ETV Bharat / state

EPF ପେନସନର୍ସ ସଂଘର ତିନି ଦଫା ଦାବି, ୯ ହଜାର ଟଙ୍କା ପେନସନ୍ ପାଇଁ ନିବେଦନ

author img

By

Published : Dec 16, 2022, 8:29 AM IST

ଅଲ୍ ଓଡିଶା ଇପିଏଫ ପେନସନର୍ସ ସଂଘର ତିନି ଦଫା ଦାବି । ୯ ହଜାର ଟଙ୍କା ପେନସନ୍ ସହ ଆୟୁଷ୍ମାନ ଯୋଜନାରେ ସାମିଲ କରିବାକୁ କଲେ ନିବେଦନ । ଅଧିକ ପଢନ୍ତୁ

ଇପିଏଫ ପେନସନର୍ସ ସଂଘର ତିନି ଦଫା ଦାବି, ୯ ହଜାର ଟଙ୍କା ପେନସନ୍ ପାଇଁ ନିବେଦନ

କେନ୍ଦ୍ରାପଡା: ୧୯୯୫ ମସିହାରୁ ସରକାର ଇପିଏଫ ପେନସନ ସ୍କିମ ଆରମ୍ଭ କରିଥିଲେ । ହେଲେ ଆଜି ଯାଏଁ କିଛି ନିୟମ ପରିବର୍ତ୍ତନ ହେଲା ନାହିଁ । ଯାହାଫଳରେ ଆଜିର ଦିନରେ ଜଣେ ଇପିଏଫ ପେନସନ ଭୋଗୀ ୧୦୦୦ ଟଙ୍କାରୁ କମ ଟଙ୍କା ପେନସନ ପାଉଛନ୍ତି । ତେଣୁ ଇପିଏଫ୍ ପେନସନ୍ ଭୋଗୀ ବରିଷ୍ଠ ନାଗରିକମାନଙ୍କୁ ସାମାଜିକ ସୁରକ୍ଷା ଯୋଗାଇ ଦେବାଲାଗି ସର୍ବନିମ୍ନ ମାସିକ ୯ ହଜାର ଟଙ୍କା ପେନସନ୍ ସହ ମହଙ୍ଗା ଭତ୍ତା ଓ ଚିକିତ୍ସା ସୁବିଧା ଯୋଗାଇବାକୁ ଅଲ୍ ଓଡିଶା ଇପିଏଫ ପେନସନର୍ସ ସଂଘ(All Odisha EPF Pensioners Association) କେନ୍ଦ୍ରାପଡ଼ା ଜିଲ୍ଲା ଆଳି ପକ୍ଷରୁ ପୁନଃ ଦାବି କରାଯାଇଛି ।

ବରିଷ୍ଠ ପେନସନ୍ ଭୋଗୀ ପରିଣତ ବୟସରେ ଆନ୍ଦୋଳନ କରିଥିଲେ ମଧ୍ୟ ସରକାର ସେମାନଙ୍କ କଥା କର୍ଣ୍ଣପାତ କରୁନାହାନ୍ତି । ଏହାର ପ୍ରତିବାଦରେ ଅଲ୍ ଓଡିଶା ଇପିଏଫ ପେନସନର୍ସ ସଂଘ ଗୁରୁବାର ଆଳି ଅନ୍ତର୍ଗତ ମାଳପାଟଣା ଭାତୁଆବଟ ମନ୍ଦିର ପରିସରରେ ଏକ ବୈଠକ କରିଛି । ଏଥିରେ କେନ୍ଦ୍ରାପଡ଼ା ଜିଲ୍ଲା ଇପିଏଫ ସଙ୍ଘର ସଭାପତି ବସନ୍ତ କୁମାର ଦାସ ସଭାପତିତ୍ୱ କରିଥିଲେ । ଆଳିରେ ସଙ୍ଘ ପକ୍ଷରୁ ରାଜକନିକା, ଆଳି ଓ ପଟ୍ଟାମୁଣ୍ଡାଇ ବ୍ଲକର ସମସ୍ତ ପଦାଧିକାରୀ ବୈଠକରେ ଯୋଗଦେଇ ଆଗାମୀ ଦିନର ରଣନୀତି ପାଇଁ ଆଲୋଚନା କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: ଘରୋଇ ବସ୍ ମାଲିକ ସଂଘର ଦାବି, କେବଳ ରାଉରକେଲାରେ ଗଡୁ ମୋ ବସ୍

ଇପିଏଫ ପେନସନର୍ସ ସଂଘର ସଂଘର ପ୍ରଥମ ଦାବି ହେଉଛି, ସୁପ୍ରିମକୋର୍ଟଙ୍କ ଆଦେଶ ଅନୁଯାୟୀ ସରକାର ସେମାନଙ୍କୁ ୯୦୦୦ ଟଙ୍କା ପେନସନ ଦିଅନ୍ତୁ । ଦ୍ୱିତୀୟ ଦାବି ହେଉଛି ବର୍ଦ୍ଧିତ ପେନସନ ଦିଆଯାଉ । ତୃତୀୟ ଦାବି, ବୟୋଜ୍ୟେଷ୍ଠ ହିସାବରେ ସେମାନଙ୍କୁ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ କରାଯାଉ । ବୈଠକରେ ଏହି ୩ ଦଫା ଦାବି ଉପସ୍ଥାପନ କରାଯାଇଛି ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.