ETV Bharat / state

ସତର ପର୍ଦ୍ଦାଫାଶ କରିବାରୁ ଜୀବିକା ମିଶନ ମ୍ୟାନେଜରଙ୍କୁ ଆକ୍ରମଣ! ଦୁଇ ଅଟକ

author img

By

Published : May 13, 2021, 1:45 PM IST

କେନ୍ଦ୍ରାପଡା ଜିଲ୍ଲାରେ ଗତକାଲି ବିଳମ୍ବିତ ରାତିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ସରକାରୀ ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଅଧିକ ପଢନ୍ତୁ...

ସତର ପର୍ଦ୍ଦାଫାଶ କରିବାରୁ ଜୀବିକା ମିଶନ ମ୍ୟାନେଜରଙ୍କୁ ଆକ୍ରମଣ! ଦୁଇ ଅଟକ
ଦୁଇ ଅଟକ

କେନ୍ଦ୍ରାପଡା: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବ୍ୟକ୍ତିଙ୍କ ଉପରକୁ ମରଣାନ୍ତକ ଆକ୍ରମଣ । କେନ୍ଦ୍ରାପଡା ଜିଲ୍ଲାରେ ଗତକାଲି ବିଳମ୍ବିତ ରାତିରେ ଜଣେ ସରକାରୀ ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି ।

ସତର ପର୍ଦ୍ଦାପାଶ କରିବାରୁ ଜୀବିକା ମିଶନ ମ୍ୟାନେଜରଙ୍କୁ ଆକ୍ରମଣ

ସୂଚନାଅନୁସାରେ, ଜଣେ ସରକାରୀ ଅଧିକାରୀଙ୍କୁ ବିଡିଓ ସାର ଓ ଆଇଆଇସି ସାର ଡାକୁଛନ୍ତି କହି ଘରୁ ଡାକି ଯୁବକଙ୍କୁ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ରାଜନଗର ବ୍ଲକ ଜୀବିକା ମିଶନର ବିପିଏମ ରଶ୍ମିରଞ୍ଜନ ଦାସ ।

ରଶ୍ମିରଞ୍ଜନଙ୍କୁ ପ୍ରଥମେ ଗୁରୁତର ଅବସ୍ଥାରେ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ସ୍ବାସ୍ଥ୍ୟବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ରାଜନଗର ଥାନାରେ ରଶ୍ମିରଂଜନଙ୍କ ସ୍ତ୍ରୀ ଏକ ଲିଖିତ ଅଭିଯୋଗ କରିବା ପରେ ରାଜନଗର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଘଟଣାରେ ପୋଲିସ ଦୁଇଜଣଙ୍କୁ ଅଟକ ରଖିଥିବା ସୂଚନା ମିଳିଛି । ଅଭିଯୋଗ ଅନୁଯାୟୀ କିଛି ଦିନତଳେ ବନ୍ଧପଡା ପଞ୍ଚାୟତର MBK ଜଣଙ୍କ ସ୍ବୟଂ ସହାୟକ ଗୋଷ୍ଠୀର ଅର୍ଥ ହେରଫେର ଘଟଣାକୁ ନେଇ ତଦନ୍ତ କରିଥିଲେ ରଶ୍ମି । ଏଥିପାଇଁ ଏମବିକେ ଜଣଙ୍କ କାର୍ଯ୍ୟରୁ ନିଲମ୍ବିତ ହୋଇଥିଲେ । ସେହି ରାଗ ରଖି ଏମବିକେ ରଶ୍ମିଙ୍କ ଉପରକୁ ଆକ୍ରମଣ କରିଥାଇ ପାରନ୍ତି ବୋଲି ଅନୁମାନ କରଯାଉଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.