ETV Bharat / state

ବନବିଭାଗର ଦୋମୁହାଁ ନୀତି, ବଡ଼ବଡ଼ିଆଙ୍କ ପାଇଁ ଖୋଲା ଭିତରକନିକା

author img

By

Published : Jan 3, 2022, 6:48 AM IST

ରାଜନଗର ବନବିଭାଗ ଦୋମୁହାଁ ନୀତି ଆପଣାଉଥିବା ଅଭିଯୋଗ ହୋଇଛି । ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ଥିବା ସମୟରେ ବୁଲିଲେ ପର୍ଯ୍ୟଟକ । ଅଧିକ ପଢ଼ନ୍ତୁ

bhitarakanika administration allegedly given permission illegally  to tourists to take tour of the National park
ବନବିଭାଗର ଦୋମୁହାଁ ନୀତି, ବଡ଼ବଡ଼ିଆଙ୍କ ପାଇଁ ଖୋଲା ଭିତରକନିକା

କେନ୍ଦ୍ରାପଡ଼ା: ରାଜନଗର ବନବିଭାଗର ଦୋମୁହାଁ ନୀତି ଆପଣାଉଥିବା ଅଭିଯୋଗ ହୋଇଛି । ବିଶ୍ବ ପ୍ରସିଦ୍ଧ ଭିତରକନିକା ଜାତୀୟଉଦ୍ୟାନ କୁମ୍ଭୀର ଗଣନା ପାଇଁ ଆଜି(ରବିବାର)ଠାରୁ ୧୧ ତାରିଖ ପର୍ଯ୍ୟନ୍ତ ୧୦ଦିନ ଧରି ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରଖାଯାଇଛି । ଏହି ସମୟରେ କୌଣସି ପର୍ଯ୍ୟଟକ ଜାତୀୟ ଉଦ୍ୟାନ ମଧ୍ଯକୁ ପ୍ରବେଶ କରିପାରିବେ ନାହିଁ କି ଭିତରକନିକାରେ ନୌକା ବିହାର କରିପାରିବେ ନାହିଁ ବୋଲି ବନବିଭାଗ ନିର୍ଦ୍ଦେଶନାମା ଜାରି କରିଛି । କିନ୍ତୁ ଏହି ନିୟମର ଧଜିଆ ଉଡ଼ାଇଛି ନିଜେ ବନବିଭାଗ ।

ପେଣ୍ଠ ଇକୋରିଟ୍ରିଟ୍‌କୁ ଆସିଥିବା ଭିଆଇପି ପର୍ଯ୍ୟଟକଙ୍କୁ ଗୁପ୍ତ ପ୍ରବେଶ ପଥରୁ ବୋଟ ଯୋଗେ ଡାଙ୍ଗମାଳ କୁମ୍ଭୀର ପ୍ରଜନନ କେନ୍ଦ୍ରକୁ ନେଉଛି । ଭିତରେ ବୁଲିବା ପାଇଁ ଅନୁମତି ପ୍ରଦାନ କରିଛି । ରବିବାର ୧୨ ଜଣ ପର୍ଯ୍ୟଟକ ଆଜି ଭିତରକନିକାରେ ବୁଲୁଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ସାଧାରଣ ପର୍ଯ୍ଯଟକ ଏବଂ ପରିବେଶବିତଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି ।

ସଠିକ କୁମ୍ଭୀର ଗଣନା ନେଇ ବନବିଭାଗ କଡାକଡି ନିର୍ଦ୍ଦେଶ ଜାରି କରିଥାଏ । ଭିତରକନିକାକୁ ଦେଶ ବିଦେଶର ପର୍ଯ୍ୟଟକ ଆସି ନଫେରିବା ପାଇଁ ବନ୍ଦର ବହୁପୂର୍ବରୁ ବନ ବିଭାଗ ନୋଟିସ ଜାରି କରିଥାଏ । ନିୟମ ଲାଗୁ କରିଥିବା ବନବିଭାଗ ନିୟମର ଉଲଙ୍ଘନ କରି କିପରି ବନ୍ଦ ସମୟରେ ଭିଆଇପି ପର୍ଯ୍ୟଟକମାନଙ୍କୁ ଭିତରକନିକା ବୁଲାଇଲେ ତାହାକୁ ନେଇ ଉଠିଛି ବଡ ପ୍ରଶ୍ନ । ସେପଟେ ଏନେଇ ରାଜନଗର ବନବିଭାଗର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । କେଉଁ ପରିସ୍ଥିତିରେ ଓ କାହିଁକି ୧୨ ଜଣ ପର୍ଯ୍ୟଟକଙ୍କୁ ଭିତରକନିକାରେ ବୁଲିବାକୁ ଅନୁମତି ଦିଆଗଲା ତାହାର ତଦନ୍ତ ହେବାର ଆବଶ୍ୟକତା ଅଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.