କେନ୍ଦ୍ରାପଡା: ଖୁଣ୍ଟରୁ ପଡି ବିଦ୍ୟୁତ କର୍ମଚାରୀ ଆହତ ହୋଇଛନ୍ତି । ଆହତ କର୍ମଚାରୀ ହେଲେ ବିରଞ୍ଚି ନାରାୟଣ ବାରିକ୍ ।
ବାତ୍ୟା 'ବୁଲବୁଲ' ପ୍ରଭାବରେ ମହାକାଳପଡା ବତିଘର ପଞ୍ଚାୟତରେ ବିଦ୍ୟୁତ୍ ସେବା କ୍ଷତିଗ୍ରସ୍ତ ହୋଇଛି । ଯଦ୍ବାରା ଏହି ପଞ୍ଚାୟତର କିଛି ଗ୍ରାମବାସୀ ବିଦ୍ୟୁତ ସେବା ପାଇବାରୁ ବଞ୍ଚିତ ହୋଇଛନ୍ତି । ଶୁକ୍ରବାର ସକାଳେ ଏନଜେନ ପକ୍ଷରୁ ବିରଞ୍ଚି ଖୁଣ୍ଟରେ ଚଢି ଏଲଟି ଲାଇନ କାର୍ଯ୍ୟ କରୁଥିଲେ । ହଠାତ୍ ଖୁଣ୍ଟିରେ କରେଣ୍ଟ ଆସିବାରୁ ଆଘାତ ପାଇ ବିରଞ୍ଚି ତଳକୁ ଖସି ପଡିଥିଲେ ।
ବିରଞ୍ଚିଙ୍କ ବାମହାତ ପାପୁଲି, ପେଟ, କାନ୍ଧ ଓ ମୁହଁରେ ଆଘାତ ଲାଗିଥିବାରୁ ତାଙ୍କୁ ପ୍ରଥମେ ବତିଘର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପରେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । 'ବୁଲବୁଲ' ପ୍ରଭାବରେ ବିଦ୍ୟୁତ୍ ତାର ଛିଣ୍ଡି ଯାଇଥିବା ବେଳେ କରେଣ୍ଟ କିପରି ଆସିଲା ସେ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ସୃଷ୍ଟି ହୋଇଛି ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