ETV Bharat / state

ଅମ୍ଫାନ ବାତ୍ୟାକୁ ନେଇ ଜିଲ୍ଲାପାଳଙ୍କ ସତର୍କ ବାର୍ତ୍ତା - amphan update

ଅମ୍ଫାନକୁ ନେଇ ପ୍ରଶାସନିକ ପ୍ରସ୍ତୁତି। କେନ୍ଦ୍ରାପଡ଼ା ଜିଲ୍ଲାର ୨୨୦୦ ଲୋକଙ୍କୁ ସମ୍ଭାବ୍ୟ ବାତ୍ୟା ଅମ୍ଫାନ ପାଇଁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ। ଅଧିକ ପଢନ୍ତୁ..

amphan-update
amphan-update
author img

By

Published : May 19, 2020, 12:29 PM IST

କେନ୍ଦ୍ରାପଡ଼ା: ଅମ୍ଫାନକୁ ନେଇ ପ୍ରଶାସନିକ ପ୍ରସ୍ତୁତି। କେନ୍ଦ୍ରାପଡ଼ା ଜିଲ୍ଲାର ୨୨୦୦ ଲୋକଙ୍କୁ ସମ୍ଭାବ୍ୟ ବାତ୍ୟା ଅମ୍ଫାନ ପାଇଁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ। ସେହିଭଳି ସମୁଦ୍ର କୂଳରୁ ୫ କିଲୋମିଟର ଦୂରତା ପର୍ଯ୍ୟନ୍ତ ଲୋକଙ୍କୁ ନିରାପଦ ବାତ୍ୟା ଆଶ୍ରୟସ୍ଥଳକୁ ଅଣାଯିବା ପାଇଁ ନିଷ୍ପତ୍ତି ନିଆଯିବ । ଆଜି ଅପରାହ୍ନ ୨ଟା ସୁଦ୍ଧା ସମୁଦ୍ର କୂଳବର୍ତ୍ତି ଖାଲୁଆ ଅଞ୍ଚଳର ସମସ୍ତ ଲୋକମାନଙ୍କୁ ସ୍ଥାନାନ୍ତରିତ କରାଯିବ ବୋଲି ମଧ୍ୟ ସୂଚନା ମିଳିଛି।

ଅମ୍ଫାନ ବାତ୍ୟାକୁ ନେଇ ଜିଲ୍ଲାପାଳଙ୍କ ସତର୍କ ବାର୍ତ୍ତା

ମହାକାଳପଡ଼ା ଓ ରାଜନଗର ବ୍ଲକର ୨୯ଟି ପଞ୍ଚାୟତର ପ୍ରାୟ ୭୫ରୁ ୮୦ ହଜାର ଲୋକମାନଙ୍କୁ ସ୍ଥାନାନ୍ତରିତ କରାଯିବା ପାଇଁ ଯୋଜନା କରାଯିବା ସହିତ ସହରାଞ୍ଚଳରେ ଥିବା ବାତ୍ୟା ଆଶ୍ରୟସ୍ଥଳ ଗୁଡିକରେ କଚ୍ଚା ଘର ଥିବା ଲୋକମାନଙ୍କୁ ରଖାଯିବା ପାଇଁ ବ୍ୟବସ୍ଥା କରାଯାଇଛି। ସେହିପରି ବାତ୍ୟା ଆଶ୍ରୟସ୍ଥଳରେ ରହୁଥିବା ବ୍ୟକ୍ତିମାନଙ୍କୁ ଶୁଖିଲା ଓ ରନ୍ଧାଖାଦ୍ୟ ଦିଆଯିବା ପାଇଁ ମଧ୍ୟ ବ୍ୟବସ୍ଥା ହୋଇଥିବା ଜଣାପଡିଛି।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.