ

ପ୍ରଶାସନିକ ସ୍ତରରେ ଭିତରକନିକା ଜାତୀୟ ଉଦ୍ୟାନକୁ ଛାରଖାର କରାଯିବା ପାଇଁ ହୋଇଛି ବଡ଼ ନିଷ୍ପତ୍ତି । ଏଭଳି ଅଭିଯୋଗ କରିଛନ୍ତି ଭିତରକନିକା ଇକୋ ସେନସିଟିଭି ଜୋନ ମନିଟରିଂ କମିଟି ସଦସ୍ୟ ଶ୍ରୀକାନ୍ତ ନାୟକ। ଅଧିକ ପଢନ୍ତୁ...

bhitarkanika biodivercity
ଜୈବବିବିଧତା ନଷ୍ଟ ପାଇଁ ବଡଧରଣର ଷଡଯନ୍ତ୍ର ହୋଇଥିବା ଅଭିଯୋଗ କଲେ ଅନଶନକାରୀ
author img

By

Published : Aug 23, 2021, 10:23 PM IST

କେନ୍ଦ୍ରାପଡା: ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ନାଁରେ ଭିତରକନିକାର ଜୈବ ବିବିଧତାକୁ ନଷ୍ଟ କରିବା ପାଇଁ ପ୍ରଶାସନିକ ସ୍ତରରେ ଏକ ବଡଧରଣର ଷଡ଼ଯନ୍ତ୍ର ହୋଇଥିବା ଅଭିଯୋଗ । ଏହାକୁ ନେଇ ୧୪ଦିନ ଧରି ଆମରଣ ଅନଶନରେ ବସିଛନ୍ତି ଭିତରକନିକା ଇକୋ ସେନସିଟିଭି ଜୋନ ମନିଟରିଂ କମିଟି ସଦସ୍ୟ ଶ୍ରୀକାନ୍ତ ନାୟକ।

ଜୈବବିବିଧତା ନଷ୍ଟ ପାଇଁ ବଡଧରଣର ଷଡଯନ୍ତ୍ର ହୋଇଥିବା ଅଭିଯୋଗ କଲେ ଅନଶନକାରୀ

ବିଶ୍ବର ୪୮ କିଲୋମିଟର ଉପକୂଳ ଅଞ୍ଚଳରେ ସୃଷ୍ଟ ହେନ୍ତାଳବଣର ଆପାତତଃ ୩୦ କିଲୋମିଟର ବ୍ୟାପ୍ତ ମ୍ୟାନଗୃଭ ଫରେଷ୍ଟ କେବଳ କେନ୍ଦ୍ରାପଡ଼ା ଉପକୂଳ ଅଞ୍ଚଳରେ ସମ୍ଭବ ହୋଇପାରିଛି। ଲୁଣି ଓ ମଧୁର ଜଳ ସମନ୍ଵୟରେ ହେନ୍ତାଳବଣ ବା ମ୍ୟାନଗ୍ରୁଭ ଫରେଷ୍ଟ ସୃଷ୍ଟି ସମ୍ଭବ ହେଉଥିବାବେଳେ କେନ୍ଦ୍ରାପଡ଼ା ରାଜକନିକା ବାରୁଣାଡ଼ିହା ଓ ଭଦ୍ରକ ଜିଲ୍ଲା ଚାନ୍ଦବାଲି ନୂଆହାଟ ନିକଟରେ କରାଯାଉଥିବା ପ୍ରକଳ୍ପ ସ୍ଥାନ ଇକୋ ସେନସିଟିଭି ଜୋନ ଭିତରେ ଆସୁଥିବାରୁ ଏହି ପ୍ରକଳ୍ପ ବନ୍ଦ କରିବା ପାଇଁ ଦାବି ଉଠିଛି। ସରକାରଙ୍କ ଗେଜେଟ ନୋଟିଫିକେସନ ଆଧାରରେ ଏହି ପ୍ରକଳ୍ପ କାର୍ଯ୍ୟ ବନ୍ଦ ହେବା ଉଚିତ ନହେଲେ ଆଇନର ଆଶ୍ରୟ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି ପରିବେଶବିତ।

