ETV Bharat / state

ପବିତ୍ର ବାରୁଣୀ ସ୍ନାନ, ସଙ୍ଗମରେ ବୁଡ଼ ପକାଇଲେ କ୍ଷୟ ହୁଏ ଜନ୍ମଜନ୍ମାନ୍ତର ପାପ - ବାରୁଣୀ ସ୍ନାନ ନ୍ୟୁଜ

ଦୀର୍ଘ ଦୁଇ ବର୍ଷ ପରେ ପର୍ବ ପର୍ବାଣୀରୁ ହଟିଛି କୋରୋନାର କଳା ବାଦଲ । ବାରୁଣୀ ଘାଟରେ ପ୍ରଥା ପାଳନ କଲେ ଶ୍ରଦ୍ଧାଳୁ । ଅଧିକ ପଢନ୍ତୁ

ପବିତ୍ର ବାରୁଣୀ ସ୍ନାନ, ସଙ୍ଗମରେ ବୁଡ଼ ପକାଇଲେ କ୍ଷୟ ହୁଏ ଜନ୍ମଜନ୍ମାନ୍ତର ପାପ

author img

By

Published : Mar 30, 2022, 7:50 PM IST

କେନ୍ଦ୍ରାପଡା: ପ୍ରସିଦ୍ଧ ବାରୁଣୀ ବୁଡ଼ ପାଇଁ ଚଳଚଞ୍ଚଳ ଇନ୍ଦୁପୁର ଅଞ୍ଚଳ । ତିନୋଟି ନଦୀର ସଙ୍ଗମ ସ୍ଥଳରେ ବୁଡ଼ ପକାଇ ମା' ଚଣ୍ଡୀଦେବୀଙ୍କୁ ଦର୍ଶନ କଲେ ଜନ୍ମ ଜନ୍ମାନ୍ତର ପାପତାପ କ୍ଷୟ ହେବା ସହ ମାନସିକ ପୂରଣ ହେବାର ଲୋକକଥା ରହିଛି । ଏଥିପାଇଁ ଏହି ବାରୁଣୀ ଘାଟକୁ ବିଭିନ୍ନ ସ୍ଥାନରୁ ଭକ୍ତଙ୍କ ସୁଅ ଛୁଟୁଛି । ନଦୀର ଗୋଟିଏ ପାର୍ଶ୍ଵରେ ମା' ଚଣ୍ଡୀଦେବୀ ଓ ଅନ୍ୟପଟେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ ଦର୍ଶନ ପାଇଁ କାହିଁ କେତେ ବ୍ୟାକୁଳ ଭକ୍ତ ମନ ।

ପବିତ୍ର ବାରୁଣୀ ସ୍ନାନ, ସଙ୍ଗମରେ ବୁଡ଼ ପକାଇଲେ କ୍ଷୟ ହୁଏ ଜନ୍ମଜନ୍ମାନ୍ତର ପାପ

ଚୈତ୍ର ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିରେ ଅନୁଷ୍ଠିତ ହୋଇଥାଏ ମା' ଚଣ୍ଡୀଦେବୀଙ୍କ ବାରୁଣୀ ସ୍ନାନ । ଏହିଦିନ ପ୍ରାତଃ ସମୟ ଅର୍ଥାତ ରାତ୍ରର ଚତୁର୍ଥ ପ୍ରହରରେ କେନ୍ଦ୍ରାପଡା ଇନ୍ଦୁପୁର ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା' ଚଣ୍ଡୀଙ୍କ ପାଇଁ ନିକଟସ୍ଥ ତିନି ନଦୀର ସଙ୍ଗମ ସ୍ଥଳରୁ ପାଣି ଅଣାଯାଇ ମା'ଙ୍କୁ ସ୍ନାନ କରାଯିବା ପରେ ଭକ୍ତ ଓ ଶ୍ରଦ୍ଧାଳୁ ପକାଇଥାନ୍ତି ପବିତ୍ର ବାରୁଣୀ ବୁଡ଼ । ବ୍ରାହ୍ମଣୀ, ବିରୂପା ଓ କେଲୁଅ ଭଳି ପବିତ୍ର ନଦୀର ସଙ୍ଗମ ସ୍ଥଳରେ ବୁଡ଼ ପକାଇଲେ ସମସ୍ତ ପାପ ନାଶ ହେବା ସହ ମାନସିକ ପୂରଣ ହୋଇଥାଏ ବୋଲି ବିଶ୍ବାସ ରହୁଛି । କେବଳ ଏତିକି ନୁହେଁ, ସଙ୍ଗମ ସ୍ଥଳରେ ବିବାହ ମୁକୁଟ ଏବଂ ପଉଡ଼ ମଶିଣାକୁ ବିସର୍ଜନ କରିବା ପାଇଁ କାହିଁ କେତେଦୂରରୁ ଲୋକେ ଆସିଥାନ୍ତି ।

ଦୀର୍ଘ ଦୁଇବର୍ଷ କାଳ କୋଭିଡ ମହାମାରୀ ପାଇଁ ଏହି ସଙ୍ଗମ ସ୍ଥଳରେ ଭକ୍ତଙ୍କ ବୁଡ଼ ପକାଇବା ବାରଣ ଥିବାବେଳେ ଚଳିତ ଥର କୋଭିଡ କଟକଣା କୋହଳ ହୋଇଛି । ଫଳରେ ଚଳିତ ଥର ଅଧିକ ଜନ ସମାଗମ ଦେଖିବାକୁ ମିଳିଛି । ସେପଟେ ଗହଳିକୁ ଦୃଷ୍ଟିରେ ରଖି ଗହିରିଆ ଓ କୁମ୍ଭୀରପୂର୍ଣ୍ଣ ନଦୀଗୁଡିକର ଏହି ସଙ୍ଗମ ସ୍ଥଳରେ ବିଭିନ୍ନ ସଚେତନତା ବାର୍ତ୍ତା ଲେଖାଯିବା ସହ ମହିଳା ଓ ପୁରୁଷମାନଙ୍କ ପାଇଁ ଭିନ୍ନ ଭିନ୍ନ ସ୍ଥାନରେ ବୁଡ଼ ପକାଇବା ପାଇଁ ବ୍ୟବସ୍ଥା କରାଯାଇଛି ।

ଏଥିସହ ସ୍ଥାନୀୟ ଲୋକ ପ୍ରତିନିଧି ଏହି ସ୍ନାନ ଘାଟର ସମ୍ପୂର୍ଣ୍ଣ ଭାବେ ସ୍ବେଚ୍ଛାସେବୀଙ୍କୁ ନେଇ ଲକ୍ଷ୍ୟ ରଖି ଥିବାବେଳେ ସୁରକ୍ଷା ଦୃଷ୍ଟିକୋଣରୁ ଅଗ୍ନିଶମ ବିଭାଗ ପକ୍ଷରୁ ଏକ ବୋଟ ସମେତ ଲାଇଫ ସପୋର୍ଟ ଜ୍ୟାକେଟ ମଧ୍ୟ ମହଜୁଦ ରଖାଯାଇଛି । ପୋଲିସ ପ୍ରଶାସନ ପକ୍ଷରୁ ଏହି ପବିତ୍ର ବାରୁଣୀ ସ୍ନାନ ଓ ମେଳା ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିବା କହିଛନ୍ତି ପଟ୍ଟାମୁଣ୍ଡାଇ ଏସଡିପିଓ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.