ETV Bharat / state

Panchayat Takkar: ପାଟକୁରାରେ ଜୋରଦାର ଲଢେଇ, କ୍ଷମତା ହାଇତେଇବାକୁ 3 ଦଳ ଆଶାବାଦୀ - ପଞ୍ଚାୟତ ନିର୍ବାଚନ ଖବର

ପଞ୍ଚାୟତ ନିର୍ବାଚନ ପ୍ରାର୍ଥୀପତ୍ର ଦାଖଲ, ଯାଞ୍ଚ ଶେଷ ହେବା ପରେ ଆସି ସାରିଛି ଚୂଡାନ୍ତ ତାଲିକା । ପାଟକୁରା ନିର୍ବାଚନ ମଣ୍ଡଳୀ ଅଧିନ ଡେରାବିଶ୍ ବ୍ଲକ ୧୨ନଂ ଜୋନରେ ଜମିବାରେ ଲାଗିଛି ନିର୍ବାଚନ ପ୍ରଚାର । ଅଧିକ ପଢନ୍ତୁ

Panchayat Election:ପାଟକୁରା ନିର୍ବାଚନ ମଣ୍ଡଳୀରେ ଜୋରସୋର ପ୍ରଚାର, ୩ଦଳ ଆଶାବାଦୀ

author img

By

Published : Jan 31, 2022, 12:32 PM IST

କେନ୍ଦ୍ରାପଡା: ତ୍ରିସ୍ତରୀୟ ନିର୍ବାଚନ ପାଇଁ କେନ୍ଦ୍ରାପଡା ରାଜନୀତି ପାଣିପାଗ ଉଷ୍ମ ହେବାରେ ଲାଗିଛି । ଚଳିତ ନିର୍ବାଚନରେ ଏକ କଡା ଟକ୍କର ଦେଖିବାକୁ ମିଳିବ। ପ୍ରାର୍ଥୀମାନେ ଭୋଟରଙ୍କୁ କିପରି ଆକୃଷ୍ଟ କରିବାରେ ସଫଳ ହେବେ ସେଥିପାଇଁ ଚାଲିଛି ରଣନୀତି । ଏହି ୧୨ନଂ ଜୋନରେ ଚଳିତଥର ସର୍ବମୋଟ ୩୬୬୮୬ ଜଣ ଭୋଟର କରିବେ ମତଦାନ । ୨୦୧୨ ନିର୍ବାଚନରେ ଏହି ଜୋନ କଂଗ୍ରେସ ଦଖଲରେ ଥିବା ବେଳେ ୨୦୧୭ରେ ଏହି ଆସନଟି ବିଜେଡି ହାତେଇଥିଲା ।

Panchayat Election:ପାଟକୁରା ନିର୍ବାଚନ ମଣ୍ଡଳୀରେ ଜୋରସୋର ପ୍ରଚାର, ୩ଦଳ ଆଶାବାଦୀ

ଏହି ଆସନଟି ପୂର୍ବଥର ଓବିସି ମହିଳା ବର୍ଗ ପାଇଁ ସଂରକ୍ଷିତ ରହିଥିବା ବେଳେ ଚଳିତ ଥର ଅନୁସୂଚିତ ଜାତି ବର୍ଗର ପ୍ରାର୍ଥିଙ୍କ ପାଇଁ ସଂରକ୍ଷିତ ରହିଛି । ଏଠାରୁ ବିଜେଡି ପ୍ରାର୍ଥୀ ହୋଇଥିବା ଧନେଶ୍ୱର ସେଠୀ ରାଜ୍ୟ ସରକାରଙ୍କ ଲୋକାଭିମୁଖି ଯୋଜନାକୁ ନେଇ ଭୋଟରଙ୍କ ପାଖକୁ ଯାଉଥିବା ବେଳେ ୫୦% ସମସ୍ୟାର ସମାଧାନ ହୋଇଛି ଓ ସେ ବିଜୟୀ ହେଲେ ଅନ୍ୟ ସମସ୍ତ ସମସ୍ୟାର ସମାଧାନ କରିବେ ବୋଲି ଭୋଟରଙ୍କୁ ପ୍ରତିଶୃତି ଦେଉଥିବା ଦେଖିବାକୁ ମିଳିଛି ।

ସେହିପରି ବିଜେପି ଏହି ଆସନରୁ ଯୁବ ଦକ୍ଷତା ସମ୍ପନ୍ନ ୨୬ ବର୍ଷୀୟ ତପନ ମଲ୍ଲିକଙ୍କୁ ମଇଦାନକୁ ଓହ୍ଲାଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସଫଳତା ଆଉ ରାଜ୍ୟ ସରକାରଙ୍କ ଦୁର୍ନୀତିକୁ ମୁଖ୍ୟ ଅସ୍ତ୍ର କରି ତପନ ଗାଁକୁ ଗାଁ ବୁଲି ପ୍ରଚାର ଆରମ୍ଭ କରିଛନ୍ତି। ସେହିପରି ଏହି ଆସନରୁ ପୁରୁଷ ପ୍ରାର୍ଥୀ ବଦଳରେ ଜଣେ ମହିଳାଙ୍କୁ ପ୍ରାର୍ଥୀ କରି ୨୦୨୨ ନିର୍ବାଚନ ରଣକୌଶଳ ତିଆରି କରିଛି କଂଗ୍ରେସ । ଏଠାରୁ ସସ୍ମିତା ଜେନାଙ୍କୁ କଂଗ୍ରେସ ପ୍ରାର୍ଥୀ କରିଥିବା ବେଳେ ବିଭିନ୍ନ ପଞ୍ଚାୟତରେ ମନରେଗା, ଆବାସ ଯୋଜନାରେ ଓ ଅନ୍ୟ ସମସ୍ତ କ୍ଷେତ୍ରରେ ହୋଇଥିବା ସରକାରୀ ଚଞ୍ଚକତାକୁ ନେଇ ଓହ୍ଲାଇଛନ୍ତି ସସ୍ମିତା ।

ଜଣେ ଭୋଟର ନବୀନ ପଟ୍ଟନାୟକଙ୍କ ଭଳି ଏକାନମ୍ବର ମୁଖ୍ୟମନ୍ତ୍ରୀଙ୍କ ବିଜୁ ଜନତା ଦଳକୁ ଏଠାରୁ ପୂର୍ଣ୍ଣ ବହୁମତ ମିଳିବ ବୋଲି କହିଥିବା ବେଳେ ଅନ୍ୟଜଣେ ଭୋଟର ଉଜ୍ବଳା ଯୋଜନା ଠାରୁ ଆରମ୍ଭ କରି ଆବାସ ପର୍ଯ୍ୟନ୍ତ ମୋଦିଙ୍କ ଅବଦାନ ପାଇଁ ବିଜେପି ଏଠାରୁ ବିଜୟୀ ହେବ ବୋଲି କହିଛନ୍ତି । ତେବେ ଆସନ୍ତା ୧୬ ତାରିଖରେ ଏହି ଆସନ ପାଇଁ ମତଦାନ ହେବାକୁ ଥିବା ବେଳେ କେଉଁ ଦଳ ଏହି ଆସନରେ ବାଜିମାତ କରିବ ତାହା ଫେବୃଆରୀ ୨୬ ତାରିଖ ଭୋଟଗଣତି ପରେ ହିଁ ଜଣାପଡିବ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.