ଦୀର୍ଘ ୧୪ଦିନର ଅନଶନର ଦ୍ଵାଦଶ ଦିନରେ ଅନଶନକାରୀ ତଥା ଇକୋ ମନିଟରିଂ ଜୋନ କମିଟି ସଦସ୍ୟ ଶ୍ରୀକାନ୍ତଙ୍କୁ ଭେଟିଛନ୍ତି କମିଟିର ଅଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ଜିଲ୍ଲାପାଳ। ତେବେ ମନିଟରିଂ ଜୋନର ୧୦ ସଦସ୍ୟ ରହିଥିବାବେଳେ ଗତବର୍ଷ ଡିସେମ୍ବର ମାସରେ କରାଯାଇଥିବା ଦୁଇଟି ବୈଠକରେ ଚଞ୍ଚକତା କରାଯାଇଥିବା ଅଭିଯୋଗ କରିଛନ୍ତି ଶ୍ରୀକାନ୍ତ । କମିଟିରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅଧ୍ୟକ୍ଷ, ରାଜନଗର ବନବିଭାଗ ଅଧିକାରୀ ସମ୍ପାଦକ ରହିଥିବାବେଳେ ଭଦ୍ରକ ଜିଲ୍ଲାପାଳ ଓ ଏସପିଙ୍କ ପ୍ରତିନିଧି ସଦସ୍ୟ,ଓଡିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟର ପ୍ରତିନିଧି, କେନ୍ଦ୍ରାପଡ଼ା ଏସପି,ଅବସରପ୍ରାପ୍ତ ପରିବେଶବିତ,ଭଦ୍ରକ ବନ୍ୟଜୀବ ଅଧିକାରୀ,ଏନଜିଓ ତଥା ସମ୍ଭାବନା ସଦସ୍ୟ ଶ୍ରୀକାନ୍ତ ଏହି କମିଟିରେ ସଦସ୍ୟ ରହିଛନ୍ତି । ଡିସେମ୍ବର ମାସରେ ଆହୁତ ବୈଠକରେ କେନ୍ଦ୍ରାପଡ଼ା ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗ ନିର୍ବାହୀ ଅଧିକାରୀ ଏବଂ କେନ୍ଦ୍ରାପଡ଼ା ଏଡିଏମଙ୍କୁ ବୈଠକକୁ ଡକାଯାଇ ସେମାନଙ୍କ ସ୍ଵାକ୍ଷର କରାଯାଇଥିଲା ଯାହାକି ମନିଟରିଂ କମିଟି ପ୍ରତି କଠୋର ଅପମାନ ବୋଲି କହିଛନ୍ତି ଶ୍ରୀକାନ୍ତ। IIT ହାଇଦ୍ରାବାଦ ରିପୋର୍ଟ ନାଁରେ ମିଛ ରିପୋର୍ଟ ପ୍ରକାଶିତ କରାଯାଇ ୨୦୨୦ ମସିହା ଦୈନିକ ଇଂରାଜୀ ଖବରକାଗଜରେ ପ୍ରକାଶିତ ଏକ ସମ୍ବାଦକୁ ନେଇ ମିଛ କାହାଣୀ ଲେଖାଯାଇଥିବା ଅଭିଯୋଗ କରିଛନ୍ତି ଶ୍ରୀକାନ୍ତ।

ସେହିପରି ଭିତରକନିକା ହେଉଛି ମା ଆଉ ମା ପାଇଁ ଦରକାର ପଡ଼ିଲେ ଅନଶନରେ ଜୀବନ ଉତ୍ସର୍ଗ କରିବାକୁ ପ୍ରସ୍ତୁତ ବୋଲି ଛଳଛଳ ଆଖିରେ କହିଛନ୍ତି ସଦସ୍ୟ । ଅନ୍ୟପକ୍ଷରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଆଲୋଚନା ପାଇଁ ଶ୍ରୀକାନ୍ତଙ୍କୁ ଡକାଯାଇଥିବା କହିଛନ୍ତି । ଗୋଟିଏ ପଟେ ଭିତରକନିକା ଜୈବ ବିବିଧତା ନଷ୍ଟ ହେବା ଅଭିଯୋଗ ଅନ୍ୟପଟେ ପ୍ରଶାସନିକ ମେଗା ପ୍ରକଳ୍ପ ନିର୍ମାଣ ମଧ୍ୟରେ କାହାର ଜୟ ଓ କାହାର ପରାଜୟ ହେବ ସେନେଇ ସମସ୍ତଙ୍କ ନଜର ରହିଥିବାବେଳେ ବିଶ୍ବରେ ବିରଳ ଏହି ଭିତରକନିକା ଜାତୀୟ ଉଦ୍ୟାନର ରକ୍ଷା ପାଇଁ ସାରା ରାଜ୍ୟରୁ ପ୍ରତିବାଦର ସ୍ବର ଦୃଢ଼ ହେବାରେ ଲାଗିଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.