ETV Bharat / state

ଖରସ୍ରୋତା ପାନୀୟ ଜଳ ପ୍ରକଳ୍ପ ବିରୋଧକୁ ବୈଜୟନ୍ତଙ୍କ ସମର୍ଥନ - ବୈଜୟନ୍ତ ପଣ୍ଡା ଖବର

ଖରସ୍ରୋତା ନଦୀରେ ନିର୍ମାଣାଧିନ ପାନୀୟ ଜଳ ପ୍ରକଳ୍ପ ବିରୋଧକୁ ସମର୍ଥନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ଅଧିକ ପଢ଼ନ୍ତୁ...

ଖରସ୍ରୋତା ପାନୀୟ ଜଳ ପ୍ରକଳ୍ପ ବିରୋଧକୁ ବୈଜୟନ୍ତଙ୍କ ସମର୍ଥନ

author img

By

Published : Aug 31, 2021, 8:28 PM IST

କେନ୍ଦ୍ରାପଡ଼ା: ଖରସ୍ରୋତା ନଦୀରେ ନିର୍ମାଣାଧିନ ପାନୀୟ ଜଳ ପ୍ରକଳ୍ପ ବିରୋଧକୁ ସମର୍ଥନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ରାଜ୍ୟ ସରକାର ସ୍ଥାନୀୟ ଲୋକମାନଙ୍କ ସହିତ ଆଲୋଚନା ନକରି ଅପ୍ରତ୍ୟାଶିତ ଭାବରେ ଏହି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ଲୋକମାନଙ୍କୁ ଡରାଇ ଧମକାଇ ଏବଂ ମିଛ ମାମଲା ରୁଜୁ କରି ଭୟଭୀତ କରିବାକୁ ନିନ୍ଦା କରିଛନ୍ତି ବୈଜୟନ୍ତ ।

ଖରସ୍ରୋତା ପାନୀୟ ଜଳ ପ୍ରକଳ୍ପ ବିରୋଧକୁ ବୈଜୟନ୍ତଙ୍କ ସମର୍ଥନ

ଏହି ପରିପ୍ରେକ୍ଷୀରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଆଜି କେନ୍ଦ୍ରାପଡ଼ା ଗସ୍ତ କରିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାର ଆରାଧ୍ୟ ପ୍ରଭୁ ବଳଦେବଜୀଉଙ୍କ ଦର୍ଶନ କରିବା ପରେ ରାଜକନିକାର ବରୁଣାଡିହା ପଞ୍ଚାୟତ ଖରସ୍ରୋତା ନଦୀରେ ନିର୍ମାଣାଧିନ ପାନୀୟ ଜଳ ପ୍ରକଳ୍ପ ସ୍ଥାନ ବୁଲି ଦେଖିଥିଲେ ବୈଜୟନ୍ତ । ଯେଉଁ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି ତାହା ଅସାମ୍ବିଧାନିକ । ଜିଲ୍ଲାବାସୀଙ୍କ ଦାବିକୁ ମାନି ଏଠାରେ ବ୍ୟାରେଜ ନିର୍ମାଣ କରିବା ଆବଶ୍ୟକ ବୋଲି କହିଛନ୍ତି ବୈଜୟନ୍ତ ।

ଭିତରକନିକା ଜାତୀୟ ଉଦ୍ୟାନକୁ ସୁରକ୍ଷିତ ରଖିବା ରାଜ୍ୟ ସରକାରଙ୍କ କର୍ତ୍ତବ୍ୟ । ଏଥିରୁ ଦୁରେଇଯାଇ ସରକାର ଏକ ପ୍ରହସନ ପୂର୍ବକ ମିଛ ପ୍ରତିଶ୍ରୁତିର ସାହାରା ନେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ବୈଜୟନ୍ତ । ପ୍ରକଳ୍ପ ବିରୋଧରେ ରାଜ୍ୟ ଓ କେନ୍ଦ୍ର ସ୍ତରରେ ଦାବି ଉପସ୍ଥାପନ କରାଯିବ ବୋଲି ଆନ୍ଦୋଳନକାରୀଙ୍କୁ ପ୍ରତିଶୃତି ଦେଇଛନ୍ତି ବିଜେପି ରାଜ୍ୟ ଉପାଧ୍ୟକ୍ଷ । ଖରସ୍ରୋତା ନଦୀରୁ ପାଣି ନେବାରେ କୌଣସି ଅସୁବିଧା ନାହିଁ । ତେବେ ସଠିକ ଭାବେ ଆକଳନ କରି ଓ ସରକାରୀ ଭାବେ ଏଠାରେ ତଦନ୍ତ କରାଯାଇ ନିଷ୍ପତ୍ତି ନିଆଯାଉ ବୋଲି କହିଛନ୍ତି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ।

ସେପଟେ ଏହି ପ୍ରକଳ୍ପକୁ ବିରୋଧ କରି ପରିବେଶବିତ ଶ୍ରୀକାନ୍ତ ନାୟକ ୨୩ ଦିନ ହେଲା ଅନଶନରେ ବସିଛନ୍ତି । ତାଙ୍କୁ ଲୋକ ସମର୍ଥନ ମିଳୁଥିବାରୁ ତାଙ୍କୁ ଜୋର ଜବରଦସ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିବା ଅଭିଯୋଗ ହୋଇଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.