ETV Bharat / state

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା, ଦୁଇ ଅଭିଯୁକ୍ତ ଗିରଫ

author img

By

Published : Oct 26, 2022, 9:47 PM IST

କେନ୍ଦ୍ରାପଡ଼ାରେ ଘରୋଇ ଟିଭି ଚ୍ୟାନେଲର ଜନୈକ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଦୁଇ ଗିରଫ । ଏନେଇ ତାଙ୍କ ପତ୍ନୀ ଥାନାରେ ଏତଲା ଦେଇଥିବାବେଳେ ଏଥିରେ ଜଣେ ନିର୍ବାଚିତ ଲୋକ ପ୍ରତିନିଧିଙ୍କ ସମେତ ୧୦ ଜଣଙ୍କ ନାମ ରହିଥିଲା । ଅଧିକ ପଢ଼ନ୍ତୁ

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା, ଦୁଇ ଅଭିଯୁକ୍ତ ଗିରଫ
ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା, ଦୁଇ ଅଭିଯୁକ୍ତ ଗିରଫ

କେନ୍ଦ୍ରାପଡ଼ା: ଘରୋଇ ଟିଭି ଚ୍ୟାନେଲ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଦୁଇ ଗିରଫ । ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ଆଳି ଥାନା ଭରତପୁର ଅଞ୍ଚଳରେ କିଛି ଦୁର୍ବୃତ୍ତ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏନେଇ ତାଙ୍କ ପତ୍ନୀ ଥାନାରେ ଏତଲା ଦେଇଥିବା ବେଳେ ଏଥିରେ ଜଣେ ନିର୍ବାଚିତ ଲୋକ ପ୍ରତିନିଧିଙ୍କ ସମେତ ୧୦ ଜଣଙ୍କ ନାମ ରହିଥିଲା । ସେପଟେ ଜନୈକ ସାମ୍ବାଦିକଙ୍କ ବିରୋଧରେ ଜାତିଆଣ ଆକ୍ଷେପ ସହ ବେଆଇନ ବଟି ଆଦାୟ କରିବା ଭଳି ସଙ୍ଗୀନ ଅଭିଯୋଗ କରିଛନ୍ତି ଜଣେ ଠିକାଦାର ।

ସୂଚନା ଅନୁସାରେ, ଗତ ଅକ୍ଟୋବର ୨୦ ତାରିଖରେ ଏକ ନିର୍ଦ୍ଦିଷ୍ଟ ଘରୋଇ ଟିଭି ଚ୍ୟାନେଲର ଜନୈକ ସାମ୍ବାଦିକ ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ଆଳି ଥାନା ଭରତପୁର ଅଞ୍ଚଳରେ କିଛି ଦୁର୍ବୃତ୍ତ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଘଟଣାସ୍ଥଳରୁ ତାଙ୍କ ସୁନା ଚେନ ସମେତ ତାଙ୍କର ଦୁଇଟି ମୂଲ୍ୟବାନ ମୋବାଇଲ ଦୁର୍ବୃତ୍ତମାନେ ଲୁଟ କରି ନେଇଥିବା ନେଇ ଥାନାରେ ଏତଲା ଦେଇଥିଲେ ପୀଡିତଙ୍କ ପତ୍ନୀ । ଏହି ଅଭିଯୋଗ ପତ୍ରରେ ଜଣେ ନିର୍ବାଚିତ ଲୋକ ପ୍ରତିନିଧିଙ୍କ ସମେତ ୧୦ ଜଣଙ୍କ ନାମ ରହିଥିଲା ।

ତେବେ ଆଳି ପୋଲିସ ତଦନ୍ତ ଚଳାଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଆଜି ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସମର୍ଥ ହୋଇଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ଅରେଇକଣା ଗ୍ରାମର ଦାମୋଦର ବରାଳ ଓ ନାଗପଡା ଗ୍ରାମର ଭଞ୍ଜ କିଶୋର ବାରିକ । ଅଭିଯୋଗ ଫର୍ଦ୍ଦରେ ଥିବା ଅନ୍ୟ ୮ ଅଭିଯୁକ୍ତ ଫେରାର ରହିଥିବାବେଳେ ଏହି ଦୁଇ ଜଣଙ୍କୁ ଆଜି କୋର୍ଟଚାଲାଣ କରିଛି ପୋଲିସ । ଅନ୍ୟପଟେ ଜନୈକ ସାମ୍ବାଦିକଙ୍କ ନାମରେ ଆଳି ଥାନାରେ ଜାତିଆଣ ଆକ୍ଷେପ ସହ ବେଆଇନ ବଟି ଆଦାୟ କରିବା ଭଳି ସଙ୍ଗୀନ ଅଭିଯୋଗ କରିଛନ୍ତି ସୁଶାନ୍ତ ମଲିକ ନାମକ ଜଣେ ଠିକାଦାର ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.