ETV Bharat / state

ମନ୍ଦିର ବେଢାରେ ସମାପ୍ତ ହେଲା ବଳଦେବଜୀଉଙ୍କ ଘୋଷଯାତ୍ରା

author img

By

Published : Jul 12, 2021, 10:44 PM IST

କେନ୍ଦ୍ରାପଡାରେ ଗଡ଼ିଲାନି ବ୍ରହ୍ମ ତାଳଧ୍ବଜ ହେଲେ ସମାପନ ହେଲା ଘୋଷଯାତ୍ରାର ନୀତିକାନ୍ତି । ଅଧିକ ପଢନ୍ତୁ...

ମନ୍ଦିର ବେଢାରେ ସମାପ୍ତ ହେଲା ବଳଦେବ ଜୀଉଙ୍କ ଘୋଷଯାତ୍ରା

କେନ୍ଦ୍ରାପଡା: ଗଡ଼ିଲାନି ବ୍ରହ୍ମ ତାଳଧ୍ବଜ ହେଲେ ସମାପନ ହେଲା ଘୋଷଯାତ୍ରାର ନୀତିକାନ୍ତି । ପୂର୍ବ ସୂଚନା ମୁତାବକ ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ଘୋଷଯାତ୍ରାରେ ସାମାନ୍ୟ ବିଳମ୍ବ ହୋଇଥିଲେ ମଧ୍ୟ ସେବାୟତ ମାନଙ୍କ ଦ୍ବାରା ରତ୍ନ ସିଂହାସନରୁ ମାଉସୀ ଶ୍ରୀଗୁଣ୍ଡିଚା(ଜଗମୋହନ)କୁ ବିଜେ କରିଛନ୍ତି ପ୍ରଭୁ ବଳଦେବଜୀଉଙ୍କ ସହ ସୁନାନାକୀ ମା'ସୁଭଦ୍ରା, ଛଳିଆ ଠାକୁର ଶ୍ରୀ ଜଗନ୍ନାଥ ଓ ଶ୍ରୀ ସୁଦର୍ଶନ ।

ଅପରାହ୍ନରେ ମଙ୍ଗଳାର୍ପଣ, ସେନାପଟା ସହ ଭେଟି କାର୍ଯ୍ୟ ସେବାୟତ ମାନଙ୍କ ଦ୍ଵାରା ଶେଷ ହେବା ପରେ ସାଢ଼େ ୫ଟା ସମୟରେ ଛେରା ପହଁରା ପରେ ଜଗମୋହନ(ପ୍ରତୀକାତ୍ମକ ଗୁଣ୍ଡିଚା ମନ୍ଦିର)କୁ ପହଣ୍ଡି ହୋଇ ବିଜେ କରିଥିଲେ ବଡ଼ ଠାକୁର । ସନ୍ଧ୍ୟା ୭ଟା ସମୟରେ ମହାପ୍ରଭୁଙ୍କ ରଥାରୂଢ ଦୃଶ୍ୟ ଶେଷ ହେବା ପରେ ରଥ ଉପରର ସମସ୍ତ ନୀତିକାନ୍ତି ସମାପିତ ହୋଇଛି ।

ତେବେ କୋଭିଡ ମହାମାରୀ ଜନିତ ସଂକ୍ରମଣ ବୃଦ୍ଧି ନହେବା ଏବଂ ଭକ୍ତଶୂନ୍ୟ ରଥଯାତ୍ରା ପାଇଁ ଦ୍ଵିତୀୟ ଥର ବଳଦେବଜୀଉ ମନ୍ଦିର ଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଥିବାରୁ ଭକ୍ତମାନେ ଦୂରରୁ ଥାଇ ମହାବାହୁଙ୍କୁ ମନ ମଧ୍ୟରେ ପ୍ରଣିପାତ କରିଛନ୍ତି । ଗତବର୍ଷ ସ୍ନାନ ମଣ୍ଡପକୁ ରଥ ବିବେଚନା କରାଯାଇଥିବା ବେଳେ ସେଠାରେ ଦକ୍ଷିଣାୟନ ପାଇଁ ସୁବିଧା ହୋଇପାରି ନଥିବା କାରଣରୁ ଚଳିତ ବର୍ଷ ରାଜ୍ୟ ସରକାରଙ୍କ ନିୟମାନୁଯାୟୀ ମନ୍ଦିର ବେଢ଼ା ମଧ୍ୟରେ ହିଁ ରଥଯାତ୍ରା ନୀତିକାନ୍ତି ସମାପ୍ତ ହୋଇଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.