କେନ୍ଦ୍ରାପଡା: ବଳଦେବଜୀଉଙ୍କ ବାହୁଡ଼ା ଯାତ୍ରା ଅବସରରେ ଚଳଚଞ୍ଚଳ ହୋଇ ଉଠିଛି ତୁଳସୀକ୍ଷେତ୍ର । ମାଉସୀ ମା'ଙ୍କ ଘରେ 9 ଦିନ ରହି ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ଫେରିବେ ବଳଦେବଜୀଉ। ଶ୍ରୀଗୁଣ୍ଡିଚା ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି ।
ଶନିବାର ସକାଳେ ପହଡ଼ ଖୋଲା ଯାଇ ଜୟମଙ୍ଗଳା ଆଳତୀ, ନୀତିସ୍ନାନ ବଲ୍ଲଭ,ଖେଚୁଡ଼ି ଧୂପ,ସମସ୍ତ ନୀତିକାନ୍ତି କରାଯାଇଥିଲା । ପରେ ଶ୍ରଦ୍ଧାଳୁ ମାନଙ୍କ ଦ୍ୱାରା ରଥର ମୁଖ ପରିବର୍ତ୍ତନ କରାଯାଇଥିଲା। ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ବ୍ରହ୍ମତାଳଧ୍ୱଜ ଲାଗି କରାଯାଇଥିଲା । ଜନ୍ମବେଦୀରେ ମହାପ୍ରଭୁଙ୍କ ସେନାପଟା ଲାଗି କାର୍ଯ୍ୟ କରାଯିବା ପରେ ପହଣ୍ଡି ବିଜେ କରାଯାଇ ଶ୍ରୀଜିଉଙ୍କୁ ରଥାରୂଢ କରାଯାଇଛି । ରଥ ଉପରେ ମହାପ୍ରଭୁଙ୍କ ନୀତିକାନ୍ତି କରାଯାଇଥିବା ବେଳେ ଆଜି ପରମ୍ପରା ଅନୁଯାୟୀ ରଥ ଟଣାଯିବ ବୋଲି ସେବାୟତ କହିଛନ୍ତି ।
ଇଟିଭି ଭାରତ, କେନ୍ଦ୍ରାପଡ଼ା