ETV Bharat / state

ଜି-20 ସମ୍ମିଳନୀରେ କେନ୍ଦ୍ରାପଡାର ମହିଳା ସରପଞ୍ଚ ଶିବାନୀ, ବିପର୍ଯ୍ୟୟ ମୁକାବିଲା ନେଇ ରଖିଲେ ମତ - ବତୀଘର ପଞ୍ଚାୟତର ସରପଞ୍ଚ ଶିବାନୀ ବିଜୁଳି

ଜି-20 ସମ୍ମିଳନୀରେ ବିପର୍ଯ୍ୟୟ ମୁକାବିଲା ନେଇ ମତ ରଖିଲେ ମତ କେନ୍ଦ୍ରାପଡାର ମହିଳା ସରପଞ୍ଚ ଶିବାନୀ

Batighar Sarpanch on G 20 summit
Batighar Sarpanch on G 20 summit
author img

By

Published : Mar 31, 2023, 12:45 PM IST

Batighar Sarpanch on G 20 summit

କେନ୍ଦ୍ରାପଡା: ଗୁଜୁରାଟର ଗାନ୍ଧୀନଗରରେ ଅନୁଷ୍ଠିତ ଜି-20 ସମ୍ମିଳନୀରେ କେନ୍ଦ୍ରାପଡାର ବତୀଘର ପଞ୍ଚାୟତର ସରପଞ୍ଚ ଶିବାନୀ ବିଜୁଳି। ଏହି ସମ୍ମିଳନୀରେ ସାମିଲ ହୋଇ ନିଜ ମତ ରଖିଛନ୍ତି ଶିବାନୀ । ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ତାଙ୍କର ପ୍ରୟାସ ସମ୍ପର୍କରେ ସେ ମତ ବକ୍ତବ୍ୟ କରିଛନ୍ତି । ଯାହା ଉପସ୍ଥିତ ଅଧିକାରୀ ମାନଙ୍କ ମନକୁ ଛୁଇଁଥିଲା । 1999 ମସିହା ମହାବାତ୍ୟା ସମ୍ପର୍କରେ କହିବା ସହ ଏଭଳି ଦୁର୍ବିପାକରେ କାହାର ପ୍ରାଣହାନି ନହେଉ ବୋଲି ସେ ମତ ରଖିଥିଲେ । ସେଦିନର ସେହି ମହାବାତ୍ୟାରେ ଦୁଇ ଭାଇଙ୍କୁ ହରାଇ ମୁକାବିଲା ପାଇଁ ପଣ କରିଥିଲେ ଶିବାନୀ ।

୧୯୯୯ ମହାବାତ୍ୟାରେ ଜଗତସିଂହପୁର ଜିଲ୍ଲାର ଏରସମା ଅଞ୍ଚଳ ସବୁଠୁ ଅଧିକ ପ୍ରଭାବିତ ହୋଇଥିଲା । ସେତେବେଳକୁ ଶିବାନୀ ମାତ୍ର ୩ ବର୍ଷ ବୟସର ଶିଶୁ ଥିଲେ । ତାଙ୍କ ଆଖି ଆଗରେ ତାଙ୍କର ଦୁଇଭାଇ ସମୁଦ୍ର ଜୁଆର ପାଣିରେ ଭାସିଯାଇ ମୃତ୍ୟୁବରଣ କରିଥିଲେ । ସୌଭାଗ୍ୟକୁ ବିଜୁଳି ବଞ୍ଚି ଯାଇଥିଲେ । ଦିନ ଚାଲି ଯାଇଥିଲେ ମଧ୍ୟ ସେଦିନର ଚିହ୍ନ ଆଜି ବି ଶିବାନୀଙ୍କ ମନରେ ରହିଛି । ମହାକାଳପଡ଼ାର ବଙ୍ଗଭାଷୀ ଅଞ୍ଚଳ ବତୀଘର ପଞ୍ଚାୟତରେ ଶିବାନୀ ବିବାହ କରିବା ପରେ ଗତ ୨୦୨୨ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ଭାବେ ବିଜୟ ଲାଭ କରିଥିଲେ । ଶିବାନୀ ସ୍ଥାନୀୟ ବିପର୍ଯ୍ୟୟ ଗୋଷ୍ଠୀ ପରିଚାଳନା କମିଟିର ସଭାନେତ୍ରୀ ଭାବରେ ବତୀଘର ଅଞ୍ଚଳରେ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ କାମ କରିଆସୁଛନ୍ତି l

