ETV Bharat / state

କେନ୍ଦ୍ରାପଡାରେ ନିର୍ବାଚନୀ ପର୍ଯ୍ୟବେକ୍ଷକଙ୍କ ସହ ସର୍ବଦଳୀୟ ବୈଠକ

author img

By

Published : Jan 24, 2022, 4:05 PM IST

କେନ୍ଦ୍ରାପଡ଼ା ଜିଲ୍ଲାରେ ପଞ୍ଚାୟତ ନିର୍ବାଚନ ପାଇଁ ପର୍ଯ୍ୟବେକ୍ଷକଙ୍କ ସହ ବୈଠକ ଅନୁଷ୍ଠିତ । ଆଜି କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ଗୃହରେ ରାଜନୈତିକ ଦଳ ବିଜେଡି, ବିଜେପି, କଂଗ୍ରେସ ଓ ସିପିଆଇଏମ ସମେତ ଅନ୍ୟ ସମସ୍ତ ଦଳ ନିର୍ବାଚନୀ ଖର୍ଚ୍ଚ, କୋଭିଡ କଟକଣା ଓ ଆଦର୍ଶ ଆଚରଣ ବିଧି ଉପରେ ପର୍ଯ୍ୟବେକ୍ଷକଙ୍କ ମଧ୍ୟରେ ଆଲୋଚନା ହୋଇଛି । ଅଧିକ ପଢନ୍ତୁ

all party meeting with observers in kendrapara district
କେନ୍ଦ୍ରାପଡାରେ ନିର୍ବାଚନୀ ପର୍ଯ୍ୟବେକ୍ଷକଙ୍କ ସହ ସର୍ବଦଳୀୟ ବୈଠକ

କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ଜିଲ୍ଲାରେ ପଞ୍ଚାୟତ ନିର୍ବାଚନ ପାଇଁ ପର୍ଯ୍ୟବେକ୍ଷକଙ୍କ ସହ ବୈଠକ ଅନୁଷ୍ଠିତ । ଆଜି କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ଗୃହରେ ରାଜନୈତିକ ଦଳ ବିଜେଡି, ବିଜେପି, କଂଗ୍ରେସ ଓ ସିପିଆଇଏମ ସମେତ ଅନ୍ୟ ସମସ୍ତ ଦଳ ନିର୍ବାଚନୀ ଖର୍ଚ୍ଚ, କୋଭିଡ କଟକଣା ଓ ଆଦର୍ଶ ଆଚରଣ ବିଧି ଉପରେ ପର୍ଯ୍ୟବେକ୍ଷକଙ୍କ ମଧ୍ୟରେ ଆଲୋଚନା ହୋଇଛି ।

ତେବେ ନାମାଙ୍କନ ପତ୍ର ଦାଖଲ ସମୟରେ ବିଜେଡି ଦଳ ପକ୍ଷରୁ ଆଚରଣ ବିଧି ଓ କୋଭିଡ କଟକଣାକୁ ଉଲ୍ଲଙ୍ଘନ କରିବା ନେଇ ସିପିଆଇଏମ ଜିଲ୍ଲା ସମ୍ପାଦକ ଗୟାଧର ଧଳ ବୈଠକରେ ଶାସକ ଦଳ ବିରୋଧରେ ପଦକ୍ଷେପ ନେବାକୁ ଦାବି କରିଛନ୍ତି । ଏଥିସହ ଏବେ ଠାରୁ ନିର୍ବାଚନୀ କଟକଣା ଜୋରଦାର କରାଯିବ ବୋଲି ସମସ୍ତ ଦଳର ନେତା ପ୍ରତିଶ୍ରୁତି ଦେଇଛନ୍ତି ।

ଅନ୍ୟପଟେ ସିସିଟିଭି ଆଧାରରେ ନାମାଙ୍କନ ପତ୍ର ଦାଖଲ ସମୟରେ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ପ୍ରାର୍ଥୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ପର୍ଯ୍ୟବେକ୍ଷକ ପ୍ରତିଶ୍ରୁତି ଦେଇଥିବା କଥା କହିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ସିପିଆଇଏମ ସମ୍ପାଦକ।

ଅନ୍ୟପଟେ ଭୋଟର ତାଲିକାରୁ ନାଁ କାଟିବାକୁ ଅଭିଯୋଗକୁ ଜିଲ୍ଲାପାଳ ଖଣ୍ଡନ କରିଛନ୍ତି । ତେବେ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ସମସ୍ତ ଜନସାଧାରଣଙ୍କ ଅବଗତି ପାଇଁ ଭୋଟର ତାଲିକା ବୁଥ୍ ସ୍ତରରେ କରାଯାଇ ଏହାକୁ ନିର୍ଭୁଲ କରାଯାଇଛି । ସେହିପରି ଚଳିତ ପଞ୍ଚାୟତ ନିର୍ବାଚନରେ ଜାରି କରାଯାଇଥିବା ଭୋଟର ତାଲିକା ଅନୁସାରେ ସମ୍ପାଦନ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.