ETV Bharat / state

କାର୍ଯ୍ୟାଦେଶ ଦେଇ ଠକିଦେଲା ପ୍ରଶାସନ, ଜିଲ୍ଲାପାଳଙ୍କୁ ଗୁହାରୀ - collectors-interference-for-home

ପଞ୍ଚାୟତ କାନ୍ଥରେ ଲେଖାଯାଇଛି ଆବାସ ଯୋଜନା ହିତାଧିକାରୀଙ୍କ ନାଁ, ମିଳିଛି କାର୍ଯ୍ୟାଦେଶ । ହେଲେ ମିଳୁନାହିଁ ଅର୍ଥ । ଅଧିକ ପଢନ୍ତୁ...

କାର୍ଯ୍ୟାଦେଶ ଦେଇ ଠକିଦେଲା ପ୍ରଶାସନ, ଜିଲ୍ଲାପାଳଙ୍କୁ ଗୁହାରୀ

author img

By

Published : Nov 17, 2020, 10:39 PM IST

କେନ୍ଦ୍ରାପଡ଼ା: ମହାକାଳପଡ଼ା ବ୍ଲକ ପଟଣା ଗ୍ରାମରେଦେଖିବାକୁ ମିଳିଛି ସରକାରୀ କାଗଜର ସାଙ୍ଘାତିକ ହେରଫେର । ଏହି ଗାଁର ୧୦ରୁ ଊର୍ଦ୍ଧ୍ବ ପରିବାରକୁ ଗତବର୍ଷ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯିବା ପରେ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା । ପକ୍କାଘର ତିଆରି ଆଶାରେ ହିତାଧିକାରୀମାନେ ନିଜେ ରହୁଥିବା ବାସସ୍ଥଳୀକୁ ଭାଙ୍ଗି ଆରମ୍ଭ କରିଥିଲେ ନିର୍ମାଣ କାର୍ଯ୍ୟ । କିଛି ହିତାଧିକାରୀ ପ୍ରଥମ କିସ୍ତିର ଟଙ୍କା ମଧ୍ୟ ପାଇଥିଲେ । କିନ୍ତୁ କାମ ଆରମ୍ଭ ହେବାମାତ୍ରେ ପଡିଥିଲା ଚଡ଼କ । ଏହା ଦେବୋତ୍ତର ଜମି, ତେଣୁ ଟଙ୍କା ମିଳିବ ନାହିଁ ଏବଂ ଯାହା ଟଙ୍କା ନେଇଛ ତାକୁ ଫେରାଅ ବୋଲି କହିଥିଲେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ।

କାର୍ଯ୍ୟାଦେଶ ଦେଇ ଠକିଦେଲା ପ୍ରଶାସନ, ଜିଲ୍ଲାପାଳଙ୍କୁ ଗୁହାରୀ
ତେବେ ବାପ ଅଜା ଅମଳ ସାତପୀଢିର ଏହି ସ୍ଥାନରେ ଘର କରି ରହିଆସୁଥିବା ତଥା ୨୦୧୩ ମସିହା ପର୍ଯ୍ୟନ୍ତ ଉକ୍ତ ସ୍ଥାନର ଖଜଣା ଦେଇ ଆସୁଥିବା ଲୋକଙ୍କୁ ଦେବୋତ୍ତର ବିଭାଗ ପକ୍ଷରୁ ୫୦ ବର୍ଷର ଖଜଣା ଦାବି କରାଯାଉଥିବାରୁ ଏତେ ପରିମାଣର ଖଜଣା ଦେବାକୁ ଅସମର୍ଥ ଏଠାକାର ବାସିନ୍ଦା । ସେପଟେ ଏହି ଦେବୋତ୍ତର ଜମିରେ ପୁର୍ବରୁ ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକ୍କାଘର ଭଳି ଗୃହ ଆବଣ୍ଟନ କରାଯାଇ ଘର ନିର୍ମାଣ ଶେଷ ହୋଇଥିବା ବେଳେ ଏବେ ଏମାନଙ୍କ ପାଇଁ କଟକଣା କାହିଁକି ବୋଲି ଅଭିଯୋଗ ହୋଇଛି ।

ଏନେଇ ଉପ ଜିଲ୍ଲାପାଳ, ଘଟଣା ସମ୍ପର୍କରେ ମହାକାଳପଡ଼ା ତହସିଲଦାର ଓ ବିଡ଼ିଓଙ୍କ ସହ ଆଲୋଚନା କରି ମାମଲାର ସବିଶେଷ ତଥ୍ୟ ସଂଗ୍ରହ କରି ପଦକ୍ଷେପ ନେବେ ବୋଲି କହିଛନ୍ତି । ତେବେ ଆଗକୁ ଜିଲ୍ଲା ପ୍ରଶାସନ ତ ଅବଗତ ହେବ । କିନ୍ତୁ ସାତପୀଢିର ସମ୍ପତି ଉପରେ କି ପକ୍ଷକ୍ଷେପ ନିଆଯିବ । କେବଳ ନିଷ୍ପତିକୁ ହିଁ ଅପେକ୍ଷା ।

କେନ୍ଦ୍ରାପଡାରୁ ରାଦାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.