ETV Bharat / state

ସମବାୟ ସଭାପତି ନିର୍ବାଚନ: ୨ ଗୋଷ୍ଠୀ ମୁହାଁମୁହିଁ, ପୋଲିସ ଉପରେ ଆକ୍ରମଣ

ସମବାୟ ସଭାପତି ନିର୍ବାଚନବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା । ମାଡ଼ ଖାଇଲେ ପୋଲିସ ଅଧିକାରୀ । ଅଧିକ ପଢନ୍ତୁ

author img

By

Published : Jul 8, 2022, 9:47 PM IST

ସମବାୟ ସଭାପତି ନିର୍ବାଚନ:୨ ଗୋଷ୍ଠୀ ମୁହାଁମୁହିଁ,ପୋଲିସ ଉପରେ ଆକ୍ରମଣ

କେନ୍ଦ୍ରାପଡା : ଜିଲ୍ଲା ବାରଡାଙ୍ଗ ପ୍ରାଥମିକ କୃଷି ସମବାୟ ସମିତିର ସଭାପତି ପଦ ପାଇଁ ଆଜି ଚାଲିଥିଲା ନିର୍ବାଚନ । ନିର୍ବାଚନ ବେଳେ ପୋଲିସ ଉପରେ ହୋଇଛି ଆକ୍ରମଣ। ଆକ୍ରମଣ ପରେ ଭୋ ଭୋ ହୋଇ କାନ୍ଦିଲେ ଥାନା ଅଧିକାରୀ । ଯାହା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ଅନୁସାରେ, ବାରଡାଙ୍ଗ ସେବା ସମବାୟ ସମିତି ନିର୍ଦ୍ଦେଶକଙ୍କ ମଧ୍ୟରେ ସଭାପତି ନିର୍ବାଚନ ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା । ପରେ ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀ ଉପରେ ଆକ୍ରମଣ କରିଥିଲା ।

ସମବାୟ ସମିତି ଗୃହର କବାଟ, ଝରକା ଓ ସେଠାରେ ଥିବା ଚେୟାର ଭାଙ୍ଗିବା ସହ ପୋଲିସ ହାତରୁ ବାଡି ଛଡାଇନେଇ ଅନ୍ୟ ଗୋଷ୍ଠୀ ଉପରେ ଆକ୍ରମଣ କରିଥିଲା ଗୋଟିଏ ଗୋଷ୍ଠୀ। ଆଉ ଏଥିରୁ ବର୍ତ୍ତି ନଥିଲା ପୋଲିସ । ଉପସ୍ଥିତ ପୋଲିସ କର୍ମଚାରୀଙ୍କ ଉପରେ ହଠାତ ଆକ୍ରମଣ କରିଥିଲା ଗୋଟିଏ ଗୋଷ୍ଠୀ! ଏହି ଆକ୍ରମଣରେ ଜମ୍ବୁ ସାମୁଦ୍ରିକ ଥାନାର ଏସଆଇ ରବିନ୍ଦ୍ର କୁମାର ଭଦ୍ର ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଏକ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଏନେଇ ସାମୁଦ୍ରିକ ଜମ୍ବୁ ଥାନା ଅଧିକାରୀ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.