କେନ୍ଦ୍ରାପଡା: ରାଜକନିକା ଥାନା ଅଞ୍ଚଳରେ ଜଣେ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି।ଏନେଇ ରାଜକନିକା ଥାନାରେ ପୀଡ଼ିତାର ପରିବାର ଏତଲା ଦେଇଛନ୍ତି। ଅଭିଯୋଗ ଅନୁଯାୟୀ, ଗତ ୨୧ତାରିଖ ଦିନ ମାନସିକ ଭିନ୍ନକ୍ଷମ ଯୁବତୀ ଜଣଙ୍କ ଗାଁ ଦାଣ୍ଡରେ ମାଙ୍କଡ଼ ଦେଖୁଥିଲେ।ଏହି ସମୟରେ ନିରୋଳାର ସୁଯୋଗ ନେଇ ଜଣେ ୬୫ ବର୍ଷୀୟ ବୃଦ୍ଧ ଯୁବତୀଙ୍କୁ ଘରକୁ ଡାକି ନେଇ ଦୁଷ୍କର୍ମ କରିଥିଲେ।
ଯୁବତୀ ଜଣଙ୍କ ଚିତ୍କାର କରିବାରୁ ପଡୋଶୀ ମାନେ ତାଙ୍କୁ ଉଦ୍ଧାର କରିଥିଲେ।କିନ୍ତୁ ଏହି ଘଟଣାକୁ ଅଭିଯୁକ୍ତର ସମ୍ପର୍କୀୟମାନେ ରଫାଦଫା କରିବା ପାଇଁ ଗାଁରେ ଉଦ୍ୟମ କରିଥିଲେ।ରଫାଦଫା କରିବାକୁ ପିଡ଼ିତାର ପରିବାର ଲୋକେ ରାଜି ନହେବାରୁ ପରିବାରକୁ ବିଭିନ୍ନ ପ୍ରକାରର ଧମକ ଚମକ ଦିଆଯାଇଥିବା ଅଭିଯୋଗ ହୋଇଛି।ଏନେଇ ଆଜି ପିଡ଼ିତାଙ୍କ ପରିବାର ରାଜକନିକା ଥାନାକୁ ଆସି ଏତଲା ଦେଇଛନ୍ତି।ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