ETV Bharat / state

ଆନ୍ଧ୍ରପ୍ରଦେଶ ରାଜ୍ୟପାଳଙ୍କ ସହାୟତା: କେନ୍ଦ୍ରାପଡା ଫେରୁଛନ୍ତି ନିର୍ଯ୍ୟାତିତା ଯୁବତୀ ଓ ମହିଳା - ଆନ୍ଧ୍ରପ୍ରଦେଶ ରାଜ୍ୟପାଳ

ଆନ୍ଧ୍ରପ୍ରଦେଶର ଏକ ଚିଙ୍ଗୁଡ଼ି କମ୍ପାନୀରେ କାମକରି ନିର୍ଯ୍ୟାତନାର ଶିକାର ହେଉଥିବା ଯୁବତୀ ଓ ମହିଳାଙ୍କୁ ସହାୟତା କଲେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ।ରାଜ୍ୟପାଳଙ୍କ ନିର୍ଦ୍ଦେଶ ପରେ ପୋଲିସ ଓ ପ୍ରଶାସନକୁ ଚଢ଼ାଉ କରି ନିର୍ଯାତିତା ମାନଙ୍କୁ ଉଦ୍ଧାର କରି ପଠାଇଛନ୍ତି । ଅଧିକ ପଢନ୍ତୁ...

andhra governor helping Abused young women and women return to Kendrapara
ଆନ୍ଧ୍ରପ୍ରଦେଶ ରାଜ୍ୟପାଳଙ୍କ ସହାୟତା:କେନ୍ଦ୍ରାପଡା ଫେରୁଛନ୍ତି ନିର୍ଯ୍ୟାତିତା ଯୁବତୀ ଓ ମହିଳା
author img

By

Published : Mar 24, 2021, 10:02 AM IST

କେନ୍ଦ୍ରାପଡା: ଆନ୍ଧ୍ରପ୍ରଦେଶ ରାଜ୍ୟପାଳଙ୍କ ସହାୟତା କେନ୍ଦ୍ରାପଡା ଫେରୁଛନ୍ତି ନିର୍ଯ୍ୟାତିତା ଯୁବତୀ ଓ ମହିଳା । ଆନ୍ଧ୍ରପ୍ରଦେଶର ଏକ ଚିଙ୍ଗୁଡ଼ି କମ୍ପାନୀରେ କାମ କରାଇଦେବାକୁ କହି ୨୦ରୁ ଉର୍ଦ୍ଧ୍ଵ ଯୁବତୀଙ୍କୁ ନେଇ ସେଠାରେ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇଥିଲା। ଏନେଇ ଯୁବତୀଙ୍କ ପରିବାର କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ସହାୟତା ଲୋଡିଥିବା ବେଳେ ସ୍ଥାନୀୟ ଜଣେ ବାସିନ୍ଦା ଆନ୍ଧ୍ରପ୍ରଦେଶ ରାଜ୍ୟପାଳଙ୍କ ସହାୟତା ଭିକ୍ଷା କରିଥିଲେ।

ଆନ୍ଧ୍ରପ୍ରଦେଶ ରାଜ୍ୟପାଳଙ୍କ ସହାୟତା:କେନ୍ଦ୍ରାପଡା ଫେରୁଛନ୍ତି ନିର୍ଯ୍ୟାତିତା ଯୁବତୀ ଓ ମହିଳା

ଅଭିଯୋଗ ଅନୁଯାୟୀ, ଆନ୍ଧ୍ରପ୍ରଦେଶର ରାଜମେହନ୍ଦ୍ରି ଜିଲ୍ଲା ଫାଲକୁଲରେ ଥିବା ସନ୍ଧ୍ୟା ମେରାଇନ କମ୍ପାନୀରେ କାମ କରାଇଦେବାକୁ କହିଥିଲେ । ଆଳି ଅଞ୍ଚଳର ଠିକାଦାର ବୀରକିଶୋର ମଲିକ ପଟ୍ଟାମୁଣ୍ଡାଇ ଅଞ୍ଚଳର ୨୦ରୁ ଉର୍ଦ୍ଧ୍ଵ ମହିଳା ଓ ଯୁବତୀଙ୍କୁ ସୁଦୂର ଆନ୍ଧ୍ରପ୍ରଦେଶ ନେଇଯାଇଥିଲେ। ସେଠାରେ ପହଁଞ୍ଚିବା ପରେ ପ୍ରତିଶ୍ରୁତି ମୁତାବକ ପାରିଶ୍ରମିକ ଦିଆଯାଉନଥିବା ବେଳେ ୧୨ ଘଣ୍ଟା ପର୍ଯ୍ୟନ୍ତ ଶାରୀରିକ ପରିଶ୍ରମ କରିବାକୁ ବାଧ୍ୟ କରାଯାଉଥିଲା।ଏଥିରେ ଅମଙ୍ଗ ହେଲେ ଏମାନଙ୍କୁ ନିର୍ଯ୍ୟାତନା ଦିଆଯାଉଥିଲା। ସେଠାରୁ କୌଶଳ କ୍ରମେ ଖସିଆସିଥିବା ଜଣେ ଯୁବତୀ ଏକଥା ଗାଁରେ କହିବା ପରେ ଜିଲ୍ଲା ପ୍ରଶାସନ ନିକଟରେ ଯୁବତୀ ଓ ମହିଳାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା।

andhra governor helping Abused young women and women return to Kendrapara
ଆନ୍ଧ୍ରପ୍ରଦେଶ ରାଜ୍ୟପାଳଙ୍କ ସହାୟତା:କେନ୍ଦ୍ରାପଡା ଫେରୁଛନ୍ତି ନିର୍ଯ୍ୟାତିତା ଯୁବତୀ ଓ ମହିଳା

ପ୍ରଶାସନର ଅବହେଳା ଓ ସମାୟାନୁବର୍ତ୍ତିତା ଠିକ ରହୁନଥିବା କାରଣରୁ ସେହି ଗ୍ରାମର ଜଣେ ବ୍ୟକ୍ତି ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ମାନ୍ୟବର ବିଶ୍ବଭୂଷଣ ହରିଚନ୍ଦନଙ୍କୁ ଯୋଗାଯୋଗ କରିଥିଲେ । ଏହା ପରେ ରାଜ୍ୟପାଳ ସେଠାକାର ପୋଲିସ ଓ ପ୍ରଶାସନକୁ ନିର୍ଦ୍ଦେଶ ପରେ ପୋଲିସ ଚଢ଼ାଉ କରି ନିର୍ଯାତିତା ମାନଙ୍କୁ ଉଦ୍ଧାର କରିବା ସହ ଏକ ବସ ଯୋଗେ ସେମାନଙ୍କୁ ପଟ୍ଟାମୁଣ୍ଡାଇ ପଠାଇଥିବା ସୂଚନା ମିଳିଛି।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.