ବାତ୍ୟା ସମୟରେ ଘରକୁ ଘର ବୁଲି ଲୋକମାନଙ୍କୁ ସଚେତନ କରାଇବା ସହ ସମୁଦ୍ର କୂଳରେ ରହୁଥିବା ଲୋକମାନଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରିବା, ମତ୍ସ୍ୟଜୀବୀ ମାନଙ୍କୁ ବାତ୍ୟା ସୂଚନା ମିଳିବା ମାତ୍ରେ ସମୁଦ୍ର ମଧ୍ୟକୁ ଯିବା ପାଇଁ ବାରଣ କରିବା ବିଜୁଳିଙ୍କର ଏକ ଅଭ୍ୟାସରେ ପରିଣତ ହୋଇଛି । ତେବେ ବିଜୁଳି ଭିଡିଓ କନଫରେନସିଂରେ ଉପସ୍ଥାପନ କରିଥିବା ସମସ୍ତ ବିଷୟକୁ ଭାରତରେ କାର୍ଯ୍ୟରତ ୟୁଏନଡିପିର ପ୍ରତିନିଧିଙ୍କ ନଜରକୁ ଆସିଥିଲା । ଯେଉଁଥିପାଇଁ ଶିବାନୀଙ୍କୁ ଜି-୨୦ ସମ୍ମିଳନୀରେ ଭାଗନେବା ପାଇଁ ମନୋନୀତ କରାଯାଇଥିଲା ।

ବିଜୁଳି, ଗାନ୍ଧୀନଗର ଯିବା ଆଗରୁ ସ୍ଥାନୀୟ ବିଧାୟକ ତଥା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ସାକ୍ଷାତ କରି ବାହାରିଥିବା ବେଳେ ଜି-20 ସମ୍ମିଳନୀରେ ତାଙ୍କର ବକ୍ତବ୍ୟ ଉପସ୍ଥିତ ଅଧିକାରୀ ମାନଙ୍କ ମନକୁ ଛୁଇଁଥିଲା । ସେଦିନ ପ୍ରକୃତିର ତାଣ୍ଡବ ଆଗରୁ ବଞ୍ଚି ଯାଇଥିବା ବିଜୁଳି ଆଜି କେନ୍ଦ୍ରାପଡା ଜିଲ୍ଲାର ବିପର୍ଯ୍ୟୟ ମୁକାବିଲା ପାଇଁ ରୋଲ ମଡେଲ ସାଜିଛନ୍ତି । ଯାହା ସେ ନିଜେ ମଧ୍ୟ ବିଶ୍ୱାସ କରି ପାରିନାହାନ୍ତି । ଗତବର୍ଷ ଡ଼ିସେମ୍ବର ୨୭ ତାରିଖରେ ଓସଡମା(OSDMA)ପକ୍ଷରୁ ଭୁବନେଶ୍ୱରର ସ୍ବସ୍ତି ପ୍ଲାଜ଼ା ଠାରେ ଆୟୋଜିତ ବିପର୍ଯ୍ୟୟ ପରିଚାଳନା କର୍ମଶାଳାରେ ଶିବାନୀ ଯୋଗଦେଇ ୧୯୯୯ ମହାବାତ୍ୟା ସମୟରେ ନିଜର ଅନୁଭୂତି ଉପସ୍ଥାପନ କରିଥିଲେ ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.