ETV Bharat / state

କ୍ବାରେଣ୍ଟାଇନରେ ଥିବା ପରିବାର ପାଇଁ ଆଶାର କିରଣ, ଆଶାକର୍ମୀ ଶୈଳବାଳା

ସାରା ବିଶ୍ବ ଚିନ୍ତାର କାରଣ ସାଜିଛି କୋରୋନା ମହାମାରୀ । ଏମିତିରେ ନିଃସ୍ବାର୍ଥପର ସେବା କରି ଏକ ସଙ୍ଗରୋଧ ପରିବାର ପାଇଁ ଆଶାର କିରଣ ପାଲଟିଛନ୍ତି କେନ୍ଦ୍ରାପଡାର ଶୈଳବାଳା ସାହୁ ।

author img

By

Published : May 2, 2020, 9:03 PM IST

Updated : May 3, 2020, 3:39 PM IST

kendrapara latest news, asha karmi in kendrapara, covid-19 in kendrapara, ashakarmi sailabala sahoo, କେନ୍ଦ୍ରାପଡା ଲାଟେଷ୍ଟ ନ୍ୟୁଜ୍‌, କେନ୍ଦ୍ରାପଡାରେ ଆଶାକର୍ମୀ, କେନ୍ଦ୍ରାପଡାରେ କୋଭିଡ-19, ଆଶାକର୍ମୀ ଶୈଳବାଳା ସାହୁ
କ୍ବାରେଣ୍ଟାଇନରେ ଥିବା ପରିବାର ପାଇଁ ଆଶାର କିରଣ, ଆଶାକର୍ମୀ ଶୈଳବାଳା

କେନ୍ଦ୍ରାପଡା: ସାରା ବିଶ୍ବ ଚିନ୍ତାର କାରଣ ସାଜିଛି କୋରୋନା ମହାମାରୀ । ଏହି ମାରାତ୍ମକ ସଂକ୍ରମଣରୁ ବଞ୍ଚିବା ପାଇଁ ସାମାଜିକ ଦୂରତା ଓ ସ୍ବଚ୍ଛତା ଉପରେ ବିଶେଷ ଗୁରୁତ୍ବ ଦିଆଯାଉଥିବା ବେଳେ କୋରୋନାକୁ ମୂଳପୋଛ କରିବା ପାଇଁ ଦିନରାତି ଏକ କରି ଦେଇଛନ୍ତି ବୈଜ୍ଞାନିକ ଓ ଡାକ୍ତର । ବିଶେଷ କରି କୋରୋନା ସଂକ୍ରମଣକୁ ରୋକିବା ପାଇଁ ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ଆଶାକର୍ମୀ ଓ ଅଙ୍ଗନବାଡି କର୍ମୀମାନେ ସାଜିଛନ୍ତି ବୀର ଯୋଦ୍ଧା । ନିଜ ପରିବାର ଓ ନିଜ ସ୍ବାସ୍ଥ୍ୟକୁ ବାଜିରେ ଲଗାଇ ଏମାନେ ଅବିରତ ସମାଜରେ ସେବାରେ ବ୍ରତୀ । ଏମିତିରେ ନିଃସ୍ବାର୍ଥପର ସେବା କରି ଏକ ସଙ୍ଗରୋଧ ପରିବାର ପାଇଁ ଆଶାର କିରଣ ପାଲଟିଛନ୍ତି କେନ୍ଦ୍ରାପଡାର ଶୈଳବାଳା ସାହୁ ।

ସ୍ଥାନୀୟ ଗରଦପୁର ବ୍ଲକ ବେଡାରୀ ଗ୍ରାମର ଆଶାକର୍ମୀ ଶୈଳବାଳା ସାହୁ । କୋରୋନା ବିପତ୍ତି ସମୟରେ ନିଜ ଦାୟିତ୍ବକୁ ବେଶ ଭଲ ଭାବେ ବୁଝିଛନ୍ତି ସେ । ଗତ ଏପ୍ରିଲ 16 ତାରିଖରେ ଭୁବନେଶ୍ବରର ଏକ ପରିବାର ତାଙ୍କ ଗ୍ରାମକୁ ଫେରିଥିବା ବେଳେ ବର୍ତ୍ତମାନ ଏହି ପରିବାର ହୋମ କ୍ବାରେଣ୍ଟାଇନରେ ରହିଛି । ସେପଟେ ସଙ୍ଗରୋଧ ହେବାରୁ ବାହାରକୁ ଯାଇ ରାସନ ଆଣିବା ତ ଦୂର କଥା ଘରୁ ବାହାରିବା ମଧ୍ୟ ଏହି ପରିବାର ପାଇଁ ଅସମ୍ଭବ ହୋଇ ପଡିଛି । ଏହି ପରିବାରକୁ ସାହାଯ୍ୟ କରିବା ପାଇଁ ଆଉ କେହି ନଥିବା ବେଳେ ସ୍ଥାନୀୟ ପାଟକୁରା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତରୀ ଟିମ ଗ୍ରାମବାସୀଙ୍କୁ ସାହାଯ୍ୟ ସହଯୋଗ ପାଇଁ ବୁଝାଇଥିଲେ । ତଥାପି ସ୍ଥିତିରେ ସୁଧାର ନଆସିବାରୁ ସହଯୋଗର ହାତ ବଢାଇଛନ୍ତି ଆଶାକର୍ମୀ ଶୈଳବାଳା ।

ଦୈନନ୍ଦିନ ନିଜ ଘରର କାମ ସାରି ସେ ଏହି ପରିବାର ପାଖରେ ପହଞ୍ଚିଯାଆନ୍ତି । ଆଉ ତା’ପରେ ଘର ଝାଡୁ କରିବାଠାରୁ ଆରମ୍ଭ କରି ପରିବାର ପାଇଁ ଗାଧୋଇବା ପାଇଁ ପାଣି ଓ ରାସନ ସହ ଖାଦ୍ୟ ସାମଗ୍ରୀ ପହଞ୍ଚାଇ ଦିଅନ୍ତି ସେ । ବର୍ତ୍ତମାନ ସମୟରେ ପରିବାରଟି ହୋମ କ୍ବାରେଣ୍ଟାଇନରେ ଥିବାରୁ ଏମାନଙ୍କୁ ସାହାଯ୍ୟ କରି ନିଜ ପରିବାର ତଥା ସମାଜକୁ ସୁରକ୍ଷିତ ରଖୁଥିବା ପ୍ରକାଶ କରିଛନ୍ତି ଶୈଳବାଳା । ଆଉ ତାଙ୍କର ଏହି ନିଃସ୍ବାର୍ଥ ସେବା ପାଇଁ ଆଜି ସେ ପାଲଟିଛନ୍ତି ସଭିଙ୍କ ପ୍ରିୟ ‘ଗାଁର ଗଉରୀ ନାନୀ’ ।

ଶୈଳବାଳାଙ୍କ ସେବା ଦେଖି କେନ୍ଦ୍ରାପଡା ଉପଜିଲ୍ଲାପାଳ ବେଶ ଖୁସି ହେବା ସହ ଜିଲ୍ଲାର ସମସ୍ତ ସ୍ବାସ୍ଥ୍ୟକର୍ମୀ ଏହିପରି ନିଜ ଦାୟିତ୍ବ ପାଳନ କରି ସମାଜକୁ ରକ୍ଷା କରନ୍ତୁ ବୋଲି ଆଶା ପୋଷଣ କରିଛନ୍ତି ଜିଲ୍ଲାପାଳ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : May 3, 2020, 3:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.